Advertisement

ମୃତ୍ୟୁର ତାଣ୍ଡବ ଆରମ୍ଭ, ଦୈନିକ ମୃତ୍ୟୁ ସଂଖ୍ୟା ୧୭ ଶହ ଟପିଲା, ଧାଡ଼ିଧାଡ଼ି ମୃତଦେହ…

ନୂଆଦିଲ୍ଲୀ, ୨।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାର ୩୮୬ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧,୭୩୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଲଗାତାର ବଢୁଥିବାରୁ ସରକାରଙ୍କ ଚିନ୍ତା ବୃଦ୍ଧି ପାଉଛି।

୩୧ ଜାନୁୟାରୀରେ ଦୈନିକ ମୃତ୍ୟୁ ସଂଖ୍ୟା ୧,୧୯୨ ରେକର୍ଡ ହୋଇଥିବାବେଳେ ଜାନୁୟାରୀ ୩୦ରେ ୯୫୯ ଜଣ ଲୋକଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଥିଲା। ଜାନୁୟାରୀ ୨୫ରେ ୬୧୪ ଜଣଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ଜାନୁୟାରୀ ୨୬ରେ ୬୬୫, ଜାନୁୟାରୀ ୨୭ରେ ୬୨୭, ଜାନୁୟାରୀ ୨୮ ରେ ୮୭୧ ଏବଂ ଜାନୁୟାରୀ ୨୯ରେ ୮୯୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା।
ମୃତ୍ୟୁ ସଂଖ୍ୟା ବଢ଼ିବା ଯୋଗୁ ଶ୍ମଶାନ, କବରସ୍ତାନ ସମ୍ମୁଖରେ ଧାଡ଼ିଧାଡ଼ି ମୃତ ଦେହ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ ଲଗାଇ ରହିଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି।

ଗତ ୨୪ ଘଣ୍ଟାରେ ୨ ଲକ୍ଷ ୮୧ ହଜାର ୧୦୯ ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ସକ୍ରିୟ ମାମଲା ୧୬ ଲକ୍ଷ ୨୧ ହଜାର ୬୦୩ରେ ପହଞ୍ଚିିଛି। ଦୈନିକ ପଜିଟିଭିଟି ହାର ୧୦ ପ୍ରତିଶତରୁ କମ୍‌ ରହିଛି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୯୭ ହଜାର ୯୭୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୧୬ ଲକ୍ଷ ୩୦ ହଜାର ୮୮୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ କୋଟି ୯୫ ଲକ୍ଷ ୧୧ ହଜାର ୩୦୭ ଜଣ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ଦେଶର ୭ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୫୧,୮୮୭ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୧୬,୦୯୬,ମହାରାଷ୍ଟ୍ରରେ ୧୪,୩୭୨, କର୍ନାଟକରେ ୧୪,୩୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁଜୁରାଟରେ ୮,୩୩୮, ଆନ୍ଧ୍ରପ୍ରଦେଶରେ ୬,୨୧୩ ଏବଂ ରାଜସ୍ଥାନରେ ୬,୨୧୨ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୬୭ କୋଟି ୩୦ ଲକ୍ଷ ଟପିଛି। ସେଥିମଧ୍ୟରେ ୮୯ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୧ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଆଇନକୁ ଅଧିକାଂଶ ଚାଷୀ ସଂଗଠନର ସମର୍ଥନ ଥିଲା

ନୂଆଦିଲ୍ଲୀ,୨୨।୩ : ଅଧିକାଂଶ କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସମର୍ଥନ କରୁଥିଲେ। ଏବେ ଉକ୍ତ ଆଇନକୁ ପ୍ରତ୍ୟାହାର କରିନିଆଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ...

ଜିମ୍‌ରେ ପ୍ରେମିକାଙ୍କ ସହ ଧରାପଡିଲେ ସ୍ବାମୀ: ସ୍ତ୍ରୀ କଲେ ଏମିତି କାମ

ଭୋପାଳ,୧୮।୧୦: ମଧ୍ୟପ୍ରଦେଶର ଭୋପାଳରେ ଏକ ରୋଚକ ଘଟଣା ଘଟିଛି। ଏଠାରେସ୍ବାମୀ, ତାଙ୍କ ଗର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାର ଭିଡିଓ ଭାଇରାଲ ହେବାରେ ଲାଗିଛି।...

ସିଏଏ, ଏନ୍‌ଆରସି ବିରୋଧ ପ୍ରଦର୍ଶନ ସମୟରେ ଜାମିଆ ଛାତ୍ର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୧୦।୨: ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରୀଛାତ୍ରମାନେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ସୋମବାର ଏକ ଶୋଭାଯାତ୍ରା ବାହାର କରିଥିଲେ। ସେହି ସମୟରେ ଛାତ୍ର ଓ ପୋଲିସ...

ରାଜସ୍ଥାନ ସରକାର ଟଳମଳ

ନୂଆଦିଲ୍ଲୀ,୧୩ା୭: କର୍ନାଟକ ଓ ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ଭାଙ୍ଗିବାରେ ସଫଳ ହେବା ପରେ ରାଜସ୍ଥାନରେ ମୁଣ୍ଡ ପୂରାଇଛି ଭାଜପା। ଏଥିଯୋଗୁ ରାଜସ୍ଥାନ କଂଗ୍ରେସରେ ବଡ଼ ସଙ୍କଟ...

ଆଜି ରାଜ୍ୟରୁ ୨୮୦୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୭(ବ୍ୟୁରୋ): ସୋମବାର ରାଜ୍ୟରୁ ୨୮୦୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୨୪,୬୯୯ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ବ୍ୟାଣ୍ଡେଜ ତଳେ ଲୁଚାଇଥିଲେ ୯୦୦ ଗ୍ରାମ ସୁନା

ହାଇଦ୍ରାବାଦ,୧୧।୧: ହାଇଦ୍ରାବାଦ୍‌ କଷ୍ଟମ ଅଧିକାରୀ ଶାରଜାରୁ ଆସିଥିବା ଜଣେ ଯାତ୍ରୀଙ୍କ ନାମରେ ସୁନା ଚୋରାଚାଲାଣ ମାମଲା ରୁଜୁ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଶାରଜାରୁ ୯...

ଜୀବନ ସୁରକ୍ଷା ହିଁ ସର୍ବୋତ୍ତମ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୧।୧୧: ଜୀବନକୁ ସୁରକ୍ଷିତ ରଖିବା ହିଁ ସର୍ବୋତ୍ତମ। ଜୀବନ ତୁଳନାରେ ଅନ୍ୟ କାହାର ଗୁରୁତ୍ୱ ନାହିଁ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଏହା ସହିତ ପଶ୍ଚିମବଙ୍ଗରେ...

କରୋନା ଗ୍ରାଫ୍‌ କମିଲେ ବି ଲିଭୁନି ଜୁଇ ନିଆଁ: ୨୪ ଘଣ୍ଟାରେ ୪,୫୨୯ ମୃତ…

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

Advertisement
Archives

Model This Week