ଆଜିଠୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଐତିହ୍ୟ ଖଣ୍ଡଗିରି ପାହାଡ଼ରେ ପ୍ରସିଦ୍ଧ ନବ ଦିନାମତ୍କ କୁମ୍ଭମେଳା ଶନିବାରଠାରୁ ଆରମ୍ଭ ହେଉଛି। ଇତିମଧ୍ୟରେ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ଭଜନକୀର୍ତ୍ତନରେ ପୂରା ଅଞ୍ଚଳ ଆଧ୍ୟାତ୍ମିକତାରେ ଗୁଞ୍ଜରିତ ହେବ। ଶୁକ୍ରବାର ସନ୍ଧ୍ୟାସୁଦ୍ଧା ପ୍ରାୟ ୧୦୦ଜଣ ସାଧୁ ପହଞ୍ଚତ୍ ସାରିଥିବାବେଳେ ଯଜ୍ଞକୁଣ୍ଡ ସ୍ଥାପନ ସହ ଆନୁସଙ୍ଗିକ ବନ୍ଦୋବସ୍ତରେ ସନ୍ନ୍ୟାସୀମାନେ ଲାଗିପଡ଼ିଛନ୍ତି। ପବିତ୍ର ଗୁପ୍ତ ଗଙ୍ଗା ଓ ଆକାଶଗଙ୍ଗାରେ ସାଧୁମାନେ ଅବହଗାନ କରିବେ। କାଶୀ, ହରିଦ୍ୱାରରୁ ଆସିଥିବା ଷ୍ଡାଣ୍ଡିଂ ବାବା, ରୁଦ୍ରାକ୍ଷ ବାବା, ଡାକ୍ତର ବାବା, ଜଟିଆ ବାବା ତପସ୍ୟା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୬ ତାରିଖ ଯାଏ ସନ୍ନ୍ୟାସୀମାନେ ତପସ୍ୟାରତ ରହିବେ। ଅନ୍ୟପଟେ ଚଳିତବର୍ଷ ସପ୍ତମୀ ଓ ଅଷ୍ଟମୀ ତିଥି ଗୋଟିଏ ଦିନରେ ପଡ଼ୁଥିବାରୁ ୨୮ ତାରିଖରେ ବାରଭୂଜା ମ୍ୟାନେଜିଂ ଟ୍ରଷ୍ଟ ପକ୍ଷରୁ ବାରଭୂଜା ପୀଠରେ ଏବଂ ଅନନ୍ତ ଗୁମ୍ଫା ସମ୍ମୁଖରେ ଯଜ୍ଞବିଧି ଆରମ୍ଭ ହେବ। ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅନୁମତି ପାଇବା ପରେ ବ୍ୟବସାୟୀମାନେ ନିଜ ନିଜର ଷ୍ଟଲ ପକାଇବା ଆରମ୍ଭ କରିଦେଇଛନ୍ତି। ୨୫୦ରୁ ଅଧିକ ଷ୍ଟଲ ପଡ଼ିବାକୁ ଥିବାବେଳେ ୧୦ ତାରିଖ ଯାଏ କିଣାବିକା ଜମିବ। ଅନ୍ୟପଟେ ଖଣ୍ଡଗିରି ମେଳାର ଅନ୍ୟତମ ଆକର୍ଷଣ ରହୁଥିବା ରାମଦୋଳି, ବ୍ରେକ୍‌ ଡ଼୍ୟାନ୍ସ, ଡ୍ରାଗନ୍‌, ମିକି ମାଉସ୍‌ ଭଳି ଦୋଳି ବନ୍ଧା ଚାଲିଛି। ତେବେ ପୂର୍ବରୁ ନିର୍ଦ୍ଧାରିତ ତାରିଖ ଅନୁସାରେ ୩୦ ତାରିଖଠାରୁ ୬ଟି ପେଣ୍ଡାଲରେ ଯାତ୍ରାପାର୍ଟି ନାଟକ ପରିବେଷଣ କରିବେ। ଏଥିପାଇଁ ମଞ୍ଚ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଜୋରସୋର ଚାଲିଛି।
ବାରଭୁଜା ପୀଠରେ
‘ନବରାତ୍ର କୁମ୍ଭମେଳା’
୪୧ ବର୍ଷ ହେବ ମା’ ବାରଭୁଜାଙ୍କ ପୀଠରେ ୯ଦିନ ଧରି ‘ନବରାତ୍ର କୁମ୍ଭମେଳା’ ଆୟୋଜିତ ହୋଇ ଆସୁଛି। ଏଠାରେ ୨୮ ତାରିଖରେ ବାରଭୁଜା ପୀଠରେ ପାରାୟଣ ପୂଜା ସହ ପରମ୍ପରା ମୁତାବକ ହୋମ ଯଜ୍ଞ ଆରମ୍ଭ ହେବ। ଏଥିସହ ରାମଚରିତ ମାନସ ପାଠ କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅନନ୍ତ ଗୁମ୍ଫା ନିକଟରେ ହେବାକୁ ଥିବା ହୋମ ଯଜ୍ଞ ପାଇଁ ଜାଗମରା ବଡ଼ ପୋଖରୀକୁ କଳସଯାତ୍ରା କରାଯିବା ସହ ଧୁନି ସ୍ଥାପନ କରାଯିବ। ଭୋର ୪ଟାରୁ ମା’ ବାରଭୁଜାଙ୍କ ନିକଟରେ ଖଣ୍ଡଗିରୀ ଭୋଗ ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କୁ ଆଳତି ପରେ ବଣ୍ଟନ କରାଯାଇଛି। ଗତ ୨ବର୍ଷ ଧରି କରୋନା କଟକଣା ମଧ୍ୟରେ ପୂଜା ବିଧି ଆୟୋଜନ ହେଉଥିବାବେଳେ ଚଳିତବର୍ଷ ଦୈନିକ ୫୦ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। କାଶୀ, ହରିଦ୍ୱାରରୁ ପ୍ରାୟ ୨୫ଜଣ ନାଗାସାଧୁଙ୍କ ସମେତ ରାଜ୍ୟର ଶତାଧିକ ସାଧୁସନ୍ନ୍ୟାସୀ ଯୋଗ ଦେବେ। ଫେବୃୟାରୀ ୪ରେ ସାଧୁ ସମ୍ମିଳନୀ ତଥା ଧର୍ମସଭାରେ ରାଜ୍ୟର ବିଭିନ୍ନ ଆଶ୍ରମରୁ ସନ୍ନ୍ୟାସୀ ଯୋଗ ଦେଇ ଧାର୍ମିକ ତତ୍ତ୍ୱ ଉପରେ ଆଲୋଚନା କରିବେ। ୫ ତାରିଖରେ ପୂର୍ଣ୍ଣାହୁତି ସହ ଅଗ୍ନିଉତ୍ସବ ଆୟୋଜିତ ହେବ ବୋଲି ମା’ ବାରଭୁଜା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୯ଦିନରେ ପୀଠରେ ନାରାୟଣ ସେବା, ସାଧୁସେବା ଜାରି ରହିବ। ପ୍ରତି ସନ୍ଧ୍ୟାରେ ରାମାୟଣୀ ସାଧୁମାନେ ରାମାୟଣ କଥା ଶୁଣାଇବା ସହ ପ୍ରବଚନ, ଭଜନ କୀର୍ତ୍ତନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ନିୟମର ବାର୍ତ୍ତା ବାଣ୍ଟିଲେ ପିଲା

ବେଗୁନିଆ, ୧୩ା୨ (ଡି.ଏନ୍‌.ଏ): ବେଗୁନିଆ ସଦର ମହକୁମାରେ ବୁଧବାର ଟ୍ରାଫିକ ନିୟମର ବାର୍ତ୍ତା ଛୋଟ ପିଲାମାନେ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ତେବେ ପିଲାମାନେ ବିଭିନ୍ନ ପ୍ରକାର...

ନିଶାରେ ଠେଙ୍ଗାରେ ପିଟି ବାପାଙ୍କୁ ହତ୍ୟା ଘଟଣା: ଜେଲ ଗଲେ ଅଭିଯୁକ୍ତ ପୁଅ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ମଦ ନିଶାରେ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ପୁଅଙ୍କୁ ଗୁରୁବାର ଜେଲ ପଠାଇ ଦିଆଯାଇଛି। ସେ ହେଲେ ଚନ୍ଦ୍ରଶେଖରପୁର ଥାନା...

‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ: ପ୍ରଯୋଜକଙ୍କୁ ନୋଟିସ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରରକୁ ନେଇ ବିବାଦ ଲାଗିରହିଛି। ଫିଲ୍ମ ପ୍ରଯୋଜକ ସୀତାରାମ ଅଗ୍ରଓ୍ବାଲଙ୍କୁ ମଙ୍ଗଳବାର ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ନୋଟିସ...

ଏକାଧିକ ଭୋଟର ତାଲିକାରେ ନାଁ ଥିଲେ କାଟ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ବୁଧବାର ରାଜ୍ୟର ୩୦ ଜିଲାର ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସରେ ନିର୍ଭୁଲ୍‌ ଭୋଟର ତାଲିକା...

ଖୁବ୍‌ଶୀଘ୍ର ଭୁବନେଶ୍ୱର ଷ୍ଟେଶନର ପୁନର୍ବିକାଶ

ଭୁବନେଶ୍ୱର,୨୪।୭: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଶୁକ୍ରବାର ଭୁବନେଶ୍ୱର ରେଳଷ୍ଟେଶନ ପରିଦର୍ଶନ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ସ୍ଥାନ, ବିଭିନ୍ନ...

ମୃତ୍ୟୁ ହେବାର ଘଣ୍ଟାଏ ପରେ କରୋନା ପଜିଟିଭ୍‌ ଚିହ୍ନଟ: ମୃତଦେହକୁ ଛୁଇଁଲେନି ଅଞ୍ଚଳବାସୀ

ଖୁଣ୍ଟୁଣୀ,୬।୯(ଡି.ଏନ.ଏ): ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଜଣେ ୬୫ ବର୍ଷର ପୁରୁଷଙ୍କ ଶନିବାର ମୃତ୍ୟୁ ଘଟିବାର ଘଣ୍ଟାଏ ପରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଅଞ୍ଚଳବାସୀ...

ଡରେଇଲାଣି ରାଜଧାନୀ: ପୁଣି ୬ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ରେ ପହଞ୍ଚିଲା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ପଜିଟିଭ୍‌୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଏଠାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମଙ୍ଗଳବାର ପୁଣି ୬ ଜଣ...

ଖୋର୍ଦ୍ଧା, କଟକ ପାଇଁ ସତର୍କତା ଜରୁରୀ

ଭୁବନେଶ୍ୱର,୪ା୯(ବ୍ୟୁରୋ):ରାଜ୍ୟରେ କୋଭିଡ୍‌ ପରିସ୍ଥିତି ଜାତୀୟସ୍ତର ଠାରୁ ଭଲ ରହିଛି। ତେବେ କଟକ ଓ ଖୋର୍ଦ୍ଧା ଜିଲାରେ ପଜିଟିଭ କେସ୍‌ ବଢୁଛି। ଏହି ଦୁଇ ଜିଲାରେ ରଣନୀତିକୁ...

Advertisement
Archives

Model This Week