Posted inଜାତୀୟ

‘ପାତାଳରେ ଲୁଚିଥିଲେ ବି ଦୋଷୀଙ୍କୁ ଦଣ୍ଡିତ କରିବାକୁ ସଙ୍କଳ୍ପ ନେଇଥିଲି’

ହରଦୋଇ(ୟୁପି),୨୦।୨: ମୁଁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଅହମ୍ମଦାବାଦରେ ସିରିଏଲ ବିସ୍ଫୋରଣ ଘଟିଥିଲା। ଖୁବ୍‌ କାନ୍ଦିଛି। ମୁଁ ସେହି ରକ୍ତ ଭିଜା ମାଟିକୁ ନେଇ ପାତାଳରେ ଲୁଚିଥିଲେ ବି ଆତଙ୍କବାଦୀଙ୍କୁ ଖୋଜି ଦଣ୍ଡିତ କରିବାକୁ ସଙ୍କଳ୍ପ ନେଇଥିଲି। ମୁଁ ଏତେ ଦିନ ହେଲା ଚୁପ୍‌ ଥିଲି କାରଣ କୋର୍ଟରେ ଅହମ୍ମଦାବାଦ ସିରିଏଲ ବିସ୍ଫୋରଣ ମାମଲାର ଶୁଣାଣି ଚାଲିଥିଲା। କୋର୍ଟ ସେମାନଙ୍କୁ ଦଣ୍ଡ ଦେବା ପରେ ମୁଁ ଦେଶ ଆଗରେ ସେହି ବିଷୟ ରଖୁଛି। ଅହମ୍ମଦାବାଦର ସିରିଜ୍‌ ବିସ୍ଫୋରଣ ଘଟଣାରେ ୪୯ ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇବାର ଦିନକ ପରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଉତ୍ତରପ୍ରଦେଶର ହରଦୋଇରେ ଆୟୋଜିତ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଯେଉଁମାନେ ଆମକୁ ଧ୍ୱଂସ କରିବାକୁ ଚାହୁଁଥିଲେ, ସେମାନଙ୍କୁ କୋର୍ଟ ଦଣ୍ଡ ଦେଇଛନ୍ତି। ଯେତେବେଳେ ଏକ ଆତଙ୍କବାଦୀ ଆକ୍ରମଣ ହୁଏ, ସବୁଠୁ ଅଧିକ ଗରିବଙ୍କ କ୍ଷତି ହୁଏ। ଆକ୍ରମଣ ପରେ ସାଧାରଣ ଲୋକଙ୍କ ଜୀବନ, ବ୍ୟବସାୟ ଓ ପର୍ଯ୍ୟଟନ ପ୍ରଭାବିତ ହୁଏ। ଆଜି ମୁଁ ଏହି ବିଷୟରେ କହୁଛି, କାରଣ କିଛି ରାଜନୈତିକ ଦଳ ଆତଙ୍କବାଦୀଙ୍କ ପ୍ରତି ଦୟା ଦେଖାଉଛନ୍ତି। ଦୁଇ ଘଣ୍ଟାର ବ୍ୟବଧାନରେ ସମସ୍ତ ବିସ୍ଫୋରଣ ଘଟିଥିଲା। ସହରର ୫୦ -୬୦ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏହାର ଦୁଇ ଘଣ୍ଟା ପରେ ହସ୍ପିଟାଲରେ ରଖାଯାଇଥିବା ଗାଡ଼ିରେ ବିସ୍ଫୋରଣ ଘଟିଥିଲା। ସେଠାରେ ଅନେକ ପ୍ରାଣ ହରାଇଥିଲେ। ପ୍ରାରମ୍ଭିକ ବିସ୍ଫୋରଣରେ ବ୍ୟବହୃତ ବୋମା ସାଇକେଲରେ ରଖାଯାଇଥିଲା। ଆତଙ୍କବାଦୀମାନେ ସାଇକେଲ କାହିଁକି ବାଛିଲେ, ମୁଁ ଜାଣିପାରୁନି”।

ଗତ ୧୮ ତାରିଖରେ ଅହମ୍ମଦାବାଦର ସ୍ପେଶାଲ କୋର୍ଟ ୨୦୦୮ ସିରିଏଲ ବିସ୍ଫୋରଣ ମାମଲାରେ ଇଣ୍ଡିଆନ ମୁଜାହିଦିନ (ଆତଙ୍କବାଦୀ ସଂଗଠନ)ର ୩୯ ସଦସ୍ୟଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାରେ ଆହୁରି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଶ ଦେଇଛନ୍ତି କୋର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ମାନହାନି ମାମଲା:ରାହୁଲ, ୟେଚୁରୀଙ୍କୁ ଜାମିନ

ମୁମ୍ବାଇ,୫।୭(ପି.ଟି.):ଏକ ମାନହାନି ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଗୁରୁବାର କୋର୍ଟରେ ହାଜର ହୋଇ ନିଜକୁ ନିର୍ଦ୍ଦୋଷ...

ଛପା ଯାଉନି ଦୁଇ ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ, ୧୫।୩ – ଦୁଇ ବର୍ଷ ହେଲା ଦୁଇ ହଜାର ଟଙ୍କିଆ ନୋଟ୍‌ ଛପା ପ୍ରକ୍ରିୟା ବନ୍ଦ ଅଛି। ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ...

ପୋଙ୍ଗଲ ନିମନ୍ତ୍ରଣ ନେଇ ବିବାଦ ବଢ଼ିଲା…

ଚେନ୍ନାଇ,୧୦।୧ : ତାମିଲନାଡୁରେ ଶାସକ ଡିଏମକେ ଏବଂ ରାଜଭବନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିଧାନସଭାରୁ ରାଜ୍ୟପାଳଙ୍କ ଗୃହତ୍ୟାଗ ଏବଂ ତାମିଲନାଡୁ ବନାମ ଥିମିଜାଗାମ ବିବାଦ...

ପ୍ରବଳ ତାତି: ତେଲେଙ୍ଗାନାରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୮୮ରେ ପହଞ୍ଚିଲା

ହାଇଦ୍ରାବାଦ୍‌, ୨।୬:ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଦିନକୁ ଦିନ ତାପମାତ୍ରା ବୃଦ୍ଧିଯୋଗୁ ଦେଶରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏଯାବତ୍‌ ତେଲେଙ୍ଗାନାରେ ଅଂଶୁଘାତ ମୃତ୍ୟୁସଂଖ୍ୟା ସର୍ବାଧିକ...

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ମୋଦି

ଗାନ୍ଧିନଗର,୧୭।୬: ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତକାଳରେ ଶନିବାର ଅର୍ଥାତ୍‌ ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ରେ...

ଫଶିଲେ ଆଇନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୩: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ନିଜ ମନ୍ତବ୍ୟ ପାଇଁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ନିକଟରେ ରିଜିଜୁ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ...

ଦିଲ୍ଲୀକୁ ଘାରିଛି ଗଞ୍ଜେଇ ନିଶା: ଏବିସିଡି ସର୍ଭେ ତାଲିକାରେ ତୃତୀୟ ସ୍ଥାନ; ମୁମ୍ବାଇ ୬ଷ୍ଠରେ

ନୂଆଦିଲ୍ଲୀ,୧୦।୯: ଦିଲ୍ଲୀ ଗଞ୍ଜେଇ ନିଶା ବ୍ୟବହାରରେ ପୃଥିବୀରେ ତୃତୀୟ ସ୍ଥାନ ହାସଲ କରିଛି। ସେହିପରି ମାୟାନଗରୀ ମୁମ୍ବାଇ ପ୍ରକାଶିତ ଏକ ତାଲିକାରେ ଗଞ୍ଜେଇ ନିଶା ବ୍ୟବହାରରେ...

‘ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ’

ନୂଆଦିଲ୍ଲୀ, ୧।୧୨: ନୂଆ କୃଷି ଆଇନକୁ ନେଇ ଚାଷୀମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଏହା କୃଷକମାନଙ୍କ ସ୍ବାର୍ଥ ବିରୋଧୀ ଓ ଭବିଷ୍ୟତ ପ୍ରତି ବିପଦ ବୋଲି ବିରୋଧୀ...

Advertisement
Archives

Model This Week