Posted inଖେଳ

ଟୋକିଓ ଅଲିମ୍ପିକ୍ସ: ଟର୍ଚ୍ଚ ରିଲେରେ କିମ୍ବଦନ୍ତୀ ଫୁଟ୍‌ବଲର ଜିକୋ

କାଶିମା, ୫।୭: ଜାପାନର କାଶିମା ସହରରେ ଅନୁଷ୍ଠିତ ଅଲିମ୍ପିକ ମଶାଲ ରାଲିରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବ୍ରାଜିଲ ଫୁଟବଲର ଜିକୋ। ସେ ଅନ୍ୟତମ ଅନ୍ତିମ ମଶାଲ ବାହକ ଭାବେ କାଶିମା ସହରର ଇବାରାକି ପ୍ରାନ୍ତରେ ରବିବାର ଅନୁଷ୍ଠିତ ମଶାଲ ରାଲିରେ ଦୌଡ଼ିଛନ୍ତି।
ଜଣେ ଆଟାକିଂ ମିଡ୍‌ଫିଲ୍ଡର ଭାବେ ବେଶ୍‌ ଜଣାଥିବା ଜିକୋ ନିଜର ରଚନାତ୍ମକ ଖେଳିବା ଶୈଳୀ, ଟେକ୍‌ନିକାଲ ସ୍କିଲ୍‌ ଓ ଗୋଲ ସ୍କୋର କରିବାର କ୍ଷମତା ପାଇଁ ବେଶ୍‌ ଲୋକପ୍ରିୟ ଥିଲେ। ବ୍ରାଜିଲ ପାଇଁ ଜିକୋ ୩ଟି ଫିଫା ବିଶ୍ୱକପ୍‌ ଖେଳିଛନ୍ତି। ସେ ୧୯୮୨ ଦଳର ସଦସ୍ୟ ଥିଲେ ଓ ଏହି ଦଳ ବିଶ୍ୱର ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ପାଇଥିଲା। ଜଣେ ଖେଳାଳି ଭାବେ ସେ କାଶିମା ଆଣ୍ଟଲେର୍ସ କ୍ଲବରେ ୧୯୯୧ରେ ଯୋଗ ଦେଇଥିଲେ ଓ ୧୯୯୪ ପର୍ଯ୍ୟନ୍ତ କ୍ଲବ ସହିତ ଜଡିତ ଥିଲେ। ୨୦୦୨ରେ ସେ ଜାପାନ ଜାତୀୟ ଦଳର କୋଚ୍‌ ନିଯୁକ୍ତ ହୋଇଥିଲେ ଓ ଜର୍ମାନୀରେ ଅନୁଷ୍ଠିତ ୨୦୦୬ ବିଶ୍ୱକପ୍‌ରେ ଦଳର ଦାୟିତ୍ୱରେ ଥିଲେ। ଏବେ ସେ କାଶିମା ଆଣ୍ଟଲେର୍ସର ଟେକ୍‌ନିକାଲ ଡାଇରେକ୍ଟର ଭାବେ ଦାୟିତ୍ୱରେ ରହିଛନ୍ତି। ୧୨୧ ଦିନ ମଧ୍ୟରେ ଅଲିମ୍ପିକ୍‌ ମଶାଲ ରାଲି ଜାପାନର ୪୭ଟି ପ୍ରାନ୍ତରେ ଭ୍ରମଣ କରିବାର କାର୍ଯ୍ୟକ୍ରମ ଥିଲା। ଜୁଲାଇ ୨୩ ତାରିଖ ଉଦ୍‌ଘାଟନୀ ଦିବସରେ ମଶାଲ ରାଲି ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?