ଆଇଏଫ୍‌ଏଫ୍‌ଏମ୍‌ରେ ପ୍ରଦର୍ଶିତ ହେବ ‘କାଲିର ଅତୀତ’

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ପଦ୍ମଶ୍ରୀ ଓ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ମେଲ୍‌ବୋର୍ନ (ଆଇଏଫ୍‌ଏଫ୍‌ଏମ୍‌)ରେ ପ୍ରଦର୍ଶିତ ହେବ। ଜଳବାୟୁ ପରିବର୍ତ୍ତନର ବିପଦକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିଛି। ୨୦୨୧ ଜୁଲାଇରେ ଏହା ଲଣ୍ଡନ ଇଣ୍ଡିଆନ୍‌ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିବାବେଳେ ଚଳିତ ମାସରେ ହେବାକୁ ଥିବା ଆଇଏଫ୍‌ଏଫ୍‌ଏମ୍‌ରେ ଔପଚାରିକ ଚୟନର ଅଂଶ ହୋଇଛି। ‘କାଲିର ଅତୀତ’ ଚଳଚ୍ଚିତ୍ରକୁ ଆସନ୍ତା ଅକ୍ଟୋବରରେ ପାରାଗୁଏ ଇଣ୍ଟରନ୍ୟାଶନାଲ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ କରାଯିବ। ଆଇଏଫ୍‌ଏଫ୍‌ଏମ୍‌ ହେଉଛି ଅଷ୍ଟ୍ରେଲିଆରେ ଅନୁଷ୍ଠିତ ସର୍ବବୃହତ୍‌ ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରୁ ଅନ୍ୟତମ, ଯାହା ଭାରତୀୟ ସିନେମାର ସମସ୍ତ ପ୍ରକାର ଓ ଆକାରକୁ ପାଳନ କରୁଛି। ଲକ୍‌ଡାଉନ୍‌ କାରଣରୁ ଏଠାରେ ଇନ୍‌-ସିନେମା ପ୍ରୋଗ୍ରାମ ସମେତ ଓପନିଙ୍ଗ୍‌ ନାଇଟ୍‌ ଷ୍ଟାଣ୍ଡ୍‌ ବାତିଲ ହୋଇଥିଲା। ତେବେ ଆସନ୍ତା ୧୫ରୁ ଅନ୍‌ଲାଇନ୍‌ ପ୍ରୋଗ୍ରାମ ଖୋଲିବ ବୋଲି ଧାର୍ଯ୍ୟ ହୋଇଛି।
ଆଇଏଫ୍‌ଏଫ୍‌ଏମ୍‌ରେ ଫିଲ୍ମର ଚୟନ ସମ୍ପର୍କରେ ନିର୍ଦ୍ଦେଶକ ପଣ୍ଡା କହିଛନ୍ତି, ଯେତେବେଳେ ମୁଁ ଏହି ଚଳଚ୍ଚିତ୍ର ତିଆରି କରିଥିଲି ମୋର ଇଚ୍ଛା ଥିଲା ଜଳବାୟୁ ପରିବର୍ତ୍ତନର ବିପଦ ସଂକ୍ରାନ୍ତରେ ଏହାର ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପହଞ୍ଚାଇବା। ମୋର ଚଳଚ୍ଚିତ୍ର ମାଧ୍ୟମରେ ମୁଁ ବାସ୍ତବ ଘଟଣାଗୁଡିକ ସମ୍ପର୍କରେ କହିବା ଏବଂ ଏଭଳି ଗମ୍ଭୀର ପ୍ରସଙ୍ଗ ଉପରକୁ ଲୋକଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛି। ଆଇଏଫ୍‌ଏଫ୍‌ଏମ୍‌ରେ ଔପଚାରିକ ଚୟନ ହେବା ଆମ ଟିମ୍‌ ପାଇଁ ଏକ ଗୌରବର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?