Posted inଖେଳ

ଟୋକିଓ ଅଲିମ୍ପିକ୍ସ: ଆୟୋଜକ କମିଟି ସଭାପତି ମୋରିିଙ୍କ ଇସ୍ତଫା

ଟୋକିଓ,୧୩ା୨(ଏପି)-ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ଲିଙ୍ଗବାଦୀ ମନ୍ତବ୍ୟ ଦେଇ ସେ ବିବାଦୀୟ ହୋଇପଡ଼ିଥିଲେ। ମୋରିଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଶୁକ୍ରବାର ଆୟୋଜକ କମିଟିର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବସିଥିଲା। ମାତ୍ର ଏଥିରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ମୋରିଙ୍କ ଉତ୍ତରାଧିକାରୀ ଭାବେ ଜଣେ ମହିଳାଙ୍କୁ ମନୋନୀତ କରାଯିବ କି ନା ସେ ସମ୍ପର୍କରେ କିଛି ସ୍ପଷ୍ଟ କରି ନ ଥିଲେ ସିଇଓ ତୋଶିରୋ ମୁତୋ। ଚଳିତ ସପ୍ତାହ ପ୍ରଥମ ଭାଗରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏକ ସପ୍ତାହ ହେଲା ମୋରି ସମାଲୋଚିତ ହୋଇ ଆସୁଥିଲେ। ପ୍ରଥମାବସ୍ଥାରେ ସେ କ୍ଷମାପ୍ରାର୍ଥନା କରିବା ସହ ଇସ୍ତଫା ଦେବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ। ମାତ୍ର ଟେଲିଭିଜନ ସମୀକ୍ଷକ ଓ ପ୍ରାୟୋଜକଙ୍କ ପକ୍ଷରୁ ଇସ୍ତଫା ପାଇଁ ତାଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା। ଏପରି କି ମୋରିଙ୍କ ବହିଷ୍କାର ଦାବିରେ ଦସ୍ତଖତ ସଂଗ୍ରହ ଅଭିଯାନ ହୋଇଥିଲା, ଯେଉଁଥିରେ ୧,୫୦,୦୦୦ ଜଣଙ୍କର ଦସ୍ତଖତ ରହିଥିଲା। କରୋନା ମହାମାରୀ ଆଶଙ୍କା ଏ ପର୍ଯ୍ୟନ୍ତ ଦୂର ହୋଇ ନାହିଁ। ମୋରିଙ୍କ ବିନା ଟୋକିଓ ଅଲିମ୍ପିକ୍ସର ସଫଳ ଆୟୋଜନ ବର୍ତ୍ତମାନ ଏକ ବଡ଼ ପ୍ରଶ୍ନ। କୋଭିଡ୍‌ ପାଇଁ ଏକ ବର୍ଷ ଘୁଞ୍ଚାଇ ଦିଆଯାଇଥିବା ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ୧୧,୦୦୦ ଆଥ୍‌ଲେଟ ଅଂଶଗ୍ରହଣ କରିବେ। ଏହାର ଏକ ମାସ ପରେ ହେବାକୁ ଥିବା ପାରା ଅଲିମ୍ପିକ୍ସରେ ୪,୪୦୦ରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଭାଗ ନେବେ। ଜାପାନରେ ନିକଟରେ ଅନୁଷ୍ଠିତ ହୋଇଥିବା ଏକ ଭୋଟ୍‌ରେ ୮୦% ଲୋକ ଅଲିମ୍ପିକ୍ସକୁ ବାତିଲ କରିବା ଉଚିତ ହେବ ବୋଲି ମତ ଦେଇଥିଲେ। ଅନ୍ୟପକ୍ଷରେ ୧୫% ଅଲିମ୍ପିକ୍ସ ଆୟୋଜନ ସପକ୍ଷରେ ରହିଥିଲେ। ପୂର୍ବ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା ୮୩ ବର୍ଷୀୟ ମୋରି ତାଙ୍କ ବିକଳ୍ପ ଭାବେ ଜାପାନ ଫୁଟ୍‌ବଲ ପରିଚାଳନା ପରିଷଦ ସଭାପତି ୮୪ ବର୍ଷୀୟ ସାବୁରୋ କାଓ୍ବାବୁଚିଙ୍କୁ ବାଛିଥିଲେ। କାଓ୍ବାବୁଚି ନିଜେ ଜଣେ ପୂର୍ବତନ ଖେଳାଳି। ସେ ଜାପାନ ତରଫରୁ ୧୯୬୪ ଅଲିମ୍ପିକ୍ସରେ ଖେଳିଥିଲେ। କାଓ୍ବାବୁଚି ବୟସରେ ମୋରିଙ୍କଠାରୁ ବଡ଼। ଏହି ପଦବୀରେ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଗଲେ ଅସୁବିଧା କ’ଣ ବୋଲି ପ୍ରଶ୍ନ ଉଠୁଛି। ମୋରି ଲିଙ୍ଗଗତ ସମାନତା ସପକ୍ଷରେ ନୁହନ୍ତି ବୋଲି ଏଥିରୁ ସୂଚିତ ହେଉଛି। ଜାପାନରେ କୌଣସି ବୋର୍ଡ, ରାଜନୀତି ଅବା କ୍ରୀଡ଼ା ପରିଚାଳନା ପରିଷଦରେ ମହିଳାଙ୍କୁ ଦେଖିବାକୁ ମିଳେନା। ଏପରି କି ଆୟୋଜକ କମିଟିର ଉଚ୍ଚ ପଦବୀରେ ମଧ୍ୟ। କାଓ୍ବାବୁଚି ଗୁରୁବାର ସୂଚାଇ ଦେଇଛନ୍ତି ଯେ, ମୋରି ତାଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ପଦବୀ ପାଇଁ ସେ ନିଜକୁ ଉପଯୁକ୍ତ ମନେ କରୁ ନ ଥିବା ତାଙ୍କୁ ଜଣାଇ ଦେଇଥିଲେ।
ଜାପାନିଜ ଗଣମାଧ୍ୟମରେ ଏନେଇ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆୟୋଜକ କମିଟି ସଭାପତି ପାଇଁ ୩ ଯୋଗ୍ୟ ପ୍ରାର୍ଥୀ ରହିଛନ୍ତି। ଏମାନେ ସମସ୍ତେ ଆଥ୍‌ଲେଟ ଏବଂ ପୂର୍ବତନ ଅଲିମ୍ପିଆନ ଏବଂ ବୟସ ଦୃଷ୍ଟିରୁ ଗୋଟିଏ ପିଢି ଆଗୁଆ। କାଓରି ୟାମାଗୁଚି ୧୯୮୮ ଅଲିମ୍ପିକ୍ସ ଜୁଡୋରେ ଏକ ବ୍ରୋଞ୍ଜ ପଦକ ଜିତିଛନ୍ତି। ମିକାକୋ କୋଟାନି ୧୯୮୮ ଅଲିମ୍ପିକ୍ସରେ ସିଙ୍କ୍ରୋନାଇଜ୍‌ଡ ସୁଇମିଂରେ ଦୁଇ ବ୍ରୋଞ୍ଜ ବିଜୟିନୀ। ନାଓକୋ ତାକାହାସି ହେଉଛନ୍ତି ୨୦୦୦ ଅଲିମ୍ପିକ୍ସ ମାରାଥନ ସ୍ବର୍ଣ୍ଣ ବିଜୟିନୀ।
ଏହାଛଡ଼ା ବର୍ତ୍ତମାନ ଅଲିମ୍ପିକ ମନ୍ତ୍ରୀ ଥିବା ସିକୋ ହାସିମୋତୋଙ୍କୁ ଗଣମାଧ୍ୟମ ଅନ୍ୟତମ ଯୋଗ୍ୟ ପ୍ରାର୍ଥୀ ଭାବେ ପ୍ରତିପାଦନ କରିଛି, ଯିଏ କି ଜଣେ ପୂର୍ବତନ ଅଲିମ୍ପିଆନ ମଧ୍ୟ। ଲିଙ୍ଗଗତ ସମାନତାରେ ଜାପାନ ଭଳି ସମୃଦ୍ଧଶାଳୀ ରାଷ୍ଟ୍ର କେତେ ପଛୁଆ ରହିଛି ମୋରିଙ୍କ ମନ୍ତବ୍ୟରୁ ସ୍ପଷ୍ଟ ସୂଚିତ ହେଉଛି। ଓ୍ବାଲର୍‌ଡ୍‌ ଇକୋନୋମିକ୍‌ ଫୋରମ୍‌ର ଲିଙ୍ଗଗତ ସମାନତା ର଼୍ୟାଙ୍କିଙ୍ଗରେ ୧୫୩ଟି ଦେଶ ମଧ୍ୟରେ ଜାପାନ ୧୨୧ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri