ଏନ୍‌ଏଚ୍‌ରେ ଟୋଲ୍‌ ଶୋଷଣ

ଯାଜପୁର ଅଫିସ,୧୦ା୫:ଏନ୍‌ଏଚ୍‌ଏଆଇ(ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ)ରେ ଟୋଲ୍‌ ଶୋଷଣ ସୀମା ଲଂଘିଛି। ୫୦ କିମି ଦୂରତା ମଧ୍ୟରେ ଥିବା ୩ ଟୋଲ୍‌ ପ୍ଲାଜାରେ ଏଭଳି ବେଆଇନ କାର୍ଯ୍ୟ ଚାଲିଛି। ୨୦୧୬ ଜୁଲାଇରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୧୬ନଂ.ଜାତୀୟ ରାଜପଥର କଟକ ଜିଲା ମଙ୍ଗୁଳିରେ ଥିବା ଟୋଲ୍‌ ପ୍ଲାଜା ବନ୍ଦାଳୋ ନିକଟକୁ ସ୍ଥାନାନ୍ତର ହୋଇଛି। ତେବେ ସେହି ନିଷ୍ପତ୍ତି ଅନୁସାରେ ବନ୍ଦାଳୋରୁ ୬୦ କିମି ଦୂର ଭଦ୍ରକ ଜିଲା ଡାହାଲା ନିକଟକୁ ପାଣିକୋଇଲି ଟୋଲ୍‌ ପ୍ଲାଜା ଏବଂ ୫୩ ନଂ. ଏନ୍‌ଏଚ୍‌ର ଶ୍ରୀରାମପୁର ଟୋଲ୍‌ ପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇକୁ ସ୍ଥାନାନ୍ତର କରାଯାଇନାହିଁ।
ଗତ ତା.୧୧ା୮ା୨୦୧୬ରେ ଜାତୀୟ ରାଜପଥ ୫୩ ଓ ୧୬ନଂ.ରେ ଥିବା ଟୋଲ୍‌ ପ୍ଲାଜାଗୁଡ଼ିକର ସ୍ଥାନ ପରିବର୍ତ୍ତନ ସକାଶେ ସାଇଟ୍‌ ସିଲେକ୍ସନ କରିବାକୁ ରାଜ୍ୟ ପରିବହନ ସଚିବଙ୍କ କାର୍ଯ୍ୟାଳୟରୁ ନିଷ୍ପତ୍ତି ହୋଇଥିଲା। ବିଭାଗୀୟ ଅତିରିକ୍ତ ସଚିବ (ଟେକ୍‌ନିକାଲ) ତାଙ୍କ ପତ୍ରସଂଖ୍ୟା ୧୨୪୪୮/୧୧ା୮ା୨୦୧୬ରେ ଯାଜପୁର, ଚଣ୍ଡିଖୋଲ, ବାଲେଶ୍ୱର ଓ ଭଦ୍ରକ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ଜିଲା ବନ୍ଦାଳୋକୁ ମଙ୍ଗୁଳି ଟୋଲ୍‌ ପ୍ଲାଜା ଏବଂ ପାଣିକୋଇଲି ଟୋଲ୍‌ ପ୍ଲାଜା ବନ୍ଦାଳୋଠାରୁ ୬୦ କିଲୋମିଟର ଦୂର ଡାହାଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ପତ୍ରରେ ଦୁଇଟି ଟୋଲ୍‌ ପ୍ଲାଜାର ଦୂରତା ଯେପରି ୬୦ କିଲୋମିଟର ବ୍ୟବଧାନରେ ରହିବ ଏବଂ ମ୍ୟୁନିସିପାଲିଟି, ଏନ୍‌ଏସି ଓ ମାର୍କେଟ୍‌ ଏରିଆରୁ ୧୦ କିଲୋମିଟର ଦୂରରେ ରହିବ ସେଥିପାଇଁ ଯନତ୍ବାନ୍‌ ହେବାକୁ ଉକ୍ତ ପତ୍ରରେ ଦର୍ଶାଯାଇଥିଲା। ତେଣୁ ଜାତୀୟ ରାଜପଥ ବିଭାଗର ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ ଓ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୬ ଜୁଲାଇ ୧୯ରେ ପରିବହନ ବିଭାଗ ପକ୍ଷରୁ ଟୋଲ୍‌ ପ୍ଲାଜା ସ୍ଥାନାନ୍ତରକୁ ନେଇ ନିଷ୍ପତ୍ତି ହୋଇଥିଲା। ଏନେଇ ରାଜ୍ୟ ପରିବହନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଇଆଇସି/ୱାର୍କ ସେକ୍ରେଟାରିଙ୍କୁ ୧୧୦୬୩/୧୯ା୭ା୨୦୧୬ ପତ୍ର ସଂଖ୍ୟାରେ ସବିଶେଷ ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏନ୍‌ଏଚ୍‌ ୬ ବନ୍ଦାଳୋଠାରେ ଥିବା ଟୋଲ୍‌ଗେଟଠାରୁ ପାଣିକୋଇଲି ଟୋଲ୍‌ଗେଟର ଦୂରତା ମାତ୍ର ୪୭ କିଲୋମିଟର। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ-୫୩ରେ ଥିବା ଶ୍ରୀରାମପୁର ଟୋଲ୍‌ଗେଟ୍‌ଠାରୁ ପାଣିକୋଇଲି ଟୋଲ୍‌ଗେଟ୍‌ର ଦୂରତା ୩୨ କିଲୋମିଟର। ଅନ୍ୟପକ୍ଷେ ୨୦୦ ନମ୍ବର କେନ୍ଦୁଝର ଜିଲା ହସନପୁର ଟୋଲ୍‌ ପ୍ଲାଜା ପାଣିକୋଇଲିଠାରୁ ମାତ୍ର ୩୫ କିମି ଦୂରତାରେ ରହିଛି। ଏହିକ୍ରମରେ ଭୁବନେଶ୍ୱରଠାରୁ ଯାଜପୁର ଜିଲାଦେଇ ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରକୁ ଗଲେ ମଙ୍ଗୁଳି, ପାଣିକୋଇଲି ଓ ହସନପୁର ନିକଟସ୍ଥ ୩ ଟୋଲ୍‌ ପ୍ଲାଜା ଅତିକ୍ରମ କରିବାକୁ ପଡୁଛି। ଯାଜପୁର ରୋଡରୁ ଭୁବନେଶ୍ୱର କିମ୍ବା ପାରାଦୀପକୁ ଗଲେ ୫୦ କିମି ଦୂରତା ମଧ୍ୟରେ ୨ଟି ଟୋଲ୍‌ ଗେଟ୍‌ ପଡୁଛି। ମଙ୍ଗୁଳି ଟୋଲ୍‌ ପ୍ଲାଜା ସ୍ଥାନାନ୍ତର ହୋଇ ସାରିଥିବାବେଳେ ଯାଜପୁର ଜିଲାର ଶ୍ରୀରାମପୁର ଓ ପାଣିକୋଇଲି ଟୋଲ୍‌ ପ୍ଲାଜା କାହିଁକି ସ୍ଥାନାନ୍ତର ହେଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପାଣିକୋଇଲି ଟୋଲ୍‌ ପ୍ଲାଜାରୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ମାସିକ ଚାନ୍ଦା ପାଉଥିବାରୁ ଏହା ସ୍ଥାନାନ୍ତର ହୋଇ ପାରୁ ନ ଥିବା ଆଲୋଚନା ହୋଇଛି। ଏହାବାଦ୍‌ କେନ୍ଦୁଝର ଓ ସୁକିନ୍ଦା ଅଞ୍ଚଳରୁ ଖଣିଜ ପଦାର୍ଥ ପରିବହନରେ ବିପୁଳ ଅର୍ଥ ଏଠାରେ ମିଳୁଥିବାରୁ ଏହାକୁ ସ୍ଥାନାନ୍ତର କରିବାକୁ ଟୋଲ୍‌ କର୍ତ୍ତୃପକ୍ଷ ଅରାଜି ହେଉଥିବା କୁହାଯାଉଛି। ସରକାରଙ୍କ ନିର୍ଦ୍ଦେଶର ପ୍ରାୟ ୫ ବର୍ଷ ଅତିକ୍ରାନ୍ତ ହେଉଥିବାବେଳେ ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନ ଏଠାରେ ଫମ୍ପା ମାଠିଆ ସଦୃଶ ହୋଇଛି। ଏନେଇ ଗାଡ଼ି ମାଲିକ ସ୍ମୃତିରଞ୍ଜନ ଘଡେଇ କୁହନ୍ତି, ଯୋଡ଼ାରୁ ପାରାଦୀପକୁ ପରିବହନ ଗାଡି ଯିବା ବାଟରେ ୫୦ କିମି ମଧ୍ୟରେ ୨ଟି ଟୋଲ୍‌ ପ୍ଲାଜା ଅତିକ୍ରମ କରିବାକୁ ପଡୁଛି। ଏହାସହ ପାଣିକୋଇଲି ଟୋଲ୍‌ ପ୍ଲାଜାରେ ଫାଷ୍ଟ ଟାଗ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ସେଠାରେ ନଗଦ ଟଙ୍କା ଦେଇ ଗାଡ଼ି ଅତିକ୍ରମ ହେବା ପରେ ଫାଷ୍ଟ ଟାଗ୍‌ରୁ ପଇସା କଟୁଛି। ଏଭଳି ଭାବେ ଗାଇଡ୍‌ଲାଇନକୁ ଉଲ୍ଲଂଘନ କରାଯାଉଥିବାରୁ ଗାଡିମାଲିକମାନେ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି। ଗାଡି ମାଲିକ ସୁବାସ ଧଳ କୁହନ୍ତି ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନକୁ ରାଜ୍ୟ ପରିବହନ ବିଭାଗ ମାନୁ ନାହାନ୍ତି। କେତେଜଣ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପ୍ରୋତ୍ସାହନରେ ଏଠାରେ ବେଆଇନ ଭାବେ ଟୋଲ୍‌ ଆଦାୟ ହେଉଛି। ଆଗାମୀ ଦିନରେ ପାଣିକୋଇଲି ଟୋଲ୍‌ ପ୍ଲାଜା ଆଖୁଆପଦା ନିକଟକୁ ସ୍ଥାନାନ୍ତର କରା ନ ଗଲେ ବ୍ୟାପକ ଆନ୍ଦୋଳନ କରାଯିବ। ଏ ସଂକ୍ରାନ୍ତରେ ପାଣିକୋଇଲି ଟୋଲ୍‌ ପ୍ଲାଜା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?