Posted inଖେଳ

ସ୍ବର୍ଣ୍ଣ ପଦକ ଜିତିବା ପରେ ଦର୍ଶକ ଷ୍ଟାଣ୍ଡ୍‌ରେ ବସି ସ୍ବେଟର୍‌ ବୁଣିଲେ ଏହି ଖେଳାଳି

ଅଲିମ୍ପିକ ଚାମ୍ପିଅନ ସ୍ବେଟର୍‌ ବୁଣିବା କଥାଟା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ଏହା ଦେଖି ସାରା ବିଶ୍ୱରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବ୍ରିଟେନର ଅଲିମ୍ପିକ ଚାମ୍ପିଅନ ଡାଇଭର ଟମ ଡେଲେ ତାଙ୍କ ଖେଳରେ ମହାରଥ ହାସଲ କରିବା ସହିତ ବୁଣାରେ ମଧ୍ୟ ପାରଦର୍ଶିତା ହାସଲ କରିଛନ୍ତି। ପୁରୁଷ ୧୦ ମିଟର ସିଙ୍କ୍ରୋନାଇଜଡ ପ୍ଲାଟଫର୍ମ ଡ୍ରାଇଭିଂରେ ଟମ ମ୍ୟାଟି ଲିଙ୍କ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ପରେ ସେ ମହିଳା ୩ ମିଟର ସ୍ପ୍ରିଙ୍ଗବୋର୍ଡ ଫାଇନାଲରେ ଦର୍ଶକଙ୍କ ମଧ୍ୟରେ ସ୍ବେଟର୍‌ ବୁଣୁଥିବାର ନଜର ଆସିଥିଲେ। ୨୭ ବର୍ଷୀୟ ଟମ ତାଙ୍କ ଇଂଲଣ୍ଡ ଦଳର ଜର୍ସି ପିନ୍ଧି ଷ୍ଟାଣ୍ଡରେ ବସିଥିଲେ। ସେ ଏହି ଇଭେଣ୍ଟରେ ଖେଳାଳିଙ୍କ ଅପେକ୍ଷା ଅଧିକ ପ୍ରାଧାନ୍ୟ ବିସ୍ତାର କରିଥିଲେ। କୌତୁହଳର ବିଷୟ ହେଉଛି ଯେ ଏହି ଇଭେଣ୍ଟରେ କୌଣସି ବ୍ରିଟିଶ ଖେଲାଳି ଖେଳୁ ନ ଥିଲେ। ଟମ୍‌ ନିଜର ସ୍ବର୍ଣ୍ଣ ପଦକ ରଖିବା ପାଇଁ ଏକ କଭର ମଧ୍ୟ ଉଲ୍‌ରେ ବୁଣିଛନ୍ତି। ତିନିଥର ବିଶ୍ୱ ଚାମ୍ପିଅନ ଟମ ୨୦୧୨ ଲଣ୍ଡନ ଏବଂ ୧୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।
ଡିସେମ୍ବର ୨୦୧୩ରେ ଟମ ଏକ ୟୁଟ୍ୟୁବ ଭିଡିଓ ଜାରି କରି ଘୋଷଣା କରିଥିଲେ ଯେ ସେ ଜଣେ ପୁରୁଷଙ୍କ ସହ ଅଛନ୍ତି। ଟମ ଆମେରିକୀୟ ଓସ୍କାର ବିଜେତା ଚଳଚ୍ଚିତ୍ର ସ୍କ୍ରିନ ରାଇଟର୍‌, ନିର୍ଦ୍ଦେଶକ ତଥା ନିର୍ମାତା ଡଷ୍ଟିନ ଲାନ୍ସ ବ୍ଲାକଙ୍କ ସହିତ ଅକ୍ଟୋବର ୨୦୧୫ରେ ନିର୍ବନ୍ଧ କରିଥିଲେ ଏବଂ ଉଭୟ ୨୦୧୭ରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri