Top 5 Cyclone In Odisha: ଓଡ଼ିଶାବାସୀଙ୍କୁ ଥରାଇ ଦେଇଥିଲା ଏହି ୫ ବାତ୍ୟା,ଆଜି ବି ମନେପଡ଼େ ସେହି କରାଳ ରୂପ…

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଫଳରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ଇତିହାସରେ ଅନେକ ବାତ୍ୟା ଭୟଙ୍କର କ୍ଷୟକ୍ଷତି ଘଟାଇଛି। ଓଡ଼ିଶାକୁ ପ୍ରଭାବିତ କରିଥିବା ଟପ-୫ ବାତ୍ୟା ଆଜି ଆଲୋଚନା କରିବା।

Children walk through the flooded ruins of Bhadrak, Orissa after the 1971 Cyclone (1971) : r/Odisha

୧. ୧୯୭୧ ଓଡ଼ିଶା ବାତ୍ୟା
ଓଡ଼ିଶା ପାଇଁ ଏକ ବିଧ୍ୱଂସକ ଥିଲା ୧୯୭୧ ଅକ୍ଟୋବର ୩୦ର ବାତ୍ୟା। ଏଥିରେ ବହୁ ଧନଜୀବନ ହାନି ହୋଇଥିଲା। ପ୍ରାୟ ୧୦,୦୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ୧୦ ଲକ୍ଷ ଲୋକ ବାସଚ୍ୟୁତ ହୋଇଯାଇଥିଲେ। ଲକ୍ଷାଧିକ ଘର ଧ୍ୱଂସ, ଚାଷଜମି ଓ ମତ୍ସ୍ୟଜୀବୀ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା।

Miracles do happen': Man presumed dead in 1999 super cyclone reunites with family after 23 years — The Kashmir Monitor

୨.୧୯୯୯ ଓଡ଼ିଶା ମହାବାତ୍ୟା
ଅକ୍ଟୋବର ୨୯, ୧୯୯୯, ଓଡ଼ିଶାବାସୀ ଏହି ତାରିଖକୁ ଆଦୌ ଭୁଲିପାରିବେ ନାହିଁ। ଏହି ମହାବାତ୍ୟା କଥା ଆଜି ବି ମନେ ପଡ଼ିଲେ ଦେହ ଶୀତେଇ ଯାଏ। ୨୫ ଅକ୍ଟୋବର ୧୯୯୯ ଆଣ୍ଡାମାନ ସମୁଦ୍ରରେ ଦାନା ବାନ୍ଧିଥିଲା ମହାବାତ୍ୟା। ସ୍ଥଳଭାଗ ଛୁଇଁବା ଆଗରୁ ଆରମ୍ଭ ହୋଇ ଯାଇଥିଲା ତୁହାକୁ ତୁହା ବର୍ଷା। ସ୍ଥଳଭାଗ ଛୁଇଁବା ପରେ ଆରମ୍ଭ ହୋଇଯାଇଥିଲା ମହାବାତ୍ୟାର ତାଣ୍ଡବ। ଘଣ୍ଟାକୁ ୨୬୦ କିଲୋମିଟର ପର୍ଯ୍ୟନ୍ତ ବହୁଥିଲା ପବନ। ତା’ ସାଙ୍ଗକୁ ଜୁଆର ବି ମାଡ଼ି ଆସିଥିଲା। ସରକାରୀ ଭାବେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ପ୍ରକୃତ ସଂଖ୍ୟା ତା ଠାରୁ ଅଧିକ ଥିଲା। ଲକ୍ଷ ଲକ୍ଷ ଲୋକ ବାସହରା ହୋଇ ରିଲିଫ କ୍ୟାମ୍ପରେ ରହିଥିଲେ । ବିଭିନ୍ନ ପ୍ରକାର ଫସଲ ସହ ପ୍ରାୟ ୪.୪୪ ବିଲିୟନ ଡଲାର କ୍ଷୟକ୍ଷତି ଆକଳନ କରାଯାଇଥିଲା।

Cyclone Hudhud - Wikipedia

୩.୨୦୧୪ ହୁଡ଼ହୁଡ଼ ବାତ୍ୟା
୨୦୧୪ ଅକ୍ଟୋବରରେ ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିଲା ହୁଡ଼ହୁଡ଼ । ଅକ୍ଟୋବର ୮ ତାରିଖରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବାତ୍ୟାର ରୂପ ନେଇଥିଲା । ତେବେ ୧୨ ତାରିଖରେ ହୁଡ଼ହୁଡ଼ ସ୍ଥଳଭାଗକୁ ଛୁଇଁଥିଲେ ମଧ୍ୟ ହୁଡ଼ହୁଡ଼ ଦାଉରୁ ରକ୍ଷା ପାଇଯାଇଥିଲା ଓଡ଼ିଶା। କାରଣ ବିଶାଖାପାଟଣାରେ ସ୍ଥଳ ଭାଗ ଛୁଇଁଥିଲା ହୁଡ଼ହୁଡ଼। ସେହିପରି ବଙ୍ଗୋପସାଗରେ ୨୦୦୯ ଆଇଲା ମଧ୍ୟ କିଛି କମ ନଥିଲା। କିନ୍ତୁ ଓଡ଼ିଶା ଉପରେ ତାହାର ପ୍ରଭାବ ସେତେଟା ପଡ଼ିନଥିଲା। ତେବେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

Cyclone Titli: Eastern India battered by deadly storm

୪. ୨୦୧୮ ବାତ୍ୟା ତିତ୍‌ଲି
୨୦୧୮ ମସିହା ଅକ୍ଟୋବର ୧୧ରେ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶାର ଉପକୂଳ ଅତିକ୍ରମ କରି ଅତି ଭୟଙ୍କର ସାଇକ୍ଲୋନିକ ଝଡ ଭାବରେ ତାଣ୍ଡବ ରଚିଥିଲା ‘ତିତ୍‌ଲି’ । ଉଭୟ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇବା ସହ ପ୍ରାୟ ୬ ମିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିଲା ଏହି ବାତ୍ୟା । ଏଥିରେ ୭୭ ଜଣଙ୍କର ମୃତ୍ୟୁ ଘଟିଥିଲା । ଲ୍ୟାଣ୍ଡଫଲ ସମୟରେ ଦକ୍ଷିଣ ଓଡିଶାର ଗୋପାଳପୁର ଏବଂ ଉତ୍ତର ଆନ୍ଧ୍ରର କଳିଙ୍ଗପଟ୍ଟନମରେ ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଥିଲା। ଏହା ପରେ ବାତ୍ୟା ‘ଅମ୍ଫାନ’ ମଧ୍ୟ ଓଡିଶା ଓ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

Cyclone Fani makes landfall in Odisha's Puri with wind speed of 185 kmph - India Today
୫.୨୦୧୯ ବାତ୍ୟା ଫନି
ଭାରତ ମହାସାଗରରେ ଏପ୍ରିଲ ୨୬ ତାରିଖରେ ସୃଷ୍ଟି ହୋଇଥିଲା ସାମୁଦ୍ରିକ ଝଡ଼ । ୩୦ ତାରିଖରେ ଏହା ରୂପ ଜଣାପଡ଼ିବା ସହ ଆଗକୁ ବଢ଼ିଥିଲା । ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ‘ଫନି’ । ପ୍ରଭାବରେ ମେ ୨ ତାରିଖ ରାତିରୁ ପବନ ସହ ବର୍ଷା ଲାଗି ରହିଥିଲା । ମେ ୩ ସକାଳ ଥିଲା ‘ଫନି’ର ।
ମେ ୩ ସକାଳୁ ପବନର ବେଗ ବଢ଼ିବା ସହ ବଢ଼ିଥିଲା ବର୍ଷା । ରାଜ୍ୟର ସବୁ ସମୁଦ୍ର କୁଳିଆ ଅଞ୍ଚଳରେ ପବନର ବେଗ ବେଶ ଅଧିକ ଥିଲା। ସକାଳ ପ୍ରାୟ ୮ଟା ୪୦ ମିନିଟରେ ପୁରୀରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ‘ଫନି’ । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ସମୁଦ୍ର କୂଳରେ ଥିବା ନୋଳିଆ ବସ୍ତି । ଘଣ୍ଟା ପ୍ରତି ୨୦୦ କିମି ବେଗରେ ବହୁଥିବା ପବନ ନିମିଷକେ ସବୁ କିଛି ଛାରଖାର କରି ଦେଇଥିଲା । ଉଜୁଡ଼ି ଯାଇଥିଲା ହୋଟେଲ ଶିଳ୍ପ, ହରିଣଙ୍କ କୋଳାହଳରେ କମ୍ପୁଥିବା ବାଲୁଖଣ୍ଡ ଅଭୟାରଣ୍ୟ ବି ବାଦ ପଡ଼ି ନ ଥିଲା । ହରିଣ ସବୁ ଗାଏବ ହୋଇଯିବା ସହ ନିଶ୍ଚିହ୍ନ ହୋଇଯାଇଥିଲା ଜଙ୍ଗଲ । ପୁରୀ ଜିଲାର ସମସ୍ତ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା ।
ବାତ୍ୟା ‘ଫନି’ ଯୋଗୁ ଅଧା ଓଡ଼ିଶା ପ୍ରଭାବିତ ହୋଇଥିଲା । ପୁରୀ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁର ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲା ବାତ୍ୟାରେ ପ୍ରଭାବିତ ହୋଇଥିଲା ।
ବାତ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬୪ ଜଣଙ୍କ ମୃତ୍ୟୁହୋଇଥିବା ବେଳେ ୧ ଲକ୍ଷ ୪୦ ହଜାର ହେକ୍ଟର ଫସଲ ନଷ୍ଟ ହୋଇଥିଲା। ୫ ଲକ୍ଷ ୫୬ ହଜାର ଘର କ୍ଷତିଗ୍ରସ୍ତ ହୋଇଥିଲା । ୬, ୨୮୧ ଗୃହ ପାଳିତ ପଶୁଙ୍କ ଜୀବନ ଯାଇଥିଲା । ୧ ଲକ୍ଷ ୪୮ ହଜାର ୬୬୩ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ ୬ ହଜାର ୪୧୬ ବୋଟ, ୮ ହଜାର ୮୨୮ ଜାଲ ନଷ୍ଟ ହୋଇଥିଲା । ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଭିତ୍ତିଭୂମି । ରାସ୍ତା, ବିଦ୍ୟୁତ, ରେଲୱେ, ଟେଲି କମ୍ୟୁନିକେସନ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଧାନୀ ପ୍ରାୟ ୧୫ ଦିନ ଅନ୍ଧାରରେ ରହିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ମାସେ ଯାଏ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରି ନ ଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?