Posted inଖେଳ

ଟୋକିଓ ଅଲିମ୍ପିକ୍ସ: ୧୦୦ ଦିନିଆ କାଉଣ୍ଟ ଡାଉନ୍‌ ଆରମ୍ଭ

ଟୋକିଓ,୧୫।୪(ଏପି): ଆଗାମୀ ଟୋକିଓ ଅଲିମ୍ପିକ୍ସର ୧୦୦ ଦିନିଆ କାଉଣ୍ଟ ଡାଉନ ବା ଅବଗଣନା ବୁଧବାର ଆରମ୍ଭ ହୋଇଛି। କୋଭିଡ୍‌-୧୯ ପାଇଁ ଏହି ମେଗା ଇଭେଣ୍ଟ ଗୋଟିଏ ବର୍ଷ ଘୁଞ୍ଚାଯାଇଥିଲେ ମଧ୍ୟ ଏହାର ଆୟୋଜନ ନେଇ ଅନିଶ୍ଚୟତା ଦୂର ହୋଇନି। ତେବେ ଏହାର ସଫଳ ଆୟୋଜନ ପାଇଁ ଆୟୋଜକମାନ ପ୍ରୟାସ ଜାରି ରଖିଛନ୍ତି। କୋଭିଡ୍‌-୧୯ ମାମଲା ବଢିବାରେ ଲାଗିଛି। ଏହି ମେଗା ଇଭେଣ୍ଟର ଆୟୋଜନକୁ ମଧ୍ୟ ଜାପାନରେ ଜନସାଧାରଣ ବିରୋଧ କରୁଛନ୍ତି। ପୁଣି ବହୁ ଦୁର୍ନୀତି ଓ ଅର୍ଥ ତୋସରପାତ ଅଭିଯୋଗ ମଧ୍ୟ ଆୟୋଜକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ବିଭିନ୍ନ ସମସ୍ୟାରେ ଛନ୍ଦିହୋଇପଡିଛି ଅଲିମ୍ପିକ୍ସ। ଆୟୋଜକଙ୍କ ସମ୍ମୁଖରେ ବହୁ ସଂଖ୍ୟାରେ ପ୍ରତିବନ୍ଧକ ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରାସ୍ତ ହୋଇଥିଲେ ମଧ୍ୟ ୧୯୬୪ ଅଲିମ୍ପିକ୍ସକୁ ସଫଳ ଭାବେ ଆୟୋଜନ କରି ଜାପାନ ବିପର୍ଯ୍ୟୟରୁ ମୁକୁଳିଥିବାର ପ୍ରମାଣ ଦେଇଥିଲା। ଏଥର କିନ୍ତୁ କଥା ଅଲଗା ହୋଇଛି। ଜାପାନକୁ ସାରା ବିଶ୍ୱ କେଉଁ ନଜରରେ ଦେଖୁଛି ସେ ନେଇ ଅବଶ୍ୟ ସରକାର ଅବଗତ ରହିଛନ୍ତି। ଏବେ ଅଲିମ୍ପିକ ବାତିଲ ହେବା ସମ୍ଭାବନା ସୃଷ୍ଟି ହୋଇଛି ବୋଲି କେତେକ ମତ ଦେଇଛନ୍ତି। ଜୁଲାଇ ୨୩ରୁ ଅଲିମ୍ପିକ୍ସ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।
ଅଲିମ୍ପିକ ଆୟୋଜନରେ ୧୫.୪ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ ବୋଲି ଆନୁଷ୍ଠାନିକ ଭାବେ ଆକଳନ କରାଯାଇଛି। କିନ୍ତୁ ଅଲିମ୍ପିକ ଆୟୋଜନରେ ଏହାର ଦୁଇଗୁଣା ଖର୍ଚ୍ଚ ହେବ ବୋଲି କେତେକ ସରକାରୀ ଅଡିଟ୍‌ରୁ ଜଣାପଡିଛି। ଅବଶ୍ୟ ପ୍ରସାରଣ ଅଧିକାର ଓ ପ୍ରାୟୋଜନ ବିକ୍ରିରୁ ୯୧ ପ୍ରତିଶତ ଅର୍ଥ ଉପାର୍ଜନ ହେବ ବୋଲି କୁହାଯାଇଛି।
ବିଦେଶୀ ପ୍ରଶଂସକଙ୍କୁ ବାରଣ
ବିଦେଶରୁ ପ୍ରଶଂସକଙ୍କୁ ଜାପାନରେ ପ୍ରବେଶ କରିବାରୁ ବାରଣ କରାଯାଇଛି। ପର୍ଯ୍ୟଟନ ଏକପ୍ରକାର ବନ୍ଦହୋଇଛି ବୋଲି କୁହାଯାଇପାରେ। କୌଣସି ଜନ ସମାଗମକୁ ବାତିଲ କରାଯାଇଛି। ଆଥ୍‌ଲେଟଙ୍କୁ ଡେରିରେ ଆସିବା ଓ ଶୀଘ୍ର ଯିବାକୁ ସୂଚନା ଦିଆଯାଇଛି। ବିଭିନ୍ନ ସମସ୍ୟାରେ ଆୟୋଜକ ଓ ଅଲିମ୍ପିକ୍ସ ଛନ୍ଦି ହୋଇଯାଇଛନ୍ତି। ଟୋକିଓ ଅଲିମ୍ପିକ୍ସ ନେତୃତ୍ୱରେ ମହିଳାଙ୍କୁ ଅବହେଳା ନେଇ ବେଶ୍‌ ବିବାଦ ସୃଷ୍ଟି ହୋଇଥିଲା। ଲାଞ୍ଚ କାରବାର ଓ ଅସଫଳ ଯୋଜନା ଅଲିମ୍ପିକ୍ସ ଆୟୋଜନକୁ ପ୍ରଭାବିତ କରିଛି। ଜାପାନର ୮୦ ପ୍ରତିଶତ ଲୋକ ଅଲିମ୍ପିକ ବାତିଲ ହେଉ ବୋଲି ମତ ଦେଇଛନ୍ତି। ବିଭିନ୍ନ ପୁଲ୍‌ରୁ ଏହା ଜଣାପଡିଛି। ଏହାକୁ ବୈଜ୍ଞାନିକମାନେ ମଧ୍ୟ ବିରୋଧ କରିଛନ୍ତି। ପୁଣି ଜାପାନରେ ୧ ପ୍ରତିଶତରୁ କମ୍‌ ଲୋକେ ଟିକା ନେଇଛନ୍ତି। କରୋନା ମହାମାରୀ କାରଣରୁ ଜାପାନରେ ୯,୫୦୦ ମୃତ୍ୟୁବରଣ କରିଛନ୍ତି। କୋଭିଡ୍‌-୧୯ ମୁକାବିଲାରେ ଜାପାନ ଏସିଆରେ ପଛରେ ପଡିଛି ଓ ସଫଳ ହୋଇପାରିନାହିଁ। ୨୦୦ଟି ଦେଶରୁ ୧୫, ୪୦୦ ଅଲିମ୍ପିକ ଓ ପାରା ଅଲିମ୍ପିକ ଆଥ୍‌ଲେଟ ଜାପାନରେ ପ୍ରବେଶ କରିବେ। ପୁଣି ୧୦ ହଜାର ଅଫିସିଆଲ, ଜଜ୍‌, ଗଣମାଧ୍ୟମ ଓ ପ୍ରସାରଣ ପ୍ରତିନିଧି ମଧ୍ୟ ଜାପାନ ଆସିବେ। କରୋନା କାରଣରୁ ଅଲିମ୍ପିକ ମଶାଲ ରାଲି ମଧ୍ୟ ପ୍ରଭାବିତ ହୋଇଥିଲା। ରାଲି ଓସାକା ସହରର ସର୍ବସାଧାଣ ସଡକରେ ଆୟୋଜନ ନ ହୋଇ ପାର୍କରେ ସୀମିତ ଧାବକଙ୍କୁ ନେଇ ଆୟୋଜିତ ହୋଇଥିଲା। ଅଲିମ୍ପିକ ପାଇଁ କରୋନ ମୁକବିଲାରେ ସରକାର ପଛରେ ପଡିଛନ୍ତି ବୋଲି କେତେକ ଅଭିଯୋଗ କରିଛନ୍ତି।
ବର୍ଷେ ତଳେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଓ ଜାପାନ ସରକାର ମିଳିତ ଭାବେ ଅଲିମ୍ପିକ୍‌କୁ ବାତିଲ ନ କରି ଗୋଟିଏ ବର୍ଷ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। ବିଭିନ୍ସ ସମସ୍ୟା ସତ୍ତ୍ୱେ ଅଲିମ୍ପିକ ସଫଳତାର ସହ ଆୟୋଜନ ହେବ ବୋଲି ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଆଶାପ୍ରକାଶ କରି କହିଛନ୍ତି। ଅଲିମ୍ପିକ ଉପରେ ତାଙ୍କ ପଦ ନିର୍ଭର କରୁଛି। ମହାମାରୀ ସତ୍ତ୍ୱେ ଅଲିମ୍ପିକ ପାଇଁ ଟୋକିଓର ପ୍ରସ୍ତୁତି ଶ୍ରେଷ୍ଠ ବୋଲି ଆଇଓସି ଅଧ୍ୟକ୍ଷ ଥୋମାସ ବାକ ବାରମ୍ବାର କହି ଆସୁଛନ୍ତି। ତେବେ ଅଲିମ୍ପିକ ଆୟୋଜନ ସଫଳ ହେଉଛି କି ନା ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri