ଆଜି ୨୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

କଟକ ଅଫିସ,୨୪ା୩: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ୫୯ ଓ୍ବାର୍ଡରେ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବୁଧବାର ଭୁବନାନନ୍ଦ ସ୍କୁଲ ଅଫ ଇଞ୍ଜିନିୟରିଂ(ବୋଷ) କ୍ୟାମ୍ପସରୁ ପୋଲିଂ ଓ ପ୍ରିଜାଇଡିଂ ଅଫିସରମାନେ ଇଭିଏମ୍‌ ନେଇ ବିଭିନ୍ନ ମତଦାନ କେନ୍ଦ୍ରକୁ ଯାଇଥିଲେ। ଚଳିତବର୍ଷ ନିର୍ବାଚନ ପାଇଁ ସିଏମ୍‌ସିର ୫୯ଟି ଓ୍ବାର୍ଡରେ ୪୪୯ ବୁଥ୍‌ କରାଯାଇଛି। ବିଶେଷକରି ଉତ୍ତେଜନା ପ୍ରବଣ ଓ ଅତିଉତ୍ତେଜନା ପ୍ରବଣ ବୁଥରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତବର୍ଷ ସିଏମ୍‌ସିର ୫୯ଟି ଓ୍ବାର୍ଡରେ ୫ଟି ମଡେଲ ଓ ୬ଟି ପିଙ୍କ୍‌ ବୁଥ୍‌ କରାଯାଇଛି। ମଡେଲ ବୁଥରେ ବୟସ୍କ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ପିଙ୍କ୍‌ ବୁଥ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ସିଏମ୍‌ସି ୧ନଂ. ୱାର୍ଡର ୨ନଂ. ବୁଥ୍‌, ୬ନଂ. ୱାର୍ଡର ୩୫ନଂ. ବୁଥ୍‌, ୯ନଂ. ୱାର୍ଡର ୫୩ନଂ. ବୁଥ୍‌, ୪୬ନଂ. ୱାର୍ଡର ୩୪୨ନଂ. ବୁଥ୍‌ ଓ ୪୭ନଂ. ୱାର୍ଡର ୩୪୮ନଂ. ବୁଥକୁ ମଡେଲ୍‌ ବୁଥ୍‌ ଭାବରେ ଘୋଷଣା କରାଯାଇଛି। ସେହିପରି ୧ନଂ. ୱାର୍ଡର ୧ନଂ. ବୁଥ୍‌, ୬ନଂ. ୱାର୍ଡର ୩୪ନଂ. ବୁଥ୍‌, ୯ନଂ. ୱାର୍ଡର ୫୪ନଂ. ବୁଥ୍‌, ୧୬ନଂ. ୱାର୍ଡର ୧୧୨ନଂ. ବୁଥ୍‌, ୪୬ନଂ. ୱାର୍ଡର ୩୪୧ନଂ. ବୁଥ୍‌ ଓ ୪୭ନଂ. ୱାର୍ଡର ୩୫୨ନଂ. ବୁଥ୍‌କୁ ପିଙ୍କ୍‌ ବୁଥ୍‌ ଭାବରେ ଘୋଷଣା କରାଯାଇଛି। ସିଏମ୍‌ସି ଅଞ୍ଚଳର ୪ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ଭୋଟର ୨୫୬ ଜଣ କର୍ପୋରେଟର ଓ ୧୬ ଜଣ ମେୟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଅପରପକ୍ଷେ ଆସନ୍ତା ୨୬ରେ ଭୋଟ ଗଣତି ହେବ। ଏଥିପାଇଁ ଜିଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିଶନର ଅନନ୍ୟା ଦାସ ଓ ଡିସିପି ପ୍ରତୀକ୍‌ ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବୁଧବାର ବୋଷ କ୍ୟାମ୍ପସ ପରିଦର୍ଶନ କରି ଭୋଟ ଗଣତି ବ୍ୟବସ୍ଥା ସମ୍ବନ୍ଧରେ ପଚାରି ବୁଝିଥିଲେ। ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଭୋଟର ବୁଥ୍‌ କ୍ୟାମ୍ପରେ ପ୍ରବେଶ କରିସାରିଥିବେ, ତା’ହେଲେ ସେ ଭୋଟ୍‌ ଦେଇପାରିବେ ବୋଲି ସିଏମ୍‌ସି ଡେପୁଟୀ କମିଶନର ଅଜୟ ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri