ଆଇପିଏଲ୍‌ ଇତିହାସର ୧୦ ବଡ଼ ରେକର୍ଡ

ନୂଆଦିଲ୍ଲୀ, ୧୯।୯: କରୋନା ଭାଇରସ୍‌ର ପ୍ରଭାବ ମଧ୍ୟରେ ଶନିବାରଠାରୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଗତଥରର ଚାମ୍ପିୟନ ଓ ରନର୍ସଅପ୍‌ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଉଦ୍‌ଘାଟନୀ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଆଇପିଏଲ୍‌ର ଚଳିତ ସିଜନରେ ଅନେକ ନୂଆ ରେକର୍ଡ ସ୍ଥାପନ ହେବାର ସମ୍ଭାବନା ରହିଛି। ଏହି ଅବସରରେ ଆସନ୍ତୁ ଜାଣିବା ଆଇପିଏଲ୍‌ ଇତିହାସର ୧୦ ବଡ଼ ରେକର୍ଡ ସମ୍ବନ୍ଧରେ।
୧- ଆଇପିଏଲ୍‌ ଇତିହାସର ସର୍ବାଧିକ ଦଳଗତ ସ୍କୋର ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନାମରେ ରହିଛି। ୨୦୧୩ରେ ଗୁଜରାଟ ଲାୟନ୍ସ ବିପକ୍ଷରେ ବାଙ୍ଗାଲୋର ୫ ଉଇକେଟ୍‌ରେ ୨୬୩ ରନ୍‌ ସଂଗ୍ରହ କରିଥିଲା।
୨- ଆଇପିଏଲ୍‌ରେ ସର୍ବନିମ୍ନ ଦଳଗତ ସ୍କୋର ମଧ୍ୟ ବାଙ୍ଗାଲୋର ନାମରେ ରହିଛି। ୨୦୧୭ରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ବାଙ୍ଗାଲୋର ୪୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା।
୩- ରନ୍‌ ବ୍ୟବଧାନରେ ସର୍ବବୃହତ୍‌ ବିଜୟ ମୁମ୍ବାଇ ଇଣ୍ଡିଆନ୍ସ ହାସଲ କରିଛି। ୨୦୧୭ରେ ମୁମ୍ବାଇ ୧୪୬ ରନରେ ଦିଲ୍ଲୀକୁ ପରାସ୍ତ କରିଥିଲା।
୪- ଗୋଟିଏ ମ୍ୟାଚ୍‌ରେ ସବୁଠାରୁ ଅଧିକ ଅତିରିକ୍ତ ରନ୍‌ ବ୍ୟୟ କରିବାର ଅଲୋଡ଼ା ରେକର୍ଡ କୋଲକାତା ନାମରେ ରହିଛି। ୨୦୦୮ରେ ଡେକାନ ଚାଜର୍ସ ବିପକ୍ଷରେ କୋଲକାତା ୨୮ ରନ୍‌ ଅତିରିକ୍ତ ଆକାରରେ ବ୍ୟୟ କରିଥିଲା।
୫- ଆଇପିଏଲ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିଛନ୍ତି ବିରାଟ କୋହଲି (୫,୪୧୨)।


୬- ଆଇପିଏଲ୍‌ରେ ସର୍ବାଧିକ ୬ ମାରିବାର କିର୍ତ୍ତୀମାନ କ୍ରିସ୍‌ ଗେଲ୍‌ (୩୨୬)ଙ୍କ ନାମରେ ରହିଛି।
୭- ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ମଧ୍ୟ ଗେଲ୍‌ ରହିଛନ୍ତି। ୨୦୧୩ରେ ଗେଲ୍‌ ପୁନେ ଓ୍ବାରିୟର୍ସ ବିପକ୍ଷରେ ୬୬ ବଲରୁ ୧୭୫ ରନ୍‌ ସଂଗ୍ରହ କରିଥିଲେ।
୮- ଆଇପିଏଲ୍‌ରେ ସବୁଠାରୁ ଅଧିକ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ମଧ୍ୟ କ୍ରିସ୍‌ ଗେଲ୍‌ (୬ଟି) ଶୀର୍ଷରେ ରହିଛନ୍ତି।
୯- କିଙ୍ଗ୍ସ ଇଲେଭେନ ପଞ୍ଜାବର ଲୋକେଶ ରାହୁଲ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ୨୦୧୮ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୪ ବଲରୁ ୫୧ ରନ୍‌ ସଂଗ୍ରହ କରିଥିଲେ।
୧୦- ଆଇପିଏଲ୍‌ରେ ସବୁଠାରୁ ସଫଳ ବୋଲର ରହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଲସିଥ୍‌ ମାଲିଙ୍ଗା। ମାଲିଙ୍ଗା ୧୨୨ ମ୍ୟାଚ୍‌ରୁ ମୋଟ୍‌ ୧୭୦ ଉଇକେଟ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?