Posted inଖେଳ

ଟୋକିଓ ଅଲିମ୍ପିକ୍ସ: କିମ୍ସ ପ୍ରଫେସର ସୁଦୀପ ଭାରତୀୟ ପୁରୁଷ ହକି ଦଳର ଡାକ୍ତର

ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- କିମ୍ସ ପ୍ରଫେସର ଡକ୍ଟର ସୁଦୀପ ଶତପଥୀ (ଫିଜିଓଲୋଜି ଆଣ୍ଡ ସ୍ପୋଟର୍‌ସ ମେଡିସିନ୍‌) ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର ଡାକ୍ତର ଭାବେ ନିଯୁକ୍ତ ହୋଇଛନ୍ତି। ଗତ ଏପ୍ରିଲ ୧ରୁ ୧୫ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ବୁଏନ୍ସ ଆରିଜଠାରେ ଭାରତୀୟ ଦଳର ଟ୍ରେନିଂ ଏବଂ ମ୍ୟାଚ ଖେଳିବା ଅବସରରେ ମଧ୍ୟ ସୁଦୀପ ଟିମ୍‌ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ସେ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌-ଓ୍ବେଷ୍ଟ ୨୦୨୦ରେ ମେଡିକାଲ ପ୍ରତିନିଧି ଦଳର ଡୋପିଂ କଣ୍ଟ୍ରୋଲ ଅଫିସର, ରିଓ ଅଲିମ୍ପିକ୍ସ ଏବଂ ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ ଅବସରରେ ମଧ୍ୟ ସେ ସ୍ପୋଟର୍‌ସ ମେଡିସିନ ଡାକ୍ତର ଭାବେ କାର୍ଯ୍ୟ ତୁଲାଇଥିଲେ। ସୁଦୀପ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି)ରେ ସ୍ପୋଟର୍‌ସ ମେଡିସିନ୍‌ରେ ଡିପ୍ଲୋମା କରିଛନ୍ତି। ୨୦୧୫ ଇଣ୍ଡିଆନ ସୁପରଲିଗ୍‌ରେ ସେ ସଚିନ ତେନ୍ଦୁଲକରଙ୍କ ମାଲିକାନାରେ ଥିବା କେରଳ ବ୍ଲାଷ୍ଟର୍ସ ଦଳର ଟିମ୍‌ ଡାକ୍ତର ମଧ୍ୟ ଥିଲେ। ଅଲିମ୍ପିକ୍ସ ପାଇଁ ଏପରି ଏକ ଗୁରୁଦାୟିତ୍ୱ ପାଇଥିବାରୁ ସୁଦୀପଙ୍କୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ପ୍ରଥମ ଡାକ୍ତର ଭାବେ ସେ ଏହି ସୁଯୋଗ ପାଇଛନ୍ତି। କିଟ୍‌ ଓ କିସ୍‌ ପରିବାର ପକ୍ଷରୁ ମଧ୍ୟ ତାଙ୍କୁ ଶୁଭକାମନା ଜଣାଯାଇଛି। ଡାକ୍ତର ଶତପଥୀ ମଧ୍ୟ ସମସ୍ତ ପ୍ରକାର ସମର୍ଥନ ଯୋଗାଇ ଦେଇଥିବାରୁ ଅଚ୍ୟୁତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡିପ୍ରେସନ୍‌ରେ ଥିଲେ ରହସ୍ୟମୟୀ ସ୍ପିନର୍‌: ଗୋଟିଏ ଫୋନ୍‌ କଲ୍‌ ବଦଳାଇ ଦେଲା ଭାଗ୍ୟ

ନୂଆଦିଲ୍ଲୀ,୯।୯:୨୦୧୫ରେ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ୨.୪୦ କୋଟି ଟଙ୍କାରେ କିଣାଯାଇଥିବା ବେଳେ ରହସ୍ୟ ସ୍ପିନର କେସି କାରିଆପ୍ପା କେହି ଜାଣି ନ ଥିଲେ। କାରିଆପ୍ପାଙ୍କୁ...

ଇଂଲଣ୍ଡରେ ଆସନ୍ତା ସପ୍ତାହରୁ ଦର୍ଶକଙ୍କୁ ଅନୁମତି

ଲଣ୍ଡନ, ୧୮ା୭ (ଏପି)-ଇଂଲଣ୍ଡରେ ଆସନ୍ତା ସପ୍ତାହରେ କେତୋଟି ସ୍ପୋଟର୍‌ସ ଇଭେଣ୍ଟରେ ଅଳ୍ପ କେତେଜଣ ଦର୍ଶକଙ୍କୁ ପରୀକ୍ଷାମୂଳକ ଭାବେ ଅନୁମତି ମିଳିବ। କରୋନା ଭାଇରସ୍‌ ପାଇଁ ଏଥିରେ...

୨ ଓଡ଼ିଆ ଅମିତ, ନିଲମ

ହକି ବିଶ୍ୱକପରେ ଭାରତ ପକ୍ଷରୁ ୨ ଜଣ ଓଡ଼ିଆ ଖେଳାଳି ପ୍ରତିନିଧିତ୍ୱ କରୁଛନ୍ତି। ସେମାନେ ହେଲେ ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ସଉନାମରା ଗ୍ରାମର ଅମିତ...

ଏହି ଖେଳାଳିଙ୍କୁ ହୋଇଛି ବ୍ରେନ୍‌ ଟ୍ୟୁମର୍‌:କହିଲେ, ଯୁବରାଜଙ୍କ ଭଳି ରୋଗ ସହ ଲଢିବି

ଢାକା,୧।୧୦: ବାଲାଂଦେଶର ବାମହାତୀ ସ୍ପିନର୍‌ ମୋଶରଫ ହୁସେନ୍‌ ମାରାତ୍ମକ ରୋଗ ବ୍ରେନ୍‌ ଟ୍ୟୁମର୍‌ ସହ ଲଢୁଛନ୍ତି। ଭାରତର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କ ପରି ରୋଗ...

ପର୍ତ୍ତୁଗାଲ-ଫ୍ରାନ୍ସ ମ୍ୟାଚ୍‌ ଡ୍ର: ରୋନାଲ୍ଡୋ ରେକର୍ଡ ସମକକ୍ଷ

ବୁଦାପେଷ୍ଟ,୨୫।୬: ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ରାଉଣ୍ଡ ଅଫ୍‌ ୧୬ କାର୍ଯ୍ୟସୂଚୀ ସ୍ପଷ୍ଟ ହୋଇଛି। ଶନିବାରଠାରୁ ନକ୍‌ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ଗ୍ରୁପ୍‌ ଏଫ୍‌’ରେ ପର୍ତ୍ତୁଗାଲ ଓ...

ଟିମ୍‌ ଇଣ୍ଡିଆକୁ ଚେତାବନୀ ଦେଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୧୨।୧: ଭାରତ ଏବଂ ଶ୍ରୀଲଙ୍କା ଦିନିକିଆ ସିରିଜରୁ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରାଙ୍କୁ ଅନଫିଟ୍‌ କାରଣରୁ ବାଦ ଦିଆଯାଇଛି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ...

ମୁରଲୀଧରନଙ୍କ ସମକକ୍ଷ ହେଲେ ଅଶ୍ୱିନ

ଇନ୍ଦୋର, ୧୪।୧୧- ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଘରୋଇ ମାଟିରେ ଦ୍ରୁତତ୍ତମ ୨୫୦ ଟେଷ୍ଟ ଉଇକେଟ୍‌ ହାସଲ କରିବାରେ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ମୁଥିଆ...

ତୃତୀୟ ସ୍ଥାନରେ ଭାରତ

ଦୁବାଇ,୨୮ା୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩-୦ରେ କ୍ଲିନ୍‌ ସୁଇପ୍‌ ପରେ ଭାରତ ସଦ୍ୟ ପ୍ରକାଶିତ ପୁରୁଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଟିମ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ତୃତୀୟ ସ୍ଥାନ...

Advertisement
Archives

Model This Week