Posted inଖେଳ

ଭାରତୀୟ ରେସଲରଙ୍କ ପରାଜୟ ପରେ ରେଫରିଙ୍କୁ ପିଟିଲେ କୋଚ୍‌

ଟୋକିଓ,୬।୮: ଟୋକିଓ ଅଳିମ୍ପିକ୍ସରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତୀୟ ରେସଲର ଦୀପକ ପୁନିଆ ୮୬ କେଜି ଫ୍ରିଷ୍ଟାଇଲ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ସାନ ମାରିନୋର ମାଇଲ ନାଜିମ ଆମିନେଙ୍କ ଠାରୁ ୪-୨ରେ ପରାସ୍ତ ହୋଇଥିଲେ। ମାତ୍ର କିଛି ସେକେଣ୍ଡ୍‌ରେ ଦୀପକଙ୍କ ହାତରୁ ଚାଲିଯାଇଥିଲା ବ୍ରୋଞ୍ଜ ପଦକ। କାରଣ ଅନ୍ତିମ କିଛି ସେକେଣ୍ଡ୍‌ ପର୍ଯ୍ୟନ୍ତ ୨-୧ରେ ଆଗୁଆ ଥିଲେ ପୁନିଆ।

ପରାଜୟ ପରେ ପୁନିଆଙ୍କ ବିଦେଶୀ କୋଚ୍‌ ମୁରାଦ ଗାଇଦାରୋଭ ଉକ୍ତ ମ୍ୟାଚ୍‌ର ରେଫରିଙ୍କ ରୁମ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଓ ଭାରତୀୟ ଅଲିମ୍ପିକ୍‌ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ)କୁ ତୁରନ୍ତ ସୂଚନା ଦେଇଥିଲା ବିଶ୍ୱ ରେସଲିଂ ସଂଘ (ଫିଲା)। ରୁଷିଆନ କୋଚ୍‌ଙ୍କ କାର୍ଯ୍ୟ ଲାଗି ଚେତାବନୀ ମିଳିବା ପରେ କ୍ଷମାପ୍ରାର୍ଥନା କରିଥିଲା ଡବ୍ଲ୍ୟୁଏଫ୍‌ଆଇ। ଏହାପରେ ବିଦେଶୀ କୋଚ୍‌ଙ୍କ ଚୁକ୍ତିକୁ ବାତିଲ କରି ଦିଆଯାଇଛି।

ମୁରାଦ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୭୪ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିଲେ। କିନ୍ତୁ ୨୦୦୪ରେ ଏଥେନ୍ସ ଗେମ୍ସର କ୍ୱାର୍ଟର ଫାଇନାଲରେ ହାରିବା ପରେ ମ୍ୟାଟ ଉପରେ ପ୍ରତିପକ୍ଷ ରେସଲରଙ୍କୁ ଆକ୍ରମଣ କରିଥିଲେ। ଏଥି ଯୋଗୁ ତାଙ୍କୁ ଡିକ୍ୱାଲିଫାଏ କରି ଦିଆଯାଇଥିଲା।

ଆଇଓସି ମୁରାଦଙ୍କ ଆକ୍ରେଡିଟେଶନ ବାତିଲ କରିଥିବା ବେଳେ ତୁରନ୍ତ ଅଲିମ୍ପିକ୍ସ ଭିଲେଜ ଛାଡ଼ି ଚାଲିଯିବାକୁ ଭାରତୀୟ ପ୍ରତିନିଧିଙ୍କ ପକ୍ଷରୁ କୁହାଯାଇଛି। ତେବେ ବିଦେଶୀ କୋଚ୍‌ଙ୍କ ଏଭଳି ଆଚରଣ ଯୋଗୁ ଭାରତୀୟ ଫେଡେରେଶନକୁ ବାସନ୍ଦ କରାଯାଇପାରେ ବୋଲି ଡବ୍ଲ୍ୟୁଏଫ୍‌ଆଇ ସଭାପତି ବ୍ରିଜ ଭୁଷଣ ଶରନ ସିଂ ଚିନ୍ତା ପ୍ରକାଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂରା ଯୋଜନାକୁ ନଷ୍ଟ କରିଦେଲେ ଜୟ ଶାହା, ଏସିସି ଅଧ୍ୟକ୍ଷଙ୍କ ଉପରେ ଏଭଳି ଅଭିଯୋଗ ଆଣିଲା ପିସିବି

ନୂଆଦିଲ୍ଲୀ,୨୨।୭: ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପ କାର୍ଯ୍ୟସୂଚୀ ଘୋଷଣା ହୋଇସାରିଛି। ବର୍ତ୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିସିସିଆଇ ସଚିବ ତଥା...

ସିରାଜଙ୍କୁ ଯୋଗାଯୋଗ କରିଥିଲେ ବୁକି

ନୂଆଦିଲ୍ଲୀ,୨୦ା୪(ପି.ଟି.): ପେସ୍‌ ବୋଲର ମହମ୍ମଦ ସିରାଜ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ବିଭାଗ(ଏସିୟୁ)ର ଦ୍ୱାରସ୍ଥ ହୋଇଥିଲେ ବୋଲି ଜଣାପଡିଛି। ଫେବୃୟାରୀ ମାସରେ...

କୋଲକାତାର କ୍ରମାଗତ ଚତୁର୍ଥ ପରାଜୟ

ମୁମ୍ବାଇ,୨୪।୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପୂର୍ବତନ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ...

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ: ନଟରାଜନ, ଶାର୍ଦ୍ଦୁଳଙ୍କୁ ସୁଯୋଗ

ମେଲବୋର୍ନ, ୨।୧(ପି.ଟି.)- ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ଟି ମ୍ୟାଚ ପାଇଁ ୟର୍କର ସ୍ପେଶାଲିଷ୍ଟ ଥଙ୍ଗାରାସୁ ନଟରାଜନ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ...

ଏବେ ସ୍ତ୍ରୀଙ୍କ ପାଇଁ ମୋ ମୁଣ୍ଡ ଖାଇବାର ସମୟ ଆସିଛି: କାହିଁକି ଏମିତି କହିଥିଲେ ଧୋନୀ

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ସୋସିଆଲ ମିଡିଆରେ କମ ସକ୍ରିୟ ଅଛନ୍ତି। ସେ ମଧ୍ୟ ଲାଇମଲାଇଟଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ନିଜ ସୋସିଆଲ...

କୋହଲିଙ୍କ କଥା ମାନିଲେ ରୋହିତ: ଦେଖନ୍ତୁ ଭିଡିଓ

କୋଲକତା,୧୭।୨: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ର ଭାରତ ବିଜୟ ହାସଲ କରିଛି। ଓପନର୍‌ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ...

ପଞ୍ଜାବକୁ ହରାଇ ହାଇଦ୍ରାବାଦ ତୃତୀୟ

ଦୁବାଇ, ୯।୧୦: ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର...

ଆଶଙ୍କାରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌

ଲଣ୍ଡନ,୧୫।୭: ରିଷଭ ପନ୍ତଙ୍କ ସମେତ ଭାରତୀୟ ଦଳର ୨ ସଦସ୍ୟ କରୋନା ପଜିଟିଭ। ଏଥି ଯୋଗୁ ଆସନ୍ତା ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ...

Advertisement
Archives

Model This Week