ଟୋକିଓରେ ବଢିଲାଣି ସଂକ୍ରମଣ

ଟୋକିଓ, ୧।୮: କୋଭିଡ୍‌-୧୯ର ଡେଲ୍ଟା ଭାରିଆଣ୍ଟ ଯୋଗୁ ଏସିଆ ମହାଦେଶରେ ପୁଣିଥରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଅଲିମ୍ପିକ୍ସ ଆୟୋଜନ କରୁଥିବା ଟୋକିଓ ସହର ସମେତ ମାଲେସିଆ ଏବଂ ଥାଇଲାଣ୍ଡରେ ଶନିବାର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସଂକ୍ରମଣ ରୋକିବାରେ ସକ୍ଷମ ହୋଇଥିବା କେତେକ ଦେଶରେ ଡେଲ୍ଟା ଭାରିଆଣ୍ଟ ଯୋଗୁ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆରମ୍ଭ ହୋଇଛି। ସେଥିପାଇଁ ଭିଏତନାମ ସୋମବାରଠାରୁ ପୁଣିଥରେ ବିଭିନ୍ନ ସହର ଓ ପ୍ରଦେଶରେ କଟକଣା କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି। ଶନିବାର ଟୋକିଓରେ ୪,୦୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ମାଲେସିଆରେ ଗୋଟିଏ ଦିନରେ ସର୍ବାଧିକ ୧୭,୭୮୬ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଥାଇଲାଣ୍ଡରେ ଶନିବାର ୧୮,୯୧୨ ନୂଆ ସଂକ୍ରମିତଙ୍କୁ ମିଶାଇ ସେଠାରେ ମୋଟ ମାମଲା ସଂଖ୍ୟା ୫,୯୭,୨୮୭ରେ ପହଞ୍ଚିଛି। ଡେଲ୍ଟା ଭାରିଆଣ୍ଟ ଯୋଗୁ ସଂକ୍ରମଣ ୬୦ ପ୍ରତିଶତ ବଢ଼ିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଡେଲ୍ଟା ଭାରିଆଣ୍ଟ ଯୋଗୁ ଚାଇନାର ନାଞ୍ଜିଙ୍ଗ୍‌ ସହରରେ ସଂକ୍ରମଣ ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀଘ୍ର କରୋନା ଟିକା ପାଇବାକୁ ଇସ୍ରାଏଲ ଦେଲା ଦୁଇଗୁଣା ଅର୍ଥ

ଲଣ୍ଡନ,୧୦ ।୧: କରୋନା ମହାମାରୀଠାରୁ ରକ୍ଷା ପାଇବାକୁ ଏବେ ସମସ୍ତଙ୍କ ନଜର ଭ୍ୟାକ୍ସିନ ଉପରେ । ଜଣାପଡିଛି କି କରୋନା ଟିକାକରଣ ମାମଲାରେୀ ଏବେ ଇସାଏଲ...

ବିମାନ ଯାତ୍ରୀଙ୍କ ପାଇଁ କୋଭିଡ ନିୟମରେ ପରିବର୍ତ୍ତନ କଲା ଆମେରିକା, ଆଉ ଦେବାକୁ ପଡିବ ନାହିଁ ଆର୍‌ଟିପିସିଆର ରିପୋର୍ଟ

ୱାଶିଂଟନ,୧୧ ।୬: ସାରା ବିଶ୍ୱରେ ଏବେ କରୋନାର ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଦେଶରେ କରୋନା ନିୟମରେ...

‘ଏଲେକ୍ସ’ ଘୂର୍ଣ୍ଣିଝଡ଼କୁ ନ୍ୟୁକ୍ଲିୟର ବମ୍‌ରେ ଉଡାଇଦେବାକୁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେତେବେଳେ କ’ଣ କୁହନ୍ତି ତା’ର କିଛି ଠିକଣା ନ ଥାଏ। ସେଥିପାଇଁ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ଏବେ...

ପ୍ରିନ୍ସ ହ୍ୟାରିଙ୍କ ପୁସ୍ତକ ‘ସ୍ପେୟାର’ର ରେକର୍ଡ ବିକ୍ରି

ଲଣ୍ଡନ,୧୩।୧: ପ୍ରିନ୍ସ ହ୍ୟାରିଙ୍କ ପୁସ୍ତକ ‘ସ୍ପେୟାର’ ବିକ୍ରୟରେ ନୂତନ ରେକର୍ଡ ସ୍ଥାପନ କରିବାରେ ଲାଗିଛି। ତାଙ୍କ ବିଷୟରେ ଜାଣିବାକୁ ଲୋକଙ୍କ ଆଗ୍ରହ କ୍ରମାଗତ ଭାବରେ ବଢୁଛି।...

ମୁକ୍ତ ଇଣ୍ଡୋ-ପାସିଫିକ୍‌ ପାଇଁ ସଂକଳ୍ପ

ମେଲବୋର୍ନ,୧୨ା୨: ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଗଠିତ କ୍ୱାଡ୍‌ ରାଷ୍ଟ୍ରଗୋଷ୍ଠୀର ବହିର୍ବ୍ୟାପାର ମନ୍ତ୍ରୀମାନେ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି...

ସାମରିକ ସହାୟତା ଘୋଷଣା କଲା ଆମେରିକା

କିଭ୍‌, ୮ା୯: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଗୁରୁବାର ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ୟୁକ୍ରେନ୍‌ ସମେତ ୟୁରୋପୀୟ ଦେଶଗୁଡ଼ିକ...

ହେଲିକପ୍ଟର ଦୁର୍ଘଟଣା: ୫ ମୃତ

ଆଞ୍ଚୋରେଜ୍‌,୨୯।୩: ଆମେରିକାର ଆଲାସ୍କା ରାଜ୍ୟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି...

ହତ୍ୟା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବଙ୍କୁ ସିଙ୍ଗାପୁରରେ ମିଳିପାରେ ମୃତ୍ୟୁଦଣ୍ଡ

ସିଙ୍‌ଗାପୁର,୨୨।୮: ଭାରତୀୟ ବଂଶୋଦ୍ଭବ ଅସୱେନ ପଚନ ପିଲ୍ଲାଇ ସୁକୁମାରନଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଦୁଇ ନାଗରିକଙ୍କ ହତ୍ୟା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ସିଙ୍ଗାପୁରର କନକର୍ଡ ହୋଟେଲ...

Advertisement
Archives

Model This Week