ଆସନ୍ତାକାଲି ନୂଆଖାଇ ପର୍ବ: ଗ୍ରାମର ଇଷ୍ଟ ଦେବାଦେବୀଙ୍କୁ ଅଗ୍ର ପୂଜା ପାଇଁ କରାଯାଏ ଏମିତି ବିଧି…

କେସିଙ୍ଗା ୨୭।୮(ତୁମେଶ୍ବର ସାହୁ) : ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ ପର୍ବ ଆସନ୍ତା କାଲି ଗୁରୁବାର ପାଳନ କରାଯିବ। ସେଥିପାଇଁ ଗ୍ରାମର ଇଷ୍ଟ ଦେବାଦେବୀଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରିବା ପାଇଁ ଗ୍ରାମର ଦୁଇ ଜଣ ସେବକ ଗ୍ରାମର ମୁଖ୍ୟ ରାସ୍ତାରେ ଗ୍ରାମ ପରିକ୍ରମା କରି ପ୍ରତ୍ୟେକଙ୍କ ଘରୁ ଅରୁଆ ଚାଉଳ, ନଡ଼ିଆ, ଧୂପ କିଛି ଅର୍ଥ, ଇତ୍ୟାଦି ସଂଗ୍ରହ କରି ଥାଆନ୍ତି।
କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ବାଲସି ଗ୍ରାମରେ ବୁଧବାର ସକାଳେ ରୋଗୀବଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମ ଦୁଇ ଜଣ ସେବକ ମାନେ ପୂଜାର୍ଚ୍ଚନା ପାଇଁ ପ୍ରତ୍ୟେକଙ୍କ ଘରୁ ପୂଜା ସାମଗ୍ରୀ ସଂଗ୍ରହ କରି ଗ୍ରାମର ଇଷ୍ଟ ଦେବୀ କନ୍ଦାର ଡୁଙ୍ଗର ଓ ଧରଣୀ ଦେବୀଙ୍କ ନିକଟରେ ପୂଜା କରିଥାନ୍ତି। ଏହି ଦୁଇ ଜଣ ସେବକ ପ୍ରତ୍ୟେକ ଘରୁ ସଂଗ୍ରହ କରିଥିବା ସାମଗ୍ରୀକୁ ଗ୍ରାମର ଶେଷ ମୁଣ୍ଡରେ ଥିବା ବେଦେନ ଗୁଡିରେ ପୂଜାର୍ଚ୍ଚନା କରି ଗ୍ରାମର ପ୍ରତ୍ୟେକ ଲୋକଙ୍କ ଦୁଃଖ କଷ୍ଟ ଓ ରୋଗ ଦୂରକରିବା ପାଇଁ ପୂଜାର୍ଚ୍ଚନା କରି ଥାଆନ୍ତି। ପୂର୍ବଦିନ ଅର୍ଥାତ୍‌ ଆସନ୍ତା ଗୁରୁବାର ଦିନ ଗ୍ରାମର ଇଷ୍ଟଦେବୀ ଧରଣୀ ଗୁଡି ଓ କନ୍ଦା ଡୁଙ୍ଗରରେ ସର୍ବ ପ୍ରଥମେ ପୂଜାର୍ଚ୍ଚନା କଲା ପରେ ଗ୍ରାମ ସମେତ ନୂଆ ଖାଇଥାଆନ୍ତି। ଆସନ୍ତାକାଲି ଗୁରୁବାର ପୂର୍ବାହ୍ନ ସାଢ଼େ ଦଶଟାରୁ ସାଢେ ଏଗାରଟା ମଧ୍ୟରେ ନବାନ୍ନ ଖାଇବା ପାଇଁ ଗ୍ରାମର ଜାନୀଙ୍କ ଠାରୁ ସୂଚନା ମିଳିଛି। ଏ ନେଇ ଗ୍ରାମର ପ୍ରତ୍ୟେକ ଘରେ ଘର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଫା ସୁତୁରା କରିବା ସହ ନୂଆଖାଇ ପାଇଁ ଘରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ନୂଆ ବସ୍ତ୍ର ପାରିଧାନ କରି ବିଭିନ୍ନ ପ୍ରକାର ପିଠା ,ଖିରି, ପୁରି ,ନୂଆ ଚୁଡା,ଇତ୍ୟାଦି ବହୁ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ନୂଆ ଖାଇବା ପାଇଁ ସ୍ଥିର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବଙ୍କୁ ଦିଆଯିବ ଫ୍ଲାଟ୍‌: ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର,୨୨।୪ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ଗରିବ ତଥା ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକ ଯେପରି ଜମି ଓ ଘର ଖଣ୍ଡିଏ ପାଇବେ ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି।…

ସରକାରୀ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଉନ୍ନୟନ କାମ ଅଭିଯୋଗ

ଲୋଇସିଂହା,୨୨।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିର ଗୋଦାମ ଗୃହର ପୁନରୁଦ୍ଧାର ଓ ପାଚେରି କାମ ଗତ କିଛି ଦିନ…

‘କୁତ୍ରିମ ବୁଦ୍ଧିମତା ଯୁଗରେ ପ୍ରତିଟି କ୍ଷେତ୍ରରେ ଯତ୍ନବାନ ରୁହନ୍ତୁ ଛାତ୍ରୀଛାତ୍ର’

ଦିଗପହଣ୍ଡି,୨୧|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମେଜର୍ ଡ.…

ଭୋଜି ଖାଇ ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ: ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବଡ଼ ଭାଇ ମୃତ, ସାନ ଭାଇ…

ଗୁଡାରି,୨୧।୪(ପ୍ରମୋଦ କୁମାର ପତି): ଭୋଜି ଖାଇ ଝିଅ ଘରୁ ନାତୁଣୀକୁ ଧରି ଫେରୁଥିଲେ, ହେଲେ ବାଟରେ ଜଗିଥିଲା ମୃତ୍ୟୁ। ଚନ୍ଦ୍ରପୁର ବ୍ଲକ ବକାଗୁଡା ନିକଟସ୍ଥ ଘାଟିରେ ଏକ…

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri