ବୁଦାପେଷ୍ଟ,୨୫।୭: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳ ଏକ ଭଲ ଆରମ୍ଭ କରିଛି। ପ୍ରଥମ ଦିନରେ ଓ୍ବେଟ୍ଲିପ୍ଟର ମୀରବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଏହାପରେ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହେବା ଆରମ୍ଭ କରିଛନ୍ତି। ଏହାର ଗୋଟିଏ ଦିନ ପରେ ଭାରତୀୟ ରେସଲର୍ ପ୍ରିୟା ମଲିକ ମଧ୍ୟ ଟୁଇଟର୍ରେ ଟ୍ରେଣ୍ଡ କରୁଛନ୍ତି। ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ କ୍ୟାଡେଟ ରେସଲିଂ ଚାମ୍ପିଅନସିପରେ ଭାରତୀୟ ରେସଲର ପ୍ରିୟା ମଲିକ ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚାମ୍ପିଅନସିପର ଶେଷ ଦିନରେ ପ୍ରିୟା ୭୩ କିଲୋଗ୍ରାମ ବର୍ଗର ଫାଇନାଲରେ ବେଲାରୁଷର ରେସଲରଙ୍କୁ ୫-୦ ରେ ପରାସ୍ତ କରିଛନ୍ତି। ଏହାପରେ ତାଙ୍କୁ ଲୋକେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବାକୁ ଲାଗିଥିଲେ। ଏସବୁ ଭିତରେ କିଛି ଲୋକ ତାଙ୍କୁ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା କହି ଶୁଭେଚ୍ଛା ଜଣାଇଥିଲେ। ଏଥିରେ ବଡ ବଡ ସେଲିବ୍ରିଟି ମଧ୍ୟ ସାମିଲ ଥିଲେ। ପରେ ସତ୍ୟାସତ୍ୟ ଜାଣିବା ପରେ ସେମାନେ ଟୁଇଟ୍ ଡିଲିଟ୍ କରିବାକୁ ବାଧ୍ୟ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ପ୍ରିୟା ୨୦୧୯ରେ ପୁଣେରେ ଖେଲୋ ଇଣ୍ଡିଆରେ, ୨୦୧୯ରେ ଦିଲ୍ଲୀରେ ୧୭ତମ ସ୍କୁଲ ଗେମ୍ସ ଏବଂ ୨୦୨୦ରେ ପାଟନାରେ ଜାତୀୟ କ୍ୟାଡେଟ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତଥିଲେ। ୨୦୨୦ ମସିହାରେ ଅନୁଷ୍ଠିତ ଜାତୀୟ ବିଦ୍ୟାଳୟ ଗେମ୍ସରେ ପ୍ରିୟା ମଲିକ ସ୍ବର୍ଣ୍ଣ ଜିତିଥିଲେ।
Proud moment 😍😘💐big big congratulations to our first gold medalists #priyamalik #proudonyou#Olympics #Olympics2021 #firstgoldmedal #Cheer4India pic.twitter.com/n1xM63bUFA
— Maushmi_49 (@MaushmiGoswami4) July 25, 2021
Another day, another win.
Congratulations, #Priya_Malik. We are proud of you.💪❤🇮🇳 pic.twitter.com/9gaPvE60v3— Sunny Deol (@iamsunnydeol) July 25, 2021