Posted inଜାତୀୟ

ଦେଶର ଶ୍ରେଷ୍ଠ ୧୦ ଥାନା: ଶୀର୍ଷରେ ନୋଙ୍ଗ୍‌ପୋକ୍‌ ସେକମାଇ

ନୂଆଦିଲ୍ଲୀ,୩।୧୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଶ୍ରେଷ୍ଠ ୧୦ ଥାନାର ନାମ ଗୁରୁବାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କିତ ତାଲିକା ପ୍ରକାଶ ପାଇଛି। ୨୦୨୦ର ଶ୍ରେଷ୍ଠ ଥାନା ମଧ୍ୟରେ ମଣିପୁରର ଥୋଉବଲସ୍ଥିତ ନୋଙ୍ଗ୍‌ପୋକ୍‌ ସେକମାଇ ଥାନା ଶୀର୍ଷରେ ରହିଛି। ୧୬ ହଜାର ୬୭୧ ଥାନା ମଧ୍ୟରୁ ଶ୍ରେଷ୍ଠ ୧୦ଟି ଥାନାକୁ ବିଭିନ୍ନ ମାନକ ଆଧାରରେ ଚୟନ କରାଯାଇଛି। ତେବେ ତାଲିକାରେ ରାଜଧାନୀ ଦିଲ୍ଲୀ ଅବା ମୁମ୍ବାଇର କୌଣସି ପୋଲିସ ଥାନା ନାହିଁ। ତାଲିକାର ଦ୍ୱିତୀୟ ସ୍ଥାନରେ ତାମିଲନାଡୁର ସାଲେମର ଏଡବ୍ଲ୍ୟୁପିଏସ୍‌-ସୁରାମଙ୍ଗଳମ୍‌, ତୃତୀୟରେ ଅରୁଣାଚଳପ୍ରଦେଶର ଚଙ୍ଗଲାଙ୍ଗ୍‌ସ୍ଥିତ ଖରସାଙ୍ଗ୍‌ ଥାନା, ଚତୁର୍ଥରେ ଛତିଶଗଡ଼ ସୂରଜପୁରର ଝିଲ୍‌ମିଲ୍‌ ଥାନା ରହିଥିବାବେଳେ ପଞ୍ଚମରେ ଦକ୍ଷିଣ ଗୋଆର ସୁଙ୍ଗେମ୍‌ ଥାନା ରହିଛି। ସେହିପରି ଷଷ୍ଠ ସ୍ଥାନରେ ଉତ୍ତର ଏବଂ ମଧ୍ୟ ଅଣ୍ଡାମାନର କାଲିଘାଟ ଥାନା ରହିଛି। ସପ୍ତମ ସ୍ଥାନରେ ସିକିମ୍‌ ଇଷ୍ଟ ଜିଲାର ପାକୟୋଙ୍ଗ୍‌ ଥାନା, ଅଷ୍ଟମରେ ଉତ୍ତରପ୍ରଦେଶ ମୋରାଦାବାଦ୍‌ର କାନ୍ଥ ଥାନା, ନବମରେ ଦାଦର ଏବଂ ନାଗର ହାବେଲୀର ଖାନଭେଲ୍‌ ଥାନା ରହିଥିବାବେଳେ ଦଶମ ସ୍ଥାନରେ ତେଲଙ୍ଗାନାର କରିମ୍‌ନଗରସ୍ଥିତ ଜାମ୍ମିକୁଣ୍ଟା ଟାଉନ୍‌ ଥାନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ଚିତ୍ରକାର ଲକ୍ଷ୍ମଣ ପାଏଙ୍କ ପରଲୋକ

ନୂଆଦିଲ୍ଲୀ,୧୫।୩: ବିଶିଷ୍ଟ ଚିତ୍ରକାର ଲକ୍ଷ୍ମଣ ପାଏଙ୍କ ଗୋଆସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ୧୯୨୬ ମସିହାରେ ଗୋଆରେ ଜନ୍ମଗ୍ରହଣ...

‘ଅପରେଶନ ଦୋସ୍ତ’

ନୂଆଦିଲ୍ଲୀ, ୯।୨: ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ତୁର୍କୀ ଓ ସିରିଆକୁ ଭାରତ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଛି। କେନ୍ଦ୍ର ସରକାର ‘ଅପରେଶନ୍‌ ଦୋସ୍ତ’...

ସଭାମଞ୍ଚରୁ ଖସିପଡିଲେ କଂଗ୍ରେସ ନେତା

ପାଟନା,୩୦।୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। ଜଲେ ବିଧାନସଭା ଆସନରୁ...

ସିଏଏ ହିଂସା ପାଇଁ ପାକିସ୍ତାନକୁ ଦୋଷୀ ଦର୍ଶାଇବା ମୋଦି ସରକାରଙ୍କ ବଡ଼ ଦୁର୍ବଳତା: ଶିବସେନା

ନୂଆଦିଲ୍ଲୀ,୧୮।୧୨: ସିଏଏ ନେଇ ଦେଶ ବ୍ୟାପି ପ୍ରଦର୍ଶନ ଜାରି ରହିଛି। ଦେଶରେ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବିଦେଶୀ ଶକ୍ତିର ହାତ ଥିବା...

ଆମେ ଛୋଟ ପିଲା ନୁହେଁ, ବିଭ୍ରାନ୍ତ ହୋଇଯିବୁ: ଓଓ୍ବେସି

ନୂଆଦିଲ୍ଲୀ,୨୫।୧୦: ନାଗରିକ ସଂଶୋଧନ ଆଇନକୁ ନେଇ ଆର୍‌ଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବିବୃତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଲ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ ମୁସଲିମିନ (ଆଇଏଏମଆଇଏମ) ଅଧ୍ୟକ୍ଷ...

ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ମନା କଲେ ବିଜୟ ସିହ୍ନା…

ପାଟନା, ୨୩।୮ : ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ଏହି ପଦରୁ ଇସ୍ତଫା ଦେବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ସେ...

ଖଲିସ୍ତାନ ସମର୍ଥକ ଅମୃତପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୨୧।୩: ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଇତିମଧ୍ୟରେ ପଞ୍ଜାବ ସରକାର ଅମୃତପାଲଙ୍କ ବିରୋଧରେ ଜାତୀୟ...

କ୍ୟାଟ୍ରିନା-ବିକିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨୫।୭: ବଲିଉଡର ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ସୋସିଆଲ ମିଡିଆରେ ମିଳିଛି ହତ୍ୟା ଧମକ। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବିକି ମୁମ୍ବାଇର...

Advertisement
Archives

Model This Week