କାଲି ବାଘ, ଆଜି ଚିତା ବିରାଡ଼ି

ଭୁବନେଶ୍ୱର, ୨୨।୯(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, ଡବ୍ଲ୍ୟୁସିସିବି ଓ ବାରିପଦା ବନଖଣ୍ଡ ସୋମବାର ବାରିପଦାଠାରେ ମିଳିତ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିବା ସହ ବାଘଛାଲ ଜବତ କରିଥିଲା। ଜବତ ଛାଲକୁ ଗଣମାଧ୍ୟମ ସମ୍ମୁଖରେ ରଖି ତାହା ଏକ ଛୁଆ କଲରାପତରିଆ ବାଘର ବୋଲି କୁହାଯାଇଥିଲା। ଏହି ଆଧାରରେ ବିଭିନ୍ନ ଗଣମାଧ୍ୟମ ବାଘଛାଲ ଜବତ ବୋଲି ଖବର ମଧ୍ୟ ପ୍ରକାଶ କରିଥିଲେ। ହେଲେ ମଙ୍ଗଳବାର ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଉକ୍ତ ଛାଲଟି ଏକ ଲିଓପାଡର୍ର୍ କ୍ୟାଟ୍‌ ବା ଚିତା ବିରାଡ଼ିର ଛାଲ ବୋଲି ଚିହ୍ନଟ କରିଛନ୍ତି। ମଙ୍ଗଳବାର ସା ୬ଟାରେ ଡବ୍ଲ୍ୟୁସିସିବି ନିଜ ଫେସ୍‌ବୁକ୍‌ ପେଜ୍‌ରେ ତାହା ଏକ ଲିଓପାର୍ଡ କ୍ୟାଟ୍‌ ବୋଲି ପୋଷ୍ଟ କରିଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ ଭାବରେ ଡବ୍ଲ୍ୟୁସିସିବି ପୋଷ୍ଟରେ ବାରିପଦା ବନଖଣ୍ଡର ନାମ ନ ଥିଲା। କେବଳ ଏସ୍‌ଟିଏଫ୍‌ ସହ ମିଳିତ କାର୍ଯ୍ୟାନୁଷ୍ଠାନ କଥା ଲେଖା ଯାଇଥିଲା। ଏହାକୁ ନେଇ ଏବେ ପ୍ରାଣୀ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ବନ ବିଭାଗ, ଏସଟିଫ୍‌ର ଅଧିକାରୀମାନେ କିପରି ବାଘ ଓ ବିଲେଇର ଫରକ ବାରି ପାରିଲେ ନାହିଁ ବୋଲି ଶୁଭେନ୍ଦୁ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଏହି ଲିଓପାର୍ଡ କ୍ୟାଟ୍‌ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ତଫସିଲ-୧ ଅନ୍ତର୍ଭୁକ୍ତ।ବନ୍ଧୁକ ସହ ଧରାପଡ଼ିଲେ ବାଘ ଶିକାରୀ

ବନ୍ଧୁକ ସହ ଧରାପଡ଼ିଲେ ବାଘ ଶିକାରୀ

ବାରିପଦାରୁ କଲରାପତରିଆ ବାଘଛାଲ ଜବତ ଘଟଣାର ମୁଖ୍ୟ ଅଭିଯୁକ୍ତ ଶିକାରୀଙ୍କୁ ମଙ୍ଗଳବାର ବନବିଭାଗ ଗିରଫ କରିଛି। ତାଙ୍କଠାରୁ ୨ ଦେଶୀ ବନ୍ଧୁକ, ୫ ଧନୁଶର, ୧୭ ତୀର, ଫାଶ ଓ ଜାଲ ଜବତ ହୋଇଛି। ଅଭିଯୁକ୍ତ ଜଣକ ହେଲେ ବାରିପଦା ସଦର ଥାନା ଅଧୀନ କେନ୍ଦୁଝରୀ ଗ୍ରାମର ଲକ୍ଷ୍ମଣ ମୁର୍ମୁ। ଡିଏଫ୍‌ଓ ସନ୍ତୋଷ ଯୋଶୀଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗ କର୍ମଚାରୀମାନେ ତାଙ୍କ ଘରେ ଚଢ଼ାଉ କରି ଧରିଥିଲେ। ଉଲ୍ଲେଖଯୋଗ୍ୟ, ସୋମବାର ବାଘ ଛାଲ କାରବାର ଘଟଣାରେ ଜଡ଼ିତ ଥିବା ଦୁଇ ଅଭିଯୁକ୍ତ ବଡ଼ସାହି ଥାନା ଅଧୀନ ଉଠାଣୀନୂଆଗାଁ ଗ୍ରାମର ବିକାଶ ବେଣ୍ଟକର ଓ ଖାନୁଆ ପଞ୍ଚାୟତ ପଳାଶବଣୀ ଗ୍ରାମର ଇଞ୍ଜନିୟରିଂ ଛାତ୍ର ବିକାଶ ବିନୟ ସିଂଙ୍କୁ ଗିରଫ କରାଯାଇଥିଲା ା ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଚଢ଼ାଉ କରି ୨ ଫୁଟର କଲରାପତରିଆ ବାଘ ଛାଲକୁ ଜବତ କରି ବନବିଭାଗକୁ ହସ୍ତାନ୍ତର କରିଥିଲା। ତେବେ ଦେଶୀ ବନ୍ଧୁକ କେଉଁଠୁ ଆସିଲା ଓ ତାକୁ କିଏ ତିଆରି କରୁଛି ତଦନ୍ତ ହେଲେ ଚୋରା ବନ୍ଧୁକ କାରଖାନା ଠାବ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri