ପରସ୍ପରକୁ ଆଖି ଦେଖାଇଲେ ଚାଇନା-ଆମେରିକା

ଓ୍ବାଶିଂଟନ୍‌,୧୯।୩: ଆମେରିକାରେ ନୂତନ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଚାଇନା ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଦୁଇ ଦେଶର ଅଧିକାରୀମାନେ ପରସ୍ପର ମଧ୍ୟରେ ବାକ୍‌ଯୁଦ୍ଧରେ ଲାଗିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ସମୟରେ ଚାଇନା ଏବଂ ଆମେରିକାର ସମ୍ପର୍କ ଅପେକ୍ଷା ଜୋ ବାଇଡେନଙ୍କ ସରକାରଙ୍କ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଅଧିକ ଖରାପ ହେବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା। ଯାହା ଏବେ ସତ ହେବାରେ ଲାଗିଛି। ଗୁରୁବାର ଆଲାସ୍କରେ ବୈଠକ ଆରମ୍ଭ ହେବା ମାତ୍ରେ ବିଶ୍ୱର ଦୁଇ ବଡ଼ ପ୍ରତିଦ୍ୱନ୍ଦୀ ପରସ୍ପର ମଧ୍ୟରେ ଝଗଡା କରିଥିଲେ। ଆମେରିକା ଏହି ବୈଠକ ପରେ ଅଭିଯୋଗ ଆଣି କହିଛି ଯେ, ଚାଇନା ବୈଠକର ନିୟମ ଉଲ୍ଲଂଘନ କରିଛି। ଚାଇନା ବୈଠକ ପୂର୍ବରୁ କହିଥିଲା ଯେ, ଆମେରିକା ଯଦି ଭାବୁଛି ଚାଇନା ନିଜ ନୀତିରେ ପରିବର୍ତ୍ତନ ଆଣିବ, ତେବେ ଏହା ତା’ର ଭୁଲ୍‌ ଧାରଣା।
ସୂଚନାଯୋଗ୍ୟ, ଏହି ବୈଠକରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ ସଲିଭାନ ଏବଂ ଚାଇନାର ବରିଷ୍ଠ କୂଟନୀତିଜ୍ଞ ୟାଙ୍ଗ ଜିଏଚି ଏବଂ ରାଜ୍ୟ ପରାମର୍ଶଦାତା ୱାଙ୍ଗ ୟି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୂନ କୋଭିଡ ନୀତି ନେଇ ଜିନ୍‌ପିଙ୍ଗ୍‌ଙ୍କ କଡ଼ା କଟକଣା, ପାଲଟିଛି ସମ୍ମାନର ପ୍ରଶ୍ନ…

ବେଜିଂ, ୨୧।୫ : କରୋନାର ଓମିକ୍ରନ ଭାରିଆଣ୍ଟ୍‌ ଯୋଗୁ ଚାଇନାରେ ଆତଙ୍କ ସୃଷ୍ଟି ହୋଇଛି। ସାଂଘାଇ ସହର ଏବେ ଏନେଇ ସଙ୍କଟ ଦେଇ ଗତି କରୁଛି।...

୧୧,୫୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହଟହଟା…

ନ୍ୟୁୟର୍କ, ୨୮।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ସଙ୍କଟ ଦେଖାଦେଇଛି। ଦ୍ରୁତବେଗରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ପୁଣି ଆଣାୟତ୍ତ...

ଆମେରିକାରେ କରୋନା ନେଇଛି ୭ ଲକ୍ଷ ମୁଣ୍ଡ, ସାଢ଼େ ୩ ମାସରେ ଲକ୍ଷେରୁ ଅଧିକ…

ଓ୍ବାଶିଂଟନ,୨।୧୦: ଆମେରିକାରେ କରୋନା ମହାମାରୀ ୭ ଲକ୍ଷରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି। ଗତ ସାଢ଼େ ୩ ମାସ ମଧ୍ୟରେ ସ୍ଥିତି ଅତି ଭୟଙ୍କର ଥିବା...

ମାସ୍କ୍‌ କରୋନାଠୁ କେତେଦୂର ଦେଇ ପାରିବ ସୁରକ୍ଷା

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ବିଭିନ୍ନ ଉପାୟ ସମ୍ପର୍କରେ ପରାମର୍ଶ ଦେଉଛନ୍ତି। ସେଥିମଧ୍ୟରୁ ମାସ୍କ୍‌ର ବ୍ୟବହାର କରିବା, ନିୟମିତ ଭାବେ...

ଜାତିସଂଘରେ ଗାନ୍ଧିଜୀଙ୍କ ହଲୋଗ୍ରାମ

ଜାତିସଂଘ, ୨ା୧୦: ଅହିଂସା ଓ ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ଅବସରରେ ଜାତିସଂଘରେ ଗାନ୍ଧିଜୀଙ୍କୁ ସ୍ବତନ୍ତ୍ର ଭାବେ ଉପସ୍ଥାପନ କରାଯାଇଛି। ଅକ୍ଟୋବର ୨କୁ...

କରୋନା ସ୍ଥିତି ଅସମ୍ଭାଳ: ଡାକ୍ତରଖାନାରେ ରେକର୍ଡ ସଂଖ୍ୟକ ପିଲା ଭର୍ତ୍ତି

ଓ୍ବାଶିଂଟନ,୩୧ା୧୨: ଆମେରିକାରେ କରୋନା ଭୂତାଣୁ ଏବଂ ଓମିକ୍ରନର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି। ଏଠାରେ ପ୍ରତିଦିନ ଅଢ଼େଇ ଲକ୍ଷରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହେଉଛି।...

ବିବାହ ପ୍ରତି ଚାଇନା ଯୁବବର୍ଗଙ୍କ ମୋହଭଙ୍ଗ…

ବେଜିଂ, ୩।୪ : ଚାଇନାରେ ଏବେ ବିବାହ କରିବାକୁ ଯୁବବର୍ଗ ଅମଙ୍ଗ ହେବାରେ ଲାଗିଛନ୍ତି। ବିବାହ ପ୍ରତି ସେମାନଙ୍କର ମୋହ ଭଙ୍ଗ ହୋଇଛି। ଫଳରେ ବାର୍ଷିକ...

ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନ ବିବାହ ପାଇଁ ଏହି ମହିଳାଙ୍କୁ ଦେଇଥିଲେ ୫ ଥର ପ୍ରସ୍ତାବ

ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ଲାଭ କରିଛନ୍ତି ଜୋ ବାଇାଡେନ। ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତକରି ସେ ଏହି ସଫଳତା ପାଇଛନ୍ତି। ତାଙ୍କର ବିଜୟ ସହିତ ସ୍ତ୍ରୀ...

Advertisement
Archives

Model This Week