ପ୍ରତିଦିନ ହସ୍ପିଟାଲ ଆସୁଛନ୍ତି ଟମାଟୋ ଫ୍ଲୁ ସନ୍ଦିଗ୍ଧ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): କରୋନା ଭୟ ନ ଯାଉଣୁ ଏବେ ଦେଶରେ ଆଉ ଏକ ସଂକ୍ରାମକ ରୋଗ ‘ଟମାଟୋ ଫ୍ଲୁ’କୁ ନେଇ ଭୟ ଘାରିଛି। ଏହା ସାଧାରଣତଃ ଶିଶୁଙ୍କଠାରେ ଦେଖିବାକୁ ମିଳୁଛି। ତେବେ ରାଜ୍ୟରେ ଏ ଯାଏ ଟମାଟୋ ଫ୍ଲୁ ରୋଗୀ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ବିଭିନ୍ନ ହସ୍ପିଟାଲକୁ ସନ୍ଦିଗ୍ଧ ରୋଗୀ ଚିକିତ୍ସା ପାଇଁ ଆସୁଥିବା ସୂଚନା ମିଳିଛି। ହେଲେ ଏଥିରେ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଗତ ପ୍ରାୟ ୧୫ ଦିନ ହେଲାଣି ଦିନକୁ ୫ରୁ ୬ଜଣ ଟମାଟୋ ଫ୍ଲୁ ସନ୍ଦିଗ୍ଧ ରୋଗୀ ଆସୁଛନ୍ତି ବୋଲି ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ଆସୁଛନ୍ତି ପ୍ରାୟତଃ ଛୋଟ ପିଲା। ସେମାନଙ୍କ ପାଟିରେ ଚିହ୍ନ ରହିବା ସହିତ ପୂରା ଶରୀର କୁଣ୍ଡେଇ ହେଉଛି। ସାଧାରଣ ଚିକିତ୍ସା ପରେ ୨ ରୁ ୪ଦିନ ଭିତରେ ସେମାନେ ଭଲ ହୋଇଯାଉଛନ୍ତି। ତେବେ ପ୍ରତିଦିନ ସନ୍ଦେହ ହେଉଥିବା କିଛି ନମୁନା ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି)କୁ ପରୀକ୍ଷା ପାଇଁ ପଠାଯାଉଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି ଓ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ଡା. ସାହୁ ପରାମର୍ଶ ଦେଇଛନ୍ତ। ସେହିଭଳି ଭୁବନେଶ୍ୱର ଏମ୍‌ସକୁ ମଧ୍ୟ ପ୍ରତିଦିନ ୪ରୁ ୫ ଜଣ ସନ୍ଦିଗ୍ଧ ଟମାଟୋ ଫ୍ଲୁ ରୋଗୀ ଆସୁଛନ୍ତି। ପ୍ରାୟ ୨ ସପ୍ତାହ ହେବ ଏଭଳି ଲକ୍ଷଣ ଥିବା ରୋଗୀ ଆସୁଥିବା ଏମ୍‌ସ ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ପ୍ରଭାସ ରଞ୍ଜନ ତ୍ରିପାଠୀ କହିଛନ୍ତି।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, କେରଳରେ ଏବେ ସୁଦ୍ଧା ଟମାଟୋ ଫ୍ଲୁର ୮୨ କେସ୍‌ ଚିହ୍ନଟ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ କୌଣସି ଆଡ୍‌ଭାଇଜରି ଆସିନାହିଁ କିମ୍ବା ସର୍ଭେଲାନ୍ସ କରିବାକୁ ଆଲର୍ଟ ଜାରି କରାଯାଇ ନାହିଁ। ଡାକ୍ତର ଓ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇଛି। ସେମାନଙ୍କ ମତ, ଟମାଟୋ ଫ୍ଲୁ ଏକ ଭାଇରାଲ ରୋଗ। ଏହା ଗ୍ରୀଷ୍ମ ଦିନରେ ହିଁ ହୁଏ। ଏହାର ଲକ୍ଷଣ-ପିଲା ଖାଇବେ ନାହିଁ, ବାନ୍ତି ହେବ, ଦେହ ଯାକ ଫଳିିଯିବ, ନାଲି ପଡ଼ିଯିବ ଏବଂ ଜ୍ୱର ହେବ। ଓଡ଼ିଶାରେ କେତେ କେସ୍‌ ଏଭଳି ଅଛି ଜାଣିବା ପାଇଁ ମେଡିକାଲ କଲେଜଗୁଡ଼ିକୁ ରିପୋର୍ଟ ମଗାଯାଇଥିଲା। ଆର୍‌ଏମ୍‌ଆର୍‌ସି ଏହି ଭୂତାଣୁର ଚିହ୍ନଟ ସହ ନମୁନା ସଂଗ୍ରହ କରି ପଠାଇବେ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri