Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟକୁ  ପ୍ରଚାର ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ (Top 5 Odishi Dancers in Odisha) ଦେଶ ବିଦେଶ ମଞ୍ଚରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ଓଡ଼ିଶାର ସଂସ୍କୃତିକୁ ପ୍ରଚାର କରିଛନ୍ତି। ନିମ୍ନରେ ୫ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ବିଷୟରେ ଉଲ୍ଲେଖ କରାଗଲା…

ଗୁରୁ କେଳୁଚରଣ ମହାପାତ୍ର (Guru Kelucharan Mohapatra ):

Mysticamusic - Kelu Charan Mahapatra

ଓଡ଼ିଶୀ ନୃତ୍ୟର ଆଧୁନିକ ରୂପକୁ ପ୍ରଚଳନ କରାଇବାରେ ତାଙ୍କର ଅବଦାନ ଅତୁଳନୀୟ। ସେ ଓଡ଼ିଶୀ ଗୁରୁକୁଳର ପ୍ରତିଷ୍ଠାତା ଏବଂ ଅନେକ ନୃତ୍ୟଶିଳ୍ପୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।  ବିଂଶ ଶତାବ୍ଦୀରେ ଓଡ଼ିଶୀର ପୁନରୁତ୍ଥାନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ କେଳୁଚରଣଙ୍କର ପ୍ରମୂଖ ଭୂମିକା ରହିଥିଲା। ପଦ୍ମ ବିଭୂଷଣ ପୁରସ୍କାର ପାଇବାରେ ସେ ପ୍ରଥମ ଓଡ଼ିଆ । ସେ ପ୍ରାୟ ୨୦୦ ଏକକ ପ୍ରଦର୍ଶନ ଓ ୫୦ଟି ନୃତ୍ୟ ନାଟିକା ସଂଯୋଜନା କରିଛନ୍ତି।

ସଂଯୁକ୍ତା ପାଣିଗ୍ରାହୀ(Sanjukta Panigrahi):

Sanjukta Panigrahi Entertainment Photo Sanjukta Panigra...

ଓଡ଼ିଶୀ ନୃତ୍ୟକୁ ବିଶ୍ୱମଞ୍ଚରେ ପରିଚିତ କରାଇବାରେ ସଂଯୁୁକ୍ତାଙ୍କ ଭୂମିକା ଅନନ୍ୟ। ତାଙ୍କର ନୃତ୍ୟରେ ଭାବପୂର୍ଣ୍ଣ ଅଭିନୟ ଓ ତାଳ ଅତ୍ୟନ୍ତ ପ୍ରଶଂସିତ। ସେ ପଦ୍ମଶ୍ରୀ ଓ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି। ଓଡ଼ିଶୀ ନୃତ୍ୟକୁ ଭାରତ ସମେତ ସମଗ୍ର ବିଶ୍ୱରେ ଆଦୃତ କରାଇବା ପାଇଁ ସେ ଭିନ୍ନ ଭିନ୍ନ ସ୍ଥାନ ଯେପରି ଆମେରିକା, ଫିଲିପାଇନ୍ସ, ୟୁନାଇଟେଡ୍ କିଙ୍ଗଡମ୍, ଇସ୍ରାଏଲ୍, ଗ୍ରୀସ୍, ପ୍ୟାରିସ୍ ତଥା ଅନ୍ୟାନ୍ୟ ଦେଶଗୁଡ଼ିକ ଭ୍ରମଣ କରି ସେଠାରେ ଓଡ଼ିଶୀ ନୃତ୍ୟର ପ୍ରଚାର କରିଥିଲେ । ତାଙ୍କ ନୃତ୍ୟ ପ୍ରତିଭା ଓ ନୃତ୍ୟକଳା ପ୍ରତି ଅବଦାନ ସ୍ୱରୁପ ତାଙ୍କୁ ୧୯୭୫ରେ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ୧୯୭୬ରେ ମଧ୍ୟ ସେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ…

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ଅରୁଣା ମହାନ୍ତି(Aruna Mohanty):

ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ । ୨୦୨୧ରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଭାବରେ ତତ୍‌କାଳୀନ ଓଡ଼ିଶା ସରକାର ନିଯୁକ୍ତ କରିଥିଲେ। ଅରୁଣା ମହାନ୍ତି ବାଲ୍ୟକାଳରୁ ପିତା କମଳ ଲୋଚନ ମହାନ୍ତିଙ୍କଠାରୁ ନୃତ୍ୟ ଅଭିନୟ ଶିକ୍ଷାରମ୍ଭ କରିଥିଲେ । କ୍ରମେ ଶ୍ରୀନାଥ ରାଉତ ଓ ଗୋବିନ୍ଦ୍ର ପାଳଙ୍କଠାରୁ ମଧ୍ୟ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ । ୧୯୭୨ରୁ ସେ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ । ଗଙ୍ଗାଧର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅରୁଣା ନିଜକୁ ଜଣେ ନୃତ୍ୟଶିଳ୍ପୀରୁ ନୃତ୍ୟଗୁରୁ ଓ ନୃତ୍ୟନିର୍ଦ୍ଦେଶକ ଭାବରେ ଗଢ଼ିତୋଳି ଥିଲେ । ଅରୁଣା, ବିଭିନ୍ନ ସମୟରେ ଗୁରୁ ପଙ୍କଜ ଚରଣ ଦାସ, କେଳୁଚରଣ ମହାପାତ୍ର,ସଂଯୁକ୍ତା ପାଣିଗ୍ରାହୀ ଓ ସୋନାଲ ମାନସିଂହଙ୍କଠାରୁ ନୃତ୍ୟ ଶିକ୍ଷା କରିଛନ୍ତି । ନିର୍ମଳ ମହାନ୍ତି ଓ ଶାନ୍ତନୁ ଦାସଙ୍କଠାରୁ ସେ ଓଡ଼ିଶୀ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି।

କୁମ୍‌କୁମ୍‌ ମହାନ୍ତି(Kumkum Mohanty):

Kumkum Mohanty: Queen Of Abhinaya In Odissi – THE DANCE INDIA

ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ୨୦୨୦ରେ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ନୃତ୍ୟ ଶୈଳୀ ଓ ଶିକ୍ଷଣ ଅନେକ ନୃତ୍ୟଶିଳ୍ପୀଙ୍କୁ ପ୍ରେରଣା ଦେଇଛି।

ସୁଜାତା ମହାପାତ୍ର(Sujata Mohapatra):

Odissi Danseuse Sujata Mohapatra To Receive Sangeet Natak Akademi Award | Odisha Bytes

ଓଡ଼ିଶୀ ନୃତ୍ୟକୁ ଦେଶ ବିଦେଶରେ ପହଞ୍ଚାଇବାରେ ଯେଉଁ କିଛି ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରମୁଖ ଭୂମିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ସୁଜାତା ମହାପାତ୍ର। ଆଖି ଝଲସେଇ ଦେଲା ଭଳି ଭାବ ଭଙ୍ଗୀ ପାଇଁ ସେ ଦର୍ଶକଙ୍କ ମନ ଜିଣି ଥାନ୍ତି। ମଞ୍ଚରେ ତାଙ୍କ ଉପସ୍ଥିତି ସବୁବେଳେ ଦେଖେଣାହାରୀଙ୍କୁ ମୁଗ୍ଧ କରିଥାଏ।

ଏହାଛଡ଼ା ଓଡ଼ିଶୀ ଶିକ୍ଷା କ୍ଷେତ୍ରରେ ତାଙ୍କର ଉପସ୍ଥିତି ଆଜି କେବଳ ରାଜ୍ୟରେ ନୁହେଁ, ବରଂ ରାଜ୍ୟ ଓ ଦେଶ ବାହାରେ ହଜାର ହଜାର ଓଡ଼ିଶୀ ନୃତ୍ୟଶିଳ୍ପୀ ତିଆରି କରିଛି। ଏହି ଅବଦାନ ପାଇଁ ୨୦୧୮ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?