Posted inଖେଳ

ଟୋକିଓ ଅଲିମ୍ପିକ୍ସ: ଓସାକାର ଶୂନ୍ୟ ପାର୍କରେ ମଶାଲ ରାଲି

ଟୋକିଓ,୧୪।୪(ଏପି): କୋଭିଡ୍‌-୧୯ର ପ୍ରଭାବ ଆଗାମୀ ଟୋକିଓ ଅଲିମ୍ପିକ୍ସ ଉପରେ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ମହମାରୀ କାରଣରୁ ଅଲିମ୍ପିକ୍ସର ମଶାଲ ରାଲି ଓସାକା ସହରର ଶୂନ୍ୟ ପାର୍କରେ ମଙ୍ଗଳବାର ଆୟୋଜନ କରାଯାଇଛି। ଓସାକାର ‘୭୦ କମେମୋରେଟିଭ୍‌ ପାର୍କ’ରେ ରନରମାନେ ବସ୍‌ରେ ଆସି ପହଞ୍ଚିଥିଲେ। ମଶାଲ ଧରି ଧାବକମାନେ ସ୍ବଳ୍ପ ଦୂରତା ବିଶିଷ୍ଟ ଅବଧି ଅତିକ୍ରମ କରିଥିଲେ। ସାଥୀରେ ସୁରକ୍ଷାକର୍ମୀମାନେ ମଧ୍ୟ ଦୌଡିଥିଲେ।
ଏହି ଦିନ ଓସାକାରେ କରୋନା ଭାଇରସ ସଂକ୍ରମଣ ୧,୦୯୯ରେ ପହଞ୍ଚିଛି। ଜାପାନର ଏହି ଦ୍ୱିତୀୟ ବୃହତମ ମେଟ୍ରୋପଲିଟାନରେ ଏହା ସିଙ୍ଗଲ ଡେ ରେକର୍ଡ ସାବ୍ୟସ୍ତ ହୋଇଛି। ୩ ଦିନ ତଳେ ଜାପାନର ଉତ୍ତରପୂର୍ବାଞ୍ଚଳରେ ମଶାଲ ରାଲି ୧୦,୦୦୦ ରନରଙ୍କୁ ନେଇ ଆରମ୍ଭ ହୋଇଥିଲା। ଜୁଲାଇ ୨୩ରେ ଟୋକିଓରେ ଆୟୋଜନ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ଏହା ଶେଷ ହେବାର କାର୍ଯ୍ୟକ୍ରମ ଥିଲା। ଗତ ସପ୍ତାହର ଓସାକାର ସର୍ବସାଧାରଣ ରାସ୍ତାରୁ ରାଲିକୁ ବାତିଲ କରାଯାଇ ପାର୍କରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବୁଧବାର ଅଲିମ୍ପିକ୍ସର ୧୦୦ ଦିନିଆ କାଉଣ୍ଟଡାଉନ ଆରମ୍ଭ ହେବ। ଏହା ମଧ୍ୟ ଏହି ପାର୍କରେ ରୁଦ୍ଧଦ୍ୱାରରେ ଆରମ୍ଭ ହେବ।
କୋଭିଡ୍‌-୧୯ର ନୂଆ ମାମଲା ଜାପାନରେ ବୃଦ୍ଧିପାଇବାରେ ଲାଗିଛି। ୧ ପ୍ରତିଶତରୁ ସାମାନ୍ୟ କିଛି କମ୍‌ ଲୋକ ଟିକା ନେଇଛନ୍ତି। ଏହି ମହାମାରୀରେ ଜାପାନରେ ଏ ପର୍ଯ୍ୟନ୍ତ ୯,୫୦୦ ମୃତ୍ୟୁବରଣ କରିଛନ୍ତି। ଓସାକା, ଟୋକିଓ ଓ ଜାପାନର ଅନ୍ୟାନ୍ୟ ଅଞ୍ଚଳରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଜାପାନରେ ଅଲିମ୍ପିକ ଆୟୋଜନକୁ ମଧ୍ୟ ମହାମାରୀ ପାଇଁ ବିରୋଧ କରାଯାଉଛି। ୮୦ ପ୍ରତିଶତ ଜାପାନ ଅଧିବାସୀ ଅଲିମ୍ପିକ ବାତିଲ ହେବା ଚାହୁଁଛନ୍ତି। ଅଲିମ୍ପିକ ଓ ପାରା ଅଲିମ୍ପିକ ପାଇଁ ୧୫,୪୦୦ ଆଥ୍‌ଲେଟଙ୍କ ସହ ୧୦,୦୦୦ ଅଫିସିଆଲ, ଜଜ୍‌, ମିଡିଆ ଓ ବ୍ରଡ୍‌କାଷ୍ଟର୍ସ ଜାପାନ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri