ଆଜି ସେମାନେ, କାଲି ଆମେ

କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଏହାର ସ୍ବତନ୍ତ୍ର ପାହ୍ୟାକୁ ହଟାଇ ନେଇଥିଲେ। ଏହା ସହ ଭୂସ୍ବର୍ଗ କୁହାଯାଉଥିବା ଏହି ସୀମାନ୍ତ ରାଜ୍ୟକୁ ଭାଙ୍ଗିି ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଥିଲେ। ଉକ୍ତ ପଦକ୍ଷେପକୁ ଆଉ କେଇଟା ଦିନ ପରେ ୪ ବର୍ଷ ପୂରିଯିବ ଏବଂ ଏହି ପ୍ରକ୍ରିୟାର ସାମ୍ବିଧାନିକ ତଥା ଆଇନଗତ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ଅନେକ ପିଟିଶନ ଦାଏର ହୋଇଛି। ତେବେ ଏହାର ବିଚାର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଜୁଲାଇ ୧୦ ତାରିଖରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ, ୨୦୧୯ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ନିଷ୍ପତ୍ତି ସେଠାରେ ଏକ ଅଭୂତପୂର୍ବ ପ୍ରଗତି ଓ ସ୍ଥିରତା ଆଣିପାରିଛି। ଏହି ପଦକ୍ଷେପ ନେବାର ତିନି ବର୍ଷ ପରେ ସେଠାରେ ଜି-୨୦ର ଟୁରିଜମ ବୈଠକକୁ କଶ୍ମୀର ଉପତ୍ୟକାର ପ୍ରଥମ ଅନ୍ତର୍ଜାତୀୟ ବୈଠକ ବୋଲି ସରକାର ଦର୍ଶାଇଛନ୍ତି। ସ୍କୁଲ ଓ କଲେଜଗୁଡ଼ିକରେ କୌଣସି ଧାରଣା ହୋଇନାହିଁ କି ପଥରମାଡ଼ ଘଟଣା ସାମ୍ନାକୁ ଆସିନାହିଁ। ଯଦି ବାସ୍ତବରେ ପରିସ୍ଥିତି ଏତେ ଶାନ୍ତ ଓ ସୁନ୍ଦର, ତେବେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ, ନିର୍ବାଚନ ତୁରନ୍ତ କରିଦିଆଯାଇ ପାରିଥାଆନ୍ତା। ତାହା ନ ହେବା ଫଳରେ ସରକାରଙ୍କର ଏହିସବୁ ଦାବି ବିଶ୍ୱାସଯୋଗ୍ୟ ହେଉନାହିଁ।
ଆଉ ପାଦେ ଆଗକୁ ଯାଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ଜଣାଇ ପାରିଥାଆନ୍ତେ କେତୋଟି କଶ୍ମୀର ପଣ୍ଡିତ ପରିବାର ନିଜ ଭିଟାମାଟିକୁ ଫେରିପାରିଛନ୍ତି ଏବଂ ଭାରତର ଅନ୍ୟ ପ୍ରାନ୍ତରୁ କେତେ ଜଣ ଯାଇ ସେଠାରେ ଜମି କିଣି ପଟ୍ଟାଧାରୀ ହୋଇପାରିଛନ୍ତି। ଏଭଳି କୌଣସି ତଥ୍ୟ ଆଜି ପର୍ଯ୍ୟନ୍ତ ପ୍ରକାଶ ପାଇଥିବାର ସମ୍ଭବତଃ କେହି ଜାଣି ନ ଥିବେ। ସରକାର ତାଙ୍କ ଯୁକ୍ତି ଉପସ୍ଥାପନ କରିବା ପରେ ପିଡିପି ନେତ୍ରୀ ମେହବୁବା ମୁଫ୍‌ତି ଓ ନ୍ୟାଶନାଲ କନ୍‌ଫରେନ୍ସର ନେତା ଓମାର ଅବଦୁଲ୍ଲା ଅନୁଚ୍ଛେଦ ୩୭୦ ଉଚ୍ଛେଦର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି ଓ ସେଠାକାର ସ୍ଥିତି ସହ ଏକମତ ହୋଇନାହାନ୍ତି। ଏହା ବ୍ୟତୀତ ସିପିଆଇ(ଏମ୍‌) ନେତା ଏମ୍‌.ଓ୍ବାଇ. ତାରିଗାମି କଶ୍ମୀରର ଗଣତନ୍ତ୍ର ଓ ଲୋକଙ୍କ ଅଧିକାରର ଗୁରୁତ୍ୱକୁ ସାମ୍ନାକୁ ଆଣିଛନ୍ତି। ଦେଖିବାକୁ ଗଲେ ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ପାହ୍ୟା ହଟାଇ ନିଆଯିବା ପରେ ସେଠାରେ ମୁଖ୍ୟ ଧାରା ଓ ସାମାଜିକ ଗଣମାଧ୍ୟମର କଣ୍ଠରୋଧ କରାଚାଲିିଛି। ଅଭିବ୍ୟକ୍ତିର ସ୍ବାଧୀନତାକୁ ଚାପି ଦିଆଯାଇଛି। ସେଠାକାର କୌଣସି ବିଷୟରେ ଲେଖିବା, ଛାପିବା କିମ୍ବା କହିବାର କାହାର ଅଧିକାର ନାହିଁ ବୋଲି ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଅନେକ ସାମ୍ବାଦିକଙ୍କ କାର୍ଯ୍ୟ ଉପରେ ଅଭିଯୋଗ ଅଣାଯାଇ ସେମାନଙ୍କୁ ଅଟକ ରଖାଯିବା ସହ ନିର୍ଯାତନା ଦିଆଯାଉଛି, ଯାହାର ଉଦାହରଣ ହେଉଛନ୍ତି ସାଜଦ ଗୁଲ୍‌। ଏହା ବ୍ୟତୀତ କଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ କରାଯିବା ଅର୍ଥ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚତ୍ତ କରିବା। ଡିଜିଟାଲ ଓ୍ବାଚ୍‌ଡଗ୍‌ ଆସେସ୍‌ ନାଓ ରିପୋର୍ଟ ମୁତାବକ, ୨୦୨୨ରେ ବିଶ୍ୱରେ ମୋଟ ୧୮୭ଟି ଇଣ୍ଟରନେଟ ସେବା ବନ୍ଦ ଘଟଣା ମଧ୍ୟରୁ ୮୪ଟି ଭାରତରେ ଘଟିଛି। ଏହାର ୫୦% କଶ୍ମୀରରେ ହୋଇଛି ଓ ବିଶ୍ୱର ଅନ୍ୟ ଅଞ୍ଚଳ ତୁଳନାରେ ଏହା ସବୁଠାରୁ ଅଧିକ। ପାଖାପାଖି ୧୮ମାସ ଧରି କଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିବା ବିଶ୍ୱର କୌଣସି ଗଣତନ୍ତ୍ରରେ ସବୁଠୁ ଲମ୍ବା ସମୟ ବୋଲି ୟୁଏସ୍‌ କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିୟସ ଫ୍ରିଡମ୍‌ ପ୍ରକାଶ କରିଥିଲା। ଏବକାର ଭାରତରେ ଯେତେବେଳେ ଦେଶବ୍ୟାପୀ ସବୁକଥାରେ କୁହାଯାଉଛି ଡିଜିଟାଲ ଯୁଗ ଆଣି ଦେଇଛନ୍ତି ମୋଦି ସରକାର, ସେତେବେଳେ ଡିଜିଟାଲର ମେରୁଦଣ୍ଡ ଇଣ୍ଟରନେଟ୍‌ ସେବାରୁ ଯେକୌଣସି ଅଞ୍ଚଳ ବଞ୍ଚତ୍ତ ହେଲେ ସେଠାରେ ରହୁଥିବା ଉଭୟ ଧନୀ ଏବଂ ଗରିବଙ୍କ ପାଇଁ ବ୍ୟାଙ୍କ ସେବା, ମୌଳିକ ଯାତାୟାତ ଓ ଗମନାଗମନ ଖବର, ଟ୍ରେନ୍‌ ଓ ଉଡ଼ାଜାହାଜ ଟିକଟ ସହିତ ସ୍ବାସ୍ଥ୍ୟ ଏବଂ ଅନ୍ୟସବୁ ସେବାରୁ ଜନସାଧାରଣ ବଞ୍ଚତ୍ତ ହେଉଛନ୍ତି। ଏହି ଦୁର୍ଦ୍ଦିନ ଦେଖୁଥିବା କଶ୍ମୀର ନାଗରିକଙ୍କ ସହିତ ଏବେ ମିଶିଯାଇଛନ୍ତି ମଣିପୁରବାସୀ। ସେମାନଙ୍କ କଥା ମଧ୍ୟ ଶୁଣିବାକୁ କେହି ନାହିଁ। କେବଳ ବାହୁସ୍ଫୋଟ ମାରୁଥିବା କେନ୍ଦ୍ର ସରକାର ଏବେ କଶ୍ମୀର ଏବଂ ମଣିପୁରକୁ ଅସତ୍ୟରେ ଘୋଡ଼ାଇଦେଇ ଦେଖାଉଛନ୍ତି ଯେଭଳି ସେହିସବୁ ସ୍ଥାନରେ କୌଣସି ସମସ୍ୟା ଆଦୌ ନାହିଁ।
ଆଜି ଯାହା କଶ୍ମୀର କିମ୍ବା ମଣିପୁରରେ ହେଉଛି, ତାହା ଆସନ୍ତାକାଲି ଓଡ଼ିଶା କିମ୍ବା ଆନ୍ଧ୍ରରେ ହୋଇପାରେ। ସେଠାରେ ଯେମିତି ହିନ୍ଦୁମାନେ ବ୍ୟାଙ୍କ ସହିତ ଅନ୍‌ଲାଇନ ସେବାରୁ ବଞ୍ଚତ୍ତ ହେଉଛନ୍ତି, ଏଠାରେ ମଧ୍ୟ ଅନୁରୂପ ଭାବେ ହିନ୍ଦୁମାନେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଉଜ୍ଜ୍ୱଳ ରହିଛି। ସେଥିପାଇଁ କେହି ଭାବିବା ଉଚିତ ନୁହେଁ ଯେ, ସରକାର ସୃଷ୍ଟି କରୁଥିବା ସମସ୍ୟା ସବୁବେଳେ ଅନ୍ୟମାନଙ୍କ ପାଇଁ ରହିବ ଏବଂ ଆମେ ସଦାସର୍ବଦା ସୁରକ୍ଷିତ ରହିବା। ବାଘ ମଣିଷ ରକ୍ତ ଚାଖିଲା ପରେ ଯେଉଁ ଶିକାର କରେ, ସେଥିରେ ସ୍ତ୍ରୀ-ପୁରୁଷ କିମ୍ବା ଧନୀ-ଗରିବ ଖୋଜେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?