କାଲି ବାଘ, ଆଜି ଚିତା ବିରାଡ଼ି

ଭୁବନେଶ୍ୱର, ୨୨।୯(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, ଡବ୍ଲ୍ୟୁସିସିବି ଓ ବାରିପଦା ବନଖଣ୍ଡ ସୋମବାର ବାରିପଦାଠାରେ ମିଳିତ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିବା ସହ ବାଘଛାଲ ଜବତ କରିଥିଲା। ଜବତ ଛାଲକୁ ଗଣମାଧ୍ୟମ ସମ୍ମୁଖରେ ରଖି ତାହା ଏକ ଛୁଆ କଲରାପତରିଆ ବାଘର ବୋଲି କୁହାଯାଇଥିଲା। ଏହି ଆଧାରରେ ବିଭିନ୍ନ ଗଣମାଧ୍ୟମ ବାଘଛାଲ ଜବତ ବୋଲି ଖବର ମଧ୍ୟ ପ୍ରକାଶ କରିଥିଲେ। ହେଲେ ମଙ୍ଗଳବାର ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଉକ୍ତ ଛାଲଟି ଏକ ଲିଓପାଡର୍ର୍ କ୍ୟାଟ୍‌ ବା ଚିତା ବିରାଡ଼ିର ଛାଲ ବୋଲି ଚିହ୍ନଟ କରିଛନ୍ତି। ମଙ୍ଗଳବାର ସା ୬ଟାରେ ଡବ୍ଲ୍ୟୁସିସିବି ନିଜ ଫେସ୍‌ବୁକ୍‌ ପେଜ୍‌ରେ ତାହା ଏକ ଲିଓପାର୍ଡ କ୍ୟାଟ୍‌ ବୋଲି ପୋଷ୍ଟ କରିଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ ଭାବରେ ଡବ୍ଲ୍ୟୁସିସିବି ପୋଷ୍ଟରେ ବାରିପଦା ବନଖଣ୍ଡର ନାମ ନ ଥିଲା। କେବଳ ଏସ୍‌ଟିଏଫ୍‌ ସହ ମିଳିତ କାର୍ଯ୍ୟାନୁଷ୍ଠାନ କଥା ଲେଖା ଯାଇଥିଲା। ଏହାକୁ ନେଇ ଏବେ ପ୍ରାଣୀ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ବନ ବିଭାଗ, ଏସଟିଫ୍‌ର ଅଧିକାରୀମାନେ କିପରି ବାଘ ଓ ବିଲେଇର ଫରକ ବାରି ପାରିଲେ ନାହିଁ ବୋଲି ଶୁଭେନ୍ଦୁ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଏହି ଲିଓପାର୍ଡ କ୍ୟାଟ୍‌ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ତଫସିଲ-୧ ଅନ୍ତର୍ଭୁକ୍ତ।ବନ୍ଧୁକ ସହ ଧରାପଡ଼ିଲେ ବାଘ ଶିକାରୀ

ବନ୍ଧୁକ ସହ ଧରାପଡ଼ିଲେ ବାଘ ଶିକାରୀ

ବାରିପଦାରୁ କଲରାପତରିଆ ବାଘଛାଲ ଜବତ ଘଟଣାର ମୁଖ୍ୟ ଅଭିଯୁକ୍ତ ଶିକାରୀଙ୍କୁ ମଙ୍ଗଳବାର ବନବିଭାଗ ଗିରଫ କରିଛି। ତାଙ୍କଠାରୁ ୨ ଦେଶୀ ବନ୍ଧୁକ, ୫ ଧନୁଶର, ୧୭ ତୀର, ଫାଶ ଓ ଜାଲ ଜବତ ହୋଇଛି। ଅଭିଯୁକ୍ତ ଜଣକ ହେଲେ ବାରିପଦା ସଦର ଥାନା ଅଧୀନ କେନ୍ଦୁଝରୀ ଗ୍ରାମର ଲକ୍ଷ୍ମଣ ମୁର୍ମୁ। ଡିଏଫ୍‌ଓ ସନ୍ତୋଷ ଯୋଶୀଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗ କର୍ମଚାରୀମାନେ ତାଙ୍କ ଘରେ ଚଢ଼ାଉ କରି ଧରିଥିଲେ। ଉଲ୍ଲେଖଯୋଗ୍ୟ, ସୋମବାର ବାଘ ଛାଲ କାରବାର ଘଟଣାରେ ଜଡ଼ିତ ଥିବା ଦୁଇ ଅଭିଯୁକ୍ତ ବଡ଼ସାହି ଥାନା ଅଧୀନ ଉଠାଣୀନୂଆଗାଁ ଗ୍ରାମର ବିକାଶ ବେଣ୍ଟକର ଓ ଖାନୁଆ ପଞ୍ଚାୟତ ପଳାଶବଣୀ ଗ୍ରାମର ଇଞ୍ଜନିୟରିଂ ଛାତ୍ର ବିକାଶ ବିନୟ ସିଂଙ୍କୁ ଗିରଫ କରାଯାଇଥିଲା ା ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଚଢ଼ାଉ କରି ୨ ଫୁଟର କଲରାପତରିଆ ବାଘ ଛାଲକୁ ଜବତ କରି ବନବିଭାଗକୁ ହସ୍ତାନ୍ତର କରିଥିଲା। ତେବେ ଦେଶୀ ବନ୍ଧୁକ କେଉଁଠୁ ଆସିଲା ଓ ତାକୁ କିଏ ତିଆରି କରୁଛି ତଦନ୍ତ ହେଲେ ଚୋରା ବନ୍ଧୁକ କାରଖାନା ଠାବ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?