ଟୋକିଓରେ ବଢିଲାଣି ସଂକ୍ରମଣ

ଟୋକିଓ, ୧।୮: କୋଭିଡ୍‌-୧୯ର ଡେଲ୍ଟା ଭାରିଆଣ୍ଟ ଯୋଗୁ ଏସିଆ ମହାଦେଶରେ ପୁଣିଥରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଅଲିମ୍ପିକ୍ସ ଆୟୋଜନ କରୁଥିବା ଟୋକିଓ ସହର ସମେତ ମାଲେସିଆ ଏବଂ ଥାଇଲାଣ୍ଡରେ ଶନିବାର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସଂକ୍ରମଣ ରୋକିବାରେ ସକ୍ଷମ ହୋଇଥିବା କେତେକ ଦେଶରେ ଡେଲ୍ଟା ଭାରିଆଣ୍ଟ ଯୋଗୁ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆରମ୍ଭ ହୋଇଛି। ସେଥିପାଇଁ ଭିଏତନାମ ସୋମବାରଠାରୁ ପୁଣିଥରେ ବିଭିନ୍ନ ସହର ଓ ପ୍ରଦେଶରେ କଟକଣା କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି। ଶନିବାର ଟୋକିଓରେ ୪,୦୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ମାଲେସିଆରେ ଗୋଟିଏ ଦିନରେ ସର୍ବାଧିକ ୧୭,୭୮୬ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଥାଇଲାଣ୍ଡରେ ଶନିବାର ୧୮,୯୧୨ ନୂଆ ସଂକ୍ରମିତଙ୍କୁ ମିଶାଇ ସେଠାରେ ମୋଟ ମାମଲା ସଂଖ୍ୟା ୫,୯୭,୨୮୭ରେ ପହଞ୍ଚିଛି। ଡେଲ୍ଟା ଭାରିଆଣ୍ଟ ଯୋଗୁ ସଂକ୍ରମଣ ୬୦ ପ୍ରତିଶତ ବଢ଼ିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଡେଲ୍ଟା ଭାରିଆଣ୍ଟ ଯୋଗୁ ଚାଇନାର ନାଞ୍ଜିଙ୍ଗ୍‌ ସହରରେ ସଂକ୍ରମଣ ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାତକ ସାଜୁଛି ଚାନ୍ଦିପୁରା ଭାଇରସ୍! ୪୧ ଆକ୍ରାନ୍ତ, ୨୭ ମୃତ

ଅହମ୍ମଦାବାଦ,୧୪।୮: ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ଜୁନ ୩୦ରୁ ଅଗଷ୍ଟ ୧୨ ମଧ୍ୟରେ ଗୁଜରାଟରେ ୨୩୮ଟି ସନ୍ଦିଗ୍ଧ ଚାନ୍ଦିପୁରା ଭୂତାଣୁ ମାମଲା ଏବଂ ୪୧ଟି ଲାବୋରେଟୋରି-ନିଶ୍ଚିତ…

ମନନ ମିଶ୍ରାଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରିବ CJP! ଜାଣନ୍ତୁ ସେ କିଏ, ଆଉ କାହିଁକି ତାଙ୍କୁ ଘେରିବେ ଅଭିଜିତ

ନୂଆଦିଲ୍ଲୀ,୧୪।୮: ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ NALSAR ୟୁନିଭର୍ସିଟି ଅଫ ଲ’ର ଦୀକ୍ଷାନ୍ତ ସମାରୋହକୁ ଆମନ୍ତ୍ରଣ କରିବାକୁ ବିରୋଧ କରିବା ଘଟଣା ନୂଆ ମୋଡ଼ ନେଇଛି।…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

‘PM ମୋଦିଙ୍କୁ ରାତିରେ ସେ ପର୍ଯ୍ୟନ୍ତ ଶୋଇବାକୁ ଦେବୁନି, ଯେ ପର୍ଯ୍ୟନ୍ତ…’ ରାହୁଲ ଗାନ୍ଧୀଙ୍କ ତୀବ୍ର ଆକ୍ରମଣ

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ଲୋକମାନେ ଦେଶକୁ ଭିତରୁ ଦୁର୍ବଳ କରିଦେଇଛନ୍ତି। ଏହା ସହିତ…

ଆପଣ ନ କରିପାରିଲେ ଆମେ କରିବୁ…. କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୪।୮: ଅଧିକ ପରିମାଣର ଚିନି, ଲୁଣ ଏବଂ ସନ୍ତୁଳିତ ଚର୍ବି (ସାଚୁରେଟେଡ୍‌ ଫ୍ୟାଟ୍‌) ଥିବା ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ‘ଫ୍ରଣ୍ଟ-ଅଫ୍‌-ପ୍ୟାକ ୱାର୍ଣ୍ଣିଂ ଲେବଲ’(ଖାଦ୍ୟ ପ୍ୟାକେଟ ଉପରେ…

ଲାବ୍‌ରେ ତିଆରି ହେଉଛି ‘ମିନି-ବ୍ରେନ୍‌’: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୪ା୮:ଶରୀରର ଛୋଟ ଚର୍ମ କୋଷିକାରୁ ମାନବ ମସ୍ତିଷ୍କର ଜୀବନ୍ତ ଟିସୁ ପ୍ରସ୍ତୁତ କରିବା ଆଉ କେବଳ କଳ୍ପନା କିମ୍ବା ବିଜ୍ଞାନ କାହାଣୀରେ ସୀମିତ ହୋଇରହିନାହିଁ। ଆମେରିକା…

ଆଜି ମେଷ-ମିଥୁନ ସମେତ ୫ ରାଶିର ଭାଗ୍ୟୋଦୟ, ଗ୍ରହ ଚଳନରୁ ଧନ- କ୍ୟାରିୟରରେ ମିଳିବ ବଡ଼ ଖୁସିଖବର

ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଦୃକ ପଞ୍ଚାଙ୍ଗ ଅନୁସାରେ ପ୍ରତିପଦା ତିଥି ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ…

ଥମିନି ବର୍ଷାର ପ୍ରକୋପ: ଆଜି ବି ସ୍ଥଗିତ ରହିଲା ସେକେଣ୍ଡ ସେମିଷ୍ଟାର ପରୀକ୍ଷା

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୁରୁବାରରୁ ଲଗାତାର ବର୍ଷା ଯୋଗୁ ଗୁରୁତର ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri