Posted inଖେଳ

ପ୍ରଜ୍ୱଳନ ସମାରୋହ ସହ ଟୋକିଓରେ ମଶାଲ ରାଲି ଆରମ୍ଭ

ଟୋକିଓ,୧୦।୭(ଏପି): ଅଲିମ୍ପିକ୍‌ ମଶାଲ ରାଲି ଟୋକିଓରେ ପହଞ୍ଚିଛି। ଆୟୋଜକମାନେ ଶୁକ୍ରବାର ଏଥିପାଇଁ ଏକ ଜ୍ୟୋତି ଅନାବରଣ ତଥା ପ୍ରଜ୍ୱଳନ ଉତ୍ସବ ପାଳନ କରିଛନ୍ତି। ଏଥିସହ ଟୋକିଓରେ ମଶାଲ ରାଲି ଆରମ୍ଭ ହୋଇଛି। କୋଭିଡ୍‌-୧୯ କାରଣରୁ ଟୋକିଓରେ ସରକାର ଷ୍ଟେଟ୍‌ ଇମର୍ଜେନ୍ସି ଜାରି କରିବାର ଗୋଟିଏ ଦିନ ପରେ ଏହି ଉତ୍ସବ ପାଳନ କରାଯାଇଛି।
କରୋନା ସଂକ୍ରମଣ କାରଣରୁ ଟୋକିଓ ସଡ଼କରେ ଏହି ମଶାଲ ରାଲି ଆୟୋଜନ କରାଯାଇ ନ ଥିଲା। ଏହା ଟୋକିଓ ଉପକୂଳର ସୁଦୂର ଦ୍ୱୀପଗୁଡିକରେ ଆୟୋଜନ କରାଯାଇଥିଲା। ମାର୍ଚ୍ଚରୁ ଉତ୍ତର ପୂର୍ବାଞ୍ଚଳ ଜାପାନରେ ଆରମ୍ଭ ହୋଇଥିବା ଏହି ରାଲିର କାର୍ଯ୍ୟକ୍ରମରେ ବାରମ୍ବାର ପରିବର୍ତ୍ତନ କରାଯାଇଥିଲା।
ଉଦ୍‌ଘାଟନୀ ଉତ୍ସବରେ ମଶାଲ କିଭଳି ଷ୍ଟାଡିୟମରେ ପ୍ରବେଶ କରିବ ସେ ନେଇ କିଛି କୁହାଯାଇ ନାହିଁ। ଟୋକିଓସ୍ଥିତ ଷ୍ଟାଡିୟମ ଓ ଏରିନାଗୁଡିକର ଆଖପାଖ ଅଞ୍ଚଳରେ ପ୍ରଶଂସକଙ୍କୁ ବାରଣ କରାଯାଇଛି। ପୂର୍ବରୁ କେତେମାସ ପୂର୍ବରୁ ବିଦେଶୀ ଦର୍ଶକଙ୍କୁ ମଧ୍ୟ ବାରଣ କରାଯାଇଥିଲା। ଉଭୟ ଇନ୍‌ଡୋର ଓ ଆଉଟଡୋର ଭେନ୍ୟୁଗୁଡିକରୁ ପ୍ରଶଂସକଙ୍କ ଉପସ୍ଥିତିକୁ ବ୍ୟାନ୍‌ କରାଯାଇଛି। ଟୋକିଓ ସମେତ କାନାଗାଓ୍ବା, ସାଇଟାମା ଓ ଚିବାରେ ମଧ୍ୟ ଦର୍ଶକଙ୍କୁ ବ୍ୟାନ କରାଯାଇଛି। ଜୁଲାଇ ୧୨ରୁ ଇମର୍ଜେନ୍ସି ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁଲାଇ ୨୩ରୁ ଆରମ୍ଭ ହୋଇ ଅଲିମ୍ପିକ୍ସ ଅଗଷ୍ଟ ୮ ତାରିଖରେ ଶେଷ ହେବ। ପାରା ଅଲିମ୍ପିକ୍ସ ଅଗଷ୍ଟ ୨୪ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟଥର ‘ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଜିତିଲେ ମେସି

ନୂଆଦିଲ୍ଲୀ,୨୮।୨: ଆର୍ଜେଣ୍ଟିନାର ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଫୁଟବଲର୍‌ ଲିଓନେଲ ମେସି ପୁଣି ଥରେ ଫିଫା ୨୦୨୨ ‘ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଜିତିଛନ୍ତି। ନିକଟରେ ଖେଳାଯାଇଥିବା...

ଓ୍ବାଇଡ୍‌ ଯୋଗୁ ହ୍ୟାଟ୍ରିକରୁ ବଞ୍ଚିତ ହେଲେ ଦୀପକ

ନୂଆଦିଲ୍ଲୀ,୧୩।୧୧-  ୨୭ ବର୍ଷୀୟ ଭାରତୀୟ ମଧ୍ୟଗତିର ବୋଲର ଦୀପକ ଚହର ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିବାରୁ ଅଳ୍ପକେ...

ପ୍ରବଳ ଯନ୍ତ୍ରଣା ସତ୍ତ୍ୱେ ବ୍ୟାଟିଂ କରିବାକୁ ଆସି ଏମିତି କାରନାମା କଲେ ପନ୍ତ

ସିଡନୀ,୧୧।୧:ସିଡନୀ ଟେଷ୍ଟ ରୋଚକ ପରିସ୍ଥିତିରେ ପହଞ୍ଚିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟର ପଞ୍ଚମ ତଥା ଶେଷ ଦିନରେ ଭାରତକୁ ଜିତିବା ପାଇଁ...

ବିପଦ ସଙ୍କୁଳ ଅବସ୍ଥାରେ ବାରବାଟୀ: ଖସୁଛି ପ୍ଲାଷ୍ଟର, ମହୁମାଛି ଆତଙ୍କ

କଟକ ଅଫିସ,୧୦ା୮- ଫନୀ ଝଡ଼ ପରେ ରକ୍ଷଣାବେକ୍ଷଣ ଅଭାବରୁ ବାରବାଟୀ ଷ୍ଟାଡିୟମ ବିପଦ ସଙ୍କୁଳ ଅବସ୍ଥାକୁ ଆସିଲାଣି । କିଛି ଦିନ ହେବ ବାରବାଟୀ ଷ୍ଟାଡିୟମ...

ଉତ୍କଳ କରାଟେ ସ୍କୁଲର ଖୋର୍ଦ୍ଧା ଶାଖାର ଗ୍ରେଡିଂ ଟେଷ୍ଟ

ଭୁବନେଶ୍ୱର,୨୮।୧୧(ସ୍ପୋଟର୍‌ସ ବ୍ୟୁରୋ)- ଉତ୍କଳ କରାଟେ ସ୍କୁଲର ଖୋର୍ଦ୍ଧା ଶାଖାରେ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ନୂତନ ଆରମ୍ଭ ହୋଇଥିବା ଏହି ଶାଖାରେ ମୋଟ ୫୨ ଜଣ...

ଟି୨୦ ସିରିଜ୍‌: ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଅକଲାଣ୍ଡ,୨।୪(ଏପି): ବାଂଲାଦେଶ ବିପକ୍ଷ ବର୍ଷା ବାଧାପ୍ରାପ୍ତ ତୃତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୬୫ ରନରେ ବିଜୟୀ ହୋଇଛି। ୩ଟି ଯାକ ମ୍ୟାଚ୍‌ ଜିତି ନ୍ୟୁଜିଲାଣ୍ଡ ସିରିଜ...

କୋହଲି ବନାମ ରୋହିତ: ଟି୨୦ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଉଭୟଙ୍କ ମଧ୍ୟରେ ଚାଲିଛି ଏହି ପ୍ରତିଯୋଗିତା; ଆଗରେ…

ନୂଆଦିଲ୍ଲୀ,୨୨।୧: ଭାରତୀୟ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ମୁକାବିଲା ଦେଖିବାକୁ...

ରାଉରକେଲାରେ ଟିକେଟ୍‌ ଶେଷ

ଭୁବନେଶ୍ୱର,୨୬ା୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଆୟୋଜିତ ହେବାକୁଥିବା ହକି ବିଶ୍ୱକପ୍‌କୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ...

Advertisement
Archives

Model This Week