‘ଶିଶୁଙ୍କ ଅତ୍ୟଧିକ କାନ୍ଦ ଆରିଥ୍‌ମିଆ ହୋଇପାରେ’

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଯଦି ଆପଣଙ୍କ ଶିଶୁ ଘଣ୍ଟା ଘଣ୍ଟା ଧରି ଲଗାତର କାନ୍ଦୁଛି, ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍‌ ନୁହେଁ। ପିଲା କାନ୍ଦିଲେ ଅଧିକାଂଶ ଏହା ପେଟ କାଟୁଥିବା କିମ୍ବା କାନ ଟାଣୁଥିବା ବୋଲି ଭାବନ୍ତି। କିନ୍ତୁ ଏହା ବିପଦଜନକ ଆରିଥ୍‌ମିଆ ହୋଇପାରେ, ଯାହା ଶିଶୁଙ୍କ ପାଇଁ ପ୍ରାଣଘାତୀ ସଦୃଶ। ତେଣୁ ଏଭଳି କ୍ଷେତ୍ରରେ ଶିଶୁକୁ ଷ୍ଟେଥୋସ୍କୋପି ସହାୟତାରେ ପରୀକ୍ଷା କରିବା ସହିତ ହୃଦ୍‌ସ୍ପନ୍ଦନକୁ ମଧ୍ୟ ପରୀକ୍ଷା କରାଯିବା ଉଚିତ ବୋଲି ଏମ୍ସ ଭୁବନେଶ୍ୱର ନବଜାତ ଶିଶୁ (ନିଓନାଟୋଲୋଜି)ବିଭାଗର ଆସୋସିଏଟ୍‌ ପ୍ରଫେସର ଡ. ପଙ୍କଜ ମହାନ୍ତି ପ୍ରକାଶ କରିଛନ୍ତି। ଏମ୍ସ ଭୁବନେଶ୍ୱରରେ ଆରିଥ୍‌ମିଆରେ ଆକ୍ରାନ୍ତ ଏକ ୨୫ ଦିନର ଶିଶୁ କନ୍ୟାର ସଫଳ ଚିକିତ୍ସା ପରେ ମହାନ୍ତି ଏହି ସୂଚନା ଦେଇଛନ୍ତି।
୩ ଦିନ ହେବ ଲଗାତର କାନ୍ଦିବା ସହିତ କିଛି ଖାଉ ନ ଥିବା ଜଣେ ୨୫ ଦିନର ଶିଶୁ କନ୍ୟାଙ୍କୁ ନେଇ ତାଙ୍କ ମାତାପିତା ମଙ୍ଗଳବାର ରାତିରେ ଭୁବନେଶ୍ୱର ଏମ୍ସକୁ ଆଣିଥିଲେ। ହସ୍ପିଟାଲ ଆଣିବା ସମୟରେ ଶିଶୁକନ୍ୟା ଗୁରୁତର ଅବସ୍ଥାରେ ଥିଲେ। ହସ୍ପିଟାଲ୍‌ ଆସିବା ପୂର୍ବରୁ ଶିଶୁର କୋଲିକ୍‌, ଓଟିଟିସ୍‌ କିମ୍ବା ସେପସିସ୍‌ ଭଳି ଚିକିତ୍ସା କରାଯାଇଥିଲା। ତେବେ ଏମ୍ସକୁ ଆସିବା ପରେ ଡାକ୍ତର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ଶିଶୁର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ସମୟରେ ଶିଶୁର ହୃଦ୍‌ସ୍ପନ୍ଦନ (ହାର୍ଟ ରେଟ୍‌) ୩ଶହ ବିପିଏମ୍‌ରୁ ଅଧିକ ଥିବା ଜଣାପଡ଼ିଥିଲା। ସାଧାରଣତଃ ଶିଶୁଙ୍କ କ୍ଷେତ୍ରରେ ଏହା ୧୪୦ ବିପିଏମ୍‌ ରହିଥାଏ। ଏନେଇ ଶିଶୁ କନ୍ୟାଙ୍କ ତୁରନ୍ତ ଇସିଜି କରାଯାଇଥିଲା। ଏଥିରେ ଅନୁପସ୍ଥିତ ପି-ତରଙ୍ଗ(ପି ୱେଭ୍‌) ଏବଂ ହୃଦ୍‌ସ୍ପନ୍ଦନ ୨୮୮ ଏସ୍‌/ ଓପିଏସ୍‌ଭିଟି ପ୍ରକାଶ ପାଇଥିଲା। ଶିଶୁକୁ ତୁରନ୍ତ ଏନ୍‌ଆଇସିୟୁକୁ ନିଆଯାଇ ହୃଦ୍‌ସ୍ପନ୍ଦନକୁ ସାଧାରଣ ଅବସ୍ଥାକୁ ଫେରାଇବାକୁ ଚିକିତ୍ସା କରାଯାଇଥିଲା। ସଫଳ ଚିକିତ୍ସା ଯୋଗୁ ୨୪ ଘଣ୍ଟା ପରେ ଶିଶୁ ସ୍ବାଭାବିକ ହେବା ସହିତ ଉତ୍ତମ ଅବସ୍ଥାକୁ ଫେରିବା ସହ ସ୍ତନ୍ୟପାନ କରିଥିଲା। ଠିକ୍‌ ସମୟରେ ଶିଶୁଟିର ଉଚିତ୍‌ ଚିକିତ୍ସା କରାଯାଇପାରିବାରୁ ତାକୁ ବଞ୍ଚାଇ ପାରିଲୁ ବୋଲି ଡାକ୍ତର ମହାନ୍ତି କହିଛନ୍ତି। ଏମ୍ସ ହୃଦ୍‌ରୋଗ ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର ରାମଚନ୍ଦ୍ର ବାରିକ ଶିଶୁର ଇକୋ କାର୍ଡିଓଲୋଜି କରିବାରେ ସହଯୋଗ କରିବା ସହିତ ସ୍ଥିତି ଉପରେ ନଜର ରଖିଥିଲେ। ସେହିପରି ଡିଏମ୍‌ ରେସିଡେଣ୍ଟ୍‌ ଡାକ୍ତର ପୂର୍ବାଶା ପ୍ରଥମେ ଶିଶୁ କନ୍ୟାକୁ ଦେଖିବା ସହିତ ବରିଷ୍ଠ ବିଶେଷଜ୍ଞଙ୍କୁ ସୂଚନା ଦେଇଥିଲେ। ଜୁନିୟର୍‌ ରେସିଡେଣ୍ଟ୍‌ ଡାକ୍ତର ହେମନ୍ତଙ୍କ ସହିତ ନବଜାତ ଶିଶୁ ବିଭାଗର ଏକାଧିକ କର୍ମଚାରୀ ଏହି ଚିକିତ୍ସା ଦଳରେ ସାମିଲ ଅଛନ୍ତି।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ପ୍ରକାରର ମାମଲା ପ୍ରାୟତଃ ଘଟିଥାଏ। ମାତ୍ର ସଚେତନତାର ଅଭାବ କାରଣରୁ ଅଭିଭାବକମାନେ ଏହାକୁ ଅଣଦେଖା କରିଥାଆନ୍ତି। ଏପରିକି ଚିକିତ୍ସା ସମୟରେ ମଧ୍ୟ ଆରିଥ୍‌ମିଆକୁ ଦୃଷ୍ଟିକୁ ନିଆଯାଇ ନ ଥାଏ। ଫଳରେ ଶିଶୁଙ୍କ ମଧ୍ୟରେ ହୃଦୟ ଓ ଆଭ୍ୟନ୍ତରୀଣ ସମସ୍ୟା ଦେଖାଦେଇ ବିପଦ ଆଣିଥାଏ। ଏମ୍ସ ଡାକ୍ତରୀ ଦଳଙ୍କ ସଫଳ ଚିକିତ୍ସା ଯୋଗୁ ଶିଶୁ କନ୍ୟା ଭଲ ହୋଇଯାଇଥିବାରୁ ସମସ୍ତଙ୍କୁ ଶିଶୁର ମାତାପିତା ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri