ଏନ୍‌ଏଚ୍‌ରେ ଟୋଲ୍‌ ଶୋଷଣ

ଯାଜପୁର ଅଫିସ,୧୦ା୫:ଏନ୍‌ଏଚ୍‌ଏଆଇ(ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ)ରେ ଟୋଲ୍‌ ଶୋଷଣ ସୀମା ଲଂଘିଛି। ୫୦ କିମି ଦୂରତା ମଧ୍ୟରେ ଥିବା ୩ ଟୋଲ୍‌ ପ୍ଲାଜାରେ ଏଭଳି ବେଆଇନ କାର୍ଯ୍ୟ ଚାଲିଛି। ୨୦୧୬ ଜୁଲାଇରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୧୬ନଂ.ଜାତୀୟ ରାଜପଥର କଟକ ଜିଲା ମଙ୍ଗୁଳିରେ ଥିବା ଟୋଲ୍‌ ପ୍ଲାଜା ବନ୍ଦାଳୋ ନିକଟକୁ ସ୍ଥାନାନ୍ତର ହୋଇଛି। ତେବେ ସେହି ନିଷ୍ପତ୍ତି ଅନୁସାରେ ବନ୍ଦାଳୋରୁ ୬୦ କିମି ଦୂର ଭଦ୍ରକ ଜିଲା ଡାହାଲା ନିକଟକୁ ପାଣିକୋଇଲି ଟୋଲ୍‌ ପ୍ଲାଜା ଏବଂ ୫୩ ନଂ. ଏନ୍‌ଏଚ୍‌ର ଶ୍ରୀରାମପୁର ଟୋଲ୍‌ ପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇକୁ ସ୍ଥାନାନ୍ତର କରାଯାଇନାହିଁ।
ଗତ ତା.୧୧ା୮ା୨୦୧୬ରେ ଜାତୀୟ ରାଜପଥ ୫୩ ଓ ୧୬ନଂ.ରେ ଥିବା ଟୋଲ୍‌ ପ୍ଲାଜାଗୁଡ଼ିକର ସ୍ଥାନ ପରିବର୍ତ୍ତନ ସକାଶେ ସାଇଟ୍‌ ସିଲେକ୍ସନ କରିବାକୁ ରାଜ୍ୟ ପରିବହନ ସଚିବଙ୍କ କାର୍ଯ୍ୟାଳୟରୁ ନିଷ୍ପତ୍ତି ହୋଇଥିଲା। ବିଭାଗୀୟ ଅତିରିକ୍ତ ସଚିବ (ଟେକ୍‌ନିକାଲ) ତାଙ୍କ ପତ୍ରସଂଖ୍ୟା ୧୨୪୪୮/୧୧ା୮ା୨୦୧୬ରେ ଯାଜପୁର, ଚଣ୍ଡିଖୋଲ, ବାଲେଶ୍ୱର ଓ ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ଜିଲା ବନ୍ଦାଳୋକୁ ମଙ୍ଗୁଳି ଟୋଲ୍‌ ପ୍ଲାଜା ଏବଂ ପାଣିକୋଇଲି ଟୋଲ୍‌ ପ୍ଲାଜା ବନ୍ଦାଳୋଠାରୁ ୬୦ କିଲୋମିଟର ଦୂର ଡାହାଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ପତ୍ରରେ ଦୁଇଟି ଟୋଲ୍‌ ପ୍ଲାଜାର ଦୂରତା ଯେପରି ୬୦ କିଲୋମିଟର ବ୍ୟବଧାନରେ ରହିବ ଏବଂ ମ୍ୟୁନିସିପାଲିଟି, ଏନ୍‌ଏସି ଓ ମାର୍କେଟ୍‌ ଏରିଆରୁ ୧୦ କିଲୋମିଟର ଦୂରରେ ରହିବ ସେଥିପାଇଁ ଯନତ୍ବାନ୍‌ ହେବାକୁ ଉକ୍ତ ପତ୍ରରେ ଦର୍ଶାଯାଇଥିଲା। ତେଣୁ ଜାତୀୟ ରାଜପଥ ବିଭାଗର ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ ଓ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୬ ଜୁଲାଇ ୧୯ରେ ପରିବହନ ବିଭାଗ ପକ୍ଷରୁ ଟୋଲ୍‌ ପ୍ଲାଜା ସ୍ଥାନାନ୍ତରକୁ ନେଇ ନିଷ୍ପତ୍ତି ହୋଇଥିଲା। ଏନେଇ ରାଜ୍ୟ ପରିବହନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଇଆଇସି/ୱାର୍କ ସେକ୍ରେଟାରିଙ୍କୁ ୧୧୦୬୩/୧୯ା୭ା୨୦୧୬ ପତ୍ର ସଂଖ୍ୟାରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏନ୍‌ଏଚ୍‌ ୬ ବନ୍ଦାଳୋଠାରେ ଥିବା ଟୋଲ୍‌ଗେଟଠାରୁ ପାଣିକୋଇଲି ଟୋଲ୍‌ଗେଟର ଦୂରତା ମାତ୍ର ୪୭ କିଲୋମିଟର। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ-୫୩ରେ ଥିବା ଶ୍ରୀରାମପୁର ଟୋଲ୍‌ଗେଟ୍‌ଠାରୁ ପାଣିକୋଇଲି ଟୋଲ୍‌ଗେଟ୍‌ର ଦୂରତା ୩୨ କିଲୋମିଟର। ଅନ୍ୟପକ୍ଷେ ୨୦୦ ନମ୍ବର କେନ୍ଦୁଝର ଜିଲା ହସନପୁର ଟୋଲ୍‌ ପ୍ଲାଜା ପାଣିକୋଇଲିଠାରୁ ମାତ୍ର ୩୫ କିମି ଦୂରତାରେ ରହିଛି। ଏହିକ୍ରମରେ ଭୁବନେଶ୍ୱରଠାରୁ ଯାଜପୁର ଜିଲାଦେଇ ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରକୁ ଗଲେ ମଙ୍ଗୁଳି, ପାଣିକୋଇଲି ଓ ହସନପୁର ନିକଟସ୍ଥ ୩ ଟୋଲ୍‌ ପ୍ଲାଜା ଅତିକ୍ରମ କରିବାକୁ ପଡୁଛି। ଯାଜପୁର ରୋଡରୁ ଭୁବନେଶ୍ୱର କିମ୍ବା ପାରାଦୀପକୁ ଗଲେ ୫୦ କିମି ଦୂରତା ମଧ୍ୟରେ ୨ଟି ଟୋଲ୍‌ ଗେଟ୍‌ ପଡୁଛି। ମଙ୍ଗୁଳି ଟୋଲ୍‌ ପ୍ଲାଜା ସ୍ଥାନାନ୍ତର ହୋଇ ସାରିଥିବାବେଳେ ଯାଜପୁର ଜିଲାର ଶ୍ରୀରାମପୁର ଓ ପାଣିକୋଇଲି ଟୋଲ୍‌ ପ୍ଲାଜା କାହିଁକି ସ୍ଥାନାନ୍ତର ହେଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପାଣିକୋଇଲି ଟୋଲ୍‌ ପ୍ଲାଜାରୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ମାସିକ ଚାନ୍ଦା ପାଉଥିବାରୁ ଏହା ସ୍ଥାନାନ୍ତର ହୋଇ ପାରୁ ନ ଥିବା ଆଲୋଚନା ହୋଇଛି। ଏହାବାଦ୍‌ କେନ୍ଦୁଝର ଓ ସୁକିନ୍ଦା ଅଞ୍ଚଳରୁ ଖଣିଜ ପଦାର୍ଥ ପରିବହନରେ ବିପୁଳ ଅର୍ଥ ଏଠାରେ ମିଳୁଥିବାରୁ ଏହାକୁ ସ୍ଥାନାନ୍ତର କରିବାକୁ ଟୋଲ୍‌ କର୍ତ୍ତୃପକ୍ଷ ଅରାଜି ହେଉଥିବା କୁହାଯାଉଛି। ସରକାରଙ୍କ ନିର୍ଦ୍ଦେଶର ପ୍ରାୟ ୫ ବର୍ଷ ଅତିକ୍ରାନ୍ତ ହେଉଥିବାବେଳେ ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନ ଏଠାରେ ଫମ୍ପା ମାଠିଆ ସଦୃଶ ହୋଇଛି। ଏନେଇ ଗାଡ଼ି ମାଲିକ ସ୍ମୃତିରଞ୍ଜନ ଘଡେଇ କୁହନ୍ତି, ଯୋଡ଼ାରୁ ପାରାଦୀପକୁ ପରିବହନ ଗାଡି ଯିବା ବାଟରେ ୫୦ କିମି ମଧ୍ୟରେ ୨ଟି ଟୋଲ୍‌ ପ୍ଲାଜା ଅତିକ୍ରମ କରିବାକୁ ପଡୁଛି। ଏହାସହ ପାଣିକୋଇଲି ଟୋଲ୍‌ ପ୍ଲାଜାରେ ଫାଷ୍ଟ ଟାଗ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ସେଠାରେ ନଗଦ ଟଙ୍କା ଦେଇ ଗାଡ଼ି ଅତିକ୍ରମ ହେବା ପରେ ଫାଷ୍ଟ ଟାଗ୍‌ରୁ ପଇସା କଟୁଛି। ଏଭଳି ଭାବେ ଗାଇଡ୍‌ଲାଇନକୁ ଉଲ୍ଲଂଘନ କରାଯାଉଥିବାରୁ ଗାଡିମାଲିକମାନେ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି। ଗାଡି ମାଲିକ ସୁବାସ ଧଳ କୁହନ୍ତି ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନକୁ ରାଜ୍ୟ ପରିବହନ ବିଭାଗ ମାନୁ ନାହାନ୍ତି। କେତେଜଣ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପ୍ରୋତ୍ସାହନରେ ଏଠାରେ ବେଆଇନ ଭାବେ ଟୋଲ୍‌ ଆଦାୟ ହେଉଛି। ଆଗାମୀ ଦିନରେ ପାଣିକୋଇଲି ଟୋଲ୍‌ ପ୍ଲାଜା ଆଖୁଆପଦା ନିକଟକୁ ସ୍ଥାନାନ୍ତର କରା ନ ଗଲେ ବ୍ୟାପକ ଆନ୍ଦୋଳନ କରାଯିବ। ଏ ସଂକ୍ରାନ୍ତରେ ପାଣିକୋଇଲି ଟୋଲ୍‌ ପ୍ଲାଜା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri