Posted inଖେଳ

ସ୍ବର୍ଣ୍ଣ ପଦକ ଜିତିବା ପରେ ଦର୍ଶକ ଷ୍ଟାଣ୍ଡ୍‌ରେ ବସି ସ୍ବେଟର୍‌ ବୁଣିଲେ ଏହି ଖେଳାଳି

ଅଲିମ୍ପିକ ଚାମ୍ପିଅନ ସ୍ବେଟର୍‌ ବୁଣିବା କଥାଟା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ଏହା ଦେଖି ସାରା ବିଶ୍ୱରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବ୍ରିଟେନର ଅଲିମ୍ପିକ ଚାମ୍ପିଅନ ଡାଇଭର ଟମ ଡେଲେ ତାଙ୍କ ଖେଳରେ ମହାରଥ ହାସଲ କରିବା ସହିତ ବୁଣାରେ ମଧ୍ୟ ପାରଦର୍ଶିତା ହାସଲ କରିଛନ୍ତି। ପୁରୁଷ ୧୦ ମିଟର ସିଙ୍କ୍ରୋନାଇଜଡ ପ୍ଲାଟଫର୍ମ ଡ୍ରାଇଭିଂରେ ଟମ ମ୍ୟାଟି ଲିଙ୍କ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ସେ ମହିଳା ୩ ମିଟର ସ୍ପ୍ରିଙ୍ଗବୋର୍ଡ ଫାଇନାଲରେ ଦର୍ଶକଙ୍କ ମଧ୍ୟରେ ସ୍ବେଟର୍‌ ବୁଣୁଥିବାର ନଜର ଆସିଥିଲେ। ୨୭ ବର୍ଷୀୟ ଟମ ତାଙ୍କ ଇଂଲଣ୍ଡ ଦଳର ଜର୍ସି ପିନ୍ଧି ଷ୍ଟାଣ୍ଡରେ ବସିଥିଲେ। ସେ ଏହି ଇଭେଣ୍ଟରେ ଖେଳାଳିଙ୍କ ଅପେକ୍ଷା ଅଧିକ ପ୍ରାଧାନ୍ୟ ବିସ୍ତାର କରିଥିଲେ। କୌତୁହଳର ବିଷୟ ହେଉଛି ଯେ ଏହି ଇଭେଣ୍ଟରେ କୌଣସି ବ୍ରିଟିଶ ଖେଲାଳି ଖେଳୁ ନ ଥିଲେ। ଟମ୍‌ ନିଜର ସ୍ବର୍ଣ୍ଣ ପଦକ ରଖିବା ପାଇଁ ଏକ କଭର ମଧ୍ୟ ଉଲ୍‌ରେ ବୁଣିଛନ୍ତି। ତିନିଥର ବିଶ୍ୱ ଚାମ୍ପିଅନ ଟମ ୨୦୧୨ ଲଣ୍ଡନ ଏବଂ ୧୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।
ଡିସେମ୍ବର ୨୦୧୩ରେ ଟମ ଏକ ୟୁଟ୍ୟୁବ ଭିଡିଓ ଜାରି କରି ଘୋଷଣା କରିଥିଲେ ଯେ ସେ ଜଣେ ପୁରୁଷଙ୍କ ସହ ଅଛନ୍ତି। ଟମ ଆମେରିକୀୟ ଓସ୍କାର ବିଜେତା ଚଳଚ୍ଚିତ୍ର ସ୍କ୍ରିନ ରାଇଟର୍‌, ନିର୍ଦ୍ଦେଶକ ତଥା ନିର୍ମାତା ଡଷ୍ଟିନ ଲାନ୍ସ ବ୍ଲାକଙ୍କ ସହିତ ଅକ୍ଟୋବର ୨୦୧୫ରେ ନିର୍ବନ୍ଧ କରିଥିଲେ ଏବଂ ଉଭୟ ୨୦୧୭ରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଥିଲେ ହୋଇଥାନ୍ତା ଭଉଣୀଙ୍କ ବାହାଘର, ନଦୀରେ ଭାସିଗଲେ ଭାଇ

ଚାନ୍ଦବାଲି,୧୮ା୬(ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ନଦୀରେ ଗୁରୁବାର ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ ଘଟିଛି। ନଦୀରେ ବାଲିଆପାଳ ପଟୁ…

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଟ୍ରାକ୍ଟରମାଲିକଙ୍କୁ ଧମକ ଦେଇ ନେଇଥିଲେ ଏତିକି ଟଙ୍କା ଲାଞ୍ଚ

ଡେଲାଙ୍ଗ,୧୮ା୬: ପୁରୀ ଜିଲା ଡେଲାଙ୍ଗ ରେଞ୍ଜ ଅନ୍ତର୍ଗତ ଆଙ୍କୁଇର ଫରେଷ୍ଟର ରାକେଶ କୁମାର ପଣ୍ଡାଙ୍କୁ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ସେ ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ…

ମମତାଙ୍କ ଗୋଷ୍ଠୀକୁ ହାଇକୋର୍ଟରୁ ବଡ଼ ଝଟକା: ବିଧାନସଭା ବିରୋଧୀ ଦଳ ନେତା ରହିବେ…

କୋଲକାତା,୧୮।୮: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ମାମଲାରେ କୋଲକାତା ହାଇକୋର୍ଟ କୌଣସି ବି ଅନ୍ତରୀଣ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଚାକିରିରୁ ବିଦା ହେଲେ ମଞ୍ଚେଶ୍ୱର ଥାନା ASI

ଭୁବନେଶ୍ୱର,୧୮ା୬: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରାଜେଶ କୁଲ୍ଲୁ ଚାକିରିରୁ ବହିଷ୍କୃତ ହୋଇଛନ୍ତି। କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦…

ହଠାତ୍‌ ମାଡ଼ି ଆସିଲା ସମୁଦ୍ର ଜୁଆର, ୧୦୦ ଏକର ଚାଷ ଜମି ଜଳମଗ୍ନ

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆ ଗ୍ରାମ ଦେବତୀ ଜାହେରୀ ପୀଠଠାରେ ବୁଧବାର ସମୁଦ୍ର ଉଚ୍ଚ ଜୁଆର…

ମାନବାଧିକାର କର୍ମୀ ପରିଚୟରେ କରୁଥିଲେ ଟଙ୍କା ଆଦାୟ, ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା

ଗଜପତି, ୧୮।୬(ଗିରିଧାରୀ ପରିଛା): ମାନବାଧିକାର ସଂଗଠନ ଓ ଏନଜିଓର ନାମ ବ୍ୟବହାର କରି ନିରୀହ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଏକ ଠକେଇ ଅଭିଯୋଗ…

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ଚାମେଲି ବିବାଦ ମାମଲା: ସେଦିନ କ’ଣ ଘଟିଥିଲା? ଚାଞ୍ଚଲ୍ୟକର ଖୁଲାସା କଲେ ବିଡିଓ

କେନ୍ଦ୍ରାପଡ଼ା,୧୮।୬: ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲାରେ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ବିଡିଓ କହିଛନ୍ତି, ମନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri