ଟୋକିଓ,୩୧।୮: ଟୋକିଓ ପାରାଲିମ୍ପିକ୍ସରେ ଭାରତର ସିଂହରାଜ ଅଧାନା ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଟାଇଟଲ ମ୍ୟାଚରେ ମନୀଷ ନରୱାଲ ନିରାଶ ହୋଇଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବାହାରିଯାଇଥିଲେ। ଏହାପୂର୍ବରୁ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତର ରୁବିନା ଫ୍ରାନ୍ସିସ ଅନ୍ତିମ ଦୌଡ଼ରୁ ବାଦ୍ ପଡିଥିଲେ। ସେ ୧୨୮.୫ ପଏଣ୍ଟ ସହ ଫାଇନାଲରେ ସପ୍ତମ ସ୍ଥାନ ହାସଲ କରିଥିଲେ। ପୁରୁଷ ବ୍ୟକ୍ତିଗତ ଇଭେଣ୍ଟ କ୍ୱାର୍ଟର ଫାଇନାଲରେ ତୀରନ୍ଦାଜ ରାକେଶ କୁମାର ହାରିଯାଇଛନ୍ତି। ଏଥି ସହିତ ମହିଳା ଟେବୁଲ ଟେନିସରେ ଭବୀନା ପଟେଲ ଏବଂ ସୋନାଲ ପଟେଲଙ୍କୁ ନେଇ ଗଠିତ ଭାରତୀୟ ଦଳକୁ ଚାଇନାର ଜୋଉ ୟିଙ୍ଗ ଏବଂ ଝାଙ୍ଗ ବିୟାନଙ୍କୁ ସିଧାସଳଖ ସେଟରେ ପରାସ୍ତ କରିଛନ୍ତି। ପାରାଲିମ୍ପିକ୍ସର ଷଷ୍ଠ ଦିନରେ ଭାରତୀୟ ଖେଳାଳିମାନେ ଦୁଇଟି ସ୍ବର୍ଣ୍ଣ ପଦକ ସମେତ ମୋଟ ପାଞ୍ଚଟି ପଦକ ଜିତିଥିଲେ।