Posted inଖେଳ

ଶରୀରରେ ୭ ଷ୍ଟିଚ୍‌ ପଡିବା ସତ୍ତ୍ୱେ ରିଙ୍ଗ୍‌ରେ ସିଂହ ପରି ଲଢିଲେ ଏହି ଖେଳାଳି

ଟୋକିଓ,୧।୮: ଟୋକିଓ ଅଲିମ୍ପିକ୍ସର ବକ୍ସିଂରେ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ୯୧ କିଲୋଗ୍ରାମ ବର୍ଗରେ ବକ୍ସର ସତୀଶ କୁମାର ଉଜବେକିସ୍ତାନର ବାଖୋଦିର ଜାଲୋଲୋଭଙ୍କଠାରୁ ପରାସ୍ତ ହୋଇଛନ୍ତି। ଜାଲୋଲୋଭ ସେମାନଙ୍କୁ ୫-୦ରେ ପରାସ୍ତ କରିଥିଲେ। ଏହି ପରାଜୟ ସହିତ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବାରେ ସତୀଶଙ୍କ ସ୍ବପ୍ନ ଭାଙ୍ଗିଯାଇଛି ସହ କିନ୍ତୁ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ପ୍ରି-କ୍ୱାର୍ଟର ଫାଇନାଲ ଆଘାତ ଯୋଗୁ ତାଙ୍କ ଶରୀରରେ ୭ଟି ଷ୍ଟିଚ ପଡିଥିଲା। ଏହା ସତ୍ତ୍ୱେ ମଧ୍ୟ ସେ ବିଶ୍ୱ ଚାମ୍ପିଅନ ଜାଲୋଲୋଭଙ୍କ ସହ କଡ଼ା ସଂଘର୍ଷ କରିଥିଲେ। କିନ୍ତୁ ଏହା ତାଙ୍କ ଦୁର୍ଭାଗ୍ୟ ଥିଲା ଯେ ସତୀଶ ମ୍ୟାଚ ଜିତିପାରି ନ ଥିଲେ।
୩୨ ବର୍ଷୀୟ ବକ୍ସର ସତୀଶ ମଧ୍ୟ ତାଙ୍କ ଡାହାଣ ହାତରେ ପ୍ରତିଦ୍ୱନ୍ଦୀଙ୍କ ସହ ଲଢିଥିଲେ। କିନ୍ତୁ ଏହି ମ୍ୟାଚରେ ବିଶ୍ୱ ଚାମ୍ପିଅନ ଜାଲୋଲୋଭ ଭାରତୀୟ ବକ୍ସରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ରକ୍ତରେ ଜୁଡୁବୁଡୁ ହୋଇ ମଧ୍ୟ ଲଢି ଚାଲିଥିଲେ ସତୀଶ। ଏହି ମ୍ୟାଚରେ ସତୀଶ ଆହତ ସିଂହ ପରି ପ୍ରତିଦ୍ୱନ୍ଦ୍ୱୀଙ୍କୁ ସାମ୍ନା କରିଥିଲେ। ଏହି କାରଣରୁ ଜିତିବା ପରେ ଜାଲୋଲୋଭ ନିଜେ ତାଙ୍କୁ ପ୍ରଶଂସା କରିଥିଲେ। ଅଲିମ୍ପିକ୍ସରେ ସୁପର ହେଭିୱେଟ ଇଭେଣ୍ଟ ପାଇଁ ଯୋଗ୍ୟତା ହାସଲ କରିଥିବା ସତୀଶ ପ୍ରଥମ ଭାରତୀୟ ବକ୍ସର ଥିଲେ। ଏଥି ସହିତ ବଖୋଦିର ଜାଲୋଲୋଭ ତିନିଥର ଏସୀୟ ଚାମ୍ପିୟନ ହୋଇଛନ୍ତି।
ସତୀଶ କୁମାରଙ୍କ ପରାଜୟ ପରେ ପୁରୁଷ ବକ୍ସିଂ ଇଭେଣ୍ଟରେ ଭାରତର ଚ୍ୟାଲେଞ୍ଜ ଶେଷ ହୋଇଛି। ମହିଳା ବିଭାଗରେ, ଲଭଲିନା ବୋର୍ଗୋହେନଙ୍କ ଏକମାତ୍ର ଆଶା ରହିଛି। ସେ ବକ୍ସିଂରେ ଭାରତର ପଦକ ନିଶ୍ଚିତ କରିଛନ୍ତି। ସେ ଏବେ ସେମିଫାଇନାଲରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୯ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ବିଜୟ ହଜାରେ ଟ୍ରଫି: ମୁମ୍ବାଇକୁ ଚତୁର୍ଥ ଟାଇଟଲ

ନୂଆଦିଲ୍ଲୀ,୧୫।୩(ପି.ଟି.): ଅଧିନାୟକ ତଥା ଓପନର ପୃଥ୍ବୀ ଶ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଦିତ୍ୟ ତାରେଙ୍କ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ମୁମ୍ବାଇ ୫୧ଟି ବଲ ବାକିଥାଇ...

୨୦୨୩ ମହିଳା ଫିଫା ବିଶ୍ୱକପ ଆୟୋଜନ ଦୌଡ଼ରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଆଗରେ

ଜୁରିଚ୍‌, ୧୧।୬(ଏପି)- ୨୦୨୩ ମହିଳା ଫିଫା ବିଶ୍ୱକପ ଆୟୋଜନ ପାଇଁ ୩ଟି ବିଡ୍‌ ଦାଖଲ ହୋଇଛି। ତେବେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡର ମିଳିତ ବିଡ୍‌ ଅନ୍ୟ ସମସ୍ତଙ୍କୁ ପଛରେ...

ଭାରତୀୟ କ୍ରିକେଟ ଟିମ୍‌ ବସ୍‌ରେ ସ୍ବଚ୍ଛ ଭାରତର ବାର୍ତ୍ତା

ଇନ୍ଦୋର,୧୨।୧୧: ଆସନ୍ତା ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବାକୁ ଭାରତ ଓ ବାଂଲାଦେଶ କ୍ରିକେଟ ଦଳ ଇନ୍ଦୋରରେ ପହଞ୍ଚିଛନ୍ତି। ନାଗପୁରରୁ...

କେପିଏଲ ଫିକ୍ସିଂ ସ୍କାଣ୍ଡାଲ: ଦୁଇ କ୍ରିକେଟର ଗିରଫ

ବେଙ୍ଗାଲୁରୁ,୭।୧୧(ପି.ଟି.)- ଆଇପିଏଲର ୩ ଦଳ ପାଇଁ ଖେଳିଥିବା ପ୍ରଥମ ଶ୍ରେଣୀ କ୍ରିକେଟର ସି.ଏମ୍‌. ଗୌତମ ଓ ତାଙ୍କର ପୂର୍ବତନ କର୍ନାଟକ ସାଥି ଖେଳାଳି ଆବରାର କାଜିଙ୍କୁ...

ପିଚ୍‌ ଖରାପ କରୁଥିବାବେଳେ ଧରାପଡିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୧୧।୧: ଦୁଇ ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକା ଗସ୍ତରେ ବଲ ଟାମ୍ପରିଂ କରି ଧରା ପଡିଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ପୁରୁଣା ପ୍ରକୃତି ମନେ...

ଭାରତ ବିପକ୍ଷ ଘରୋଇ ସିରିଜ ପରାଜୟ ନର୍ଣ୍ଣାୟକ ଥିଲା: ଲାଙ୍ଗର

ସିଡନୀ,୧୧।୪(ପି.ଟି.): ୧୦୧୮-୧୯ରେ ଭାରତଠାରୁ ଅଷ୍ଟ୍ରେଲିଆ ନିଜ ମାଟିରେ ଟେଷ୍ଟ ସିରିଜ ପରାଜୟ ବରଣ କରିଥିଲା। ଏହା ମୋ କୋଚିଂ କ୍ୟାରିୟରର ନିର୍ଣ୍ଣାୟକ ମୁହୂର୍ତ୍ତ ତଥା ସବୁଠାରୁ...

କୋଭିଡ୍‌-୧୯ ରିଲିଫ ପାଣ୍ଠିକୁ ୫ ନିୟୁତ ଅର୍ଥ ଦେବେ ପାକିସ୍ତାନ କ୍ରିକେଟର

କରାଚୀ,୨୬।୩- ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କ୍ରିକେଟରମାନେ ସରକାରଙ୍କ ଜରୁରୀକାଳିନ ପାଣ୍ଠିକୁ ୫ ନିୟୁତ ଟଙ୍କା ଯୋଗାଇବେ। ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)...

Advertisement
Archives

Model This Week