ଆଜିଠୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଐତିହ୍ୟ ଖଣ୍ଡଗିରି ପାହାଡ଼ରେ ପ୍ରସିଦ୍ଧ ନବ ଦିନାମତ୍କ କୁମ୍ଭମେଳା ଶନିବାରଠାରୁ ଆରମ୍ଭ ହେଉଛି। ଇତିମଧ୍ୟରେ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ଭଜନକୀର୍ତ୍ତନରେ ପୂରା ଅଞ୍ଚଳ ଆଧ୍ୟାତ୍ମିକତାରେ ଗୁଞ୍ଜରିତ ହେବ। ଶୁକ୍ରବାର ସନ୍ଧ୍ୟାସୁଦ୍ଧା ପ୍ରାୟ ୧୦୦ଜଣ ସାଧୁ ପହଞ୍ଚତ୍ ସାରିଥିବାବେଳେ ଯଜ୍ଞକୁଣ୍ଡ ସ୍ଥାପନ ସହ ଆନୁସଙ୍ଗିକ ବନ୍ଦୋବସ୍ତରେ ସନ୍ନ୍ୟାସୀମାନେ ଲାଗିପଡ଼ିଛନ୍ତି। ପବିତ୍ର ଗୁପ୍ତ ଗଙ୍ଗା ଓ ଆକାଶଗଙ୍ଗାରେ ସାଧୁମାନେ ଅବହଗାନ କରିବେ। କାଶୀ, ହରିଦ୍ୱାରରୁ ଆସିଥିବା ଷ୍ଡାଣ୍ଡିଂ ବାବା, ରୁଦ୍ରାକ୍ଷ ବାବା, ଡାକ୍ତର ବାବା, ଜଟିଆ ବାବା ତପସ୍ୟା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୬ ତାରିଖ ଯାଏ ସନ୍ନ୍ୟାସୀମାନେ ତପସ୍ୟାରତ ରହିବେ। ଅନ୍ୟପଟେ ଚଳିତବର୍ଷ ସପ୍ତମୀ ଓ ଅଷ୍ଟମୀ ତିଥି ଗୋଟିଏ ଦିନରେ ପଡ଼ୁଥିବାରୁ ୨୮ ତାରିଖରେ ବାରଭୂଜା ମ୍ୟାନେଜିଂ ଟ୍ରଷ୍ଟ ପକ୍ଷରୁ ବାରଭୂଜା ପୀଠରେ ଏବଂ ଅନନ୍ତ ଗୁମ୍ଫା ସମ୍ମୁଖରେ ଯଜ୍ଞବିଧି ଆରମ୍ଭ ହେବ। ଅନ୍ୟପଟେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅନୁମତି ପାଇବା ପରେ ବ୍ୟବସାୟୀମାନେ ନିଜ ନିଜର ଷ୍ଟଲ ପକାଇବା ଆରମ୍ଭ କରିଦେଇଛନ୍ତି। ୨୫୦ରୁ ଅଧିକ ଷ୍ଟଲ ପଡ଼ିବାକୁ ଥିବାବେଳେ ୧୦ ତାରିଖ ଯାଏ କିଣାବିକା ଜମିବ। ଅନ୍ୟପଟେ ଖଣ୍ଡଗିରି ମେଳାର ଅନ୍ୟତମ ଆକର୍ଷଣ ରହୁଥିବା ରାମଦୋଳି, ବ୍ରେକ୍‌ ଡ଼୍ୟାନ୍ସ, ଡ୍ରାଗନ୍‌, ମିକି ମାଉସ୍‌ ଭଳି ଦୋଳି ବନ୍ଧା ଚାଲିଛି। ତେବେ ପୂର୍ବରୁ ନିର୍ଦ୍ଧାରିତ ତାରିଖ ଅନୁସାରେ ୩୦ ତାରିଖଠାରୁ ୬ଟି ପେଣ୍ଡାଲରେ ଯାତ୍ରାପାର୍ଟି ନାଟକ ପରିବେଷଣ କରିବେ। ଏଥିପାଇଁ ମଞ୍ଚ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଜୋରସୋର ଚାଲିଛି।
ବାରଭୁଜା ପୀଠରେ
‘ନବରାତ୍ର କୁମ୍ଭମେଳା’
୪୧ ବର୍ଷ ହେବ ମା’ ବାରଭୁଜାଙ୍କ ପୀଠରେ ୯ଦିନ ଧରି ‘ନବରାତ୍ର କୁମ୍ଭମେଳା’ ଆୟୋଜିତ ହୋଇ ଆସୁଛି। ଏଠାରେ ୨୮ ତାରିଖରେ ବାରଭୁଜା ପୀଠରେ ପାରାୟଣ ପୂଜା ସହ ପରମ୍ପରା ମୁତାବକ ହୋମ ଯଜ୍ଞ ଆରମ୍ଭ ହେବ। ଏଥିସହ ରାମଚରିତ ମାନସ ପାଠ କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅନନ୍ତ ଗୁମ୍ଫା ନିକଟରେ ହେବାକୁ ଥିବା ହୋମ ଯଜ୍ଞ ପାଇଁ ଜାଗମରା ବଡ଼ ପୋଖରୀକୁ କଳସଯାତ୍ରା କରାଯିବା ସହ ଧୁନି ସ୍ଥାପନ କରାଯିବ। ଭୋର ୪ଟାରୁ ମା’ ବାରଭୁଜାଙ୍କ ନିକଟରେ ଖଣ୍ଡଗିରୀ ଭୋଗ ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କୁ ଆଳତି ପରେ ବଣ୍ଟନ କରାଯାଇଛି। ଗତ ୨ବର୍ଷ ଧରି କରୋନା କଟକଣା ମଧ୍ୟରେ ପୂଜା ବିଧି ଆୟୋଜନ ହେଉଥିବାବେଳେ ଚଳିତବର୍ଷ ଦୈନିକ ୫୦ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। କାଶୀ, ହରିଦ୍ୱାରରୁ ପ୍ରାୟ ୨୫ଜଣ ନାଗାସାଧୁଙ୍କ ସମେତ ରାଜ୍ୟର ଶତାଧିକ ସାଧୁସନ୍ନ୍ୟାସୀ ଯୋଗ ଦେବେ। ଫେବୃୟାରୀ ୪ରେ ସାଧୁ ସମ୍ମିଳନୀ ତଥା ଧର୍ମସଭାରେ ରାଜ୍ୟର ବିଭିନ୍ନ ଆଶ୍ରମରୁ ସନ୍ନ୍ୟାସୀ ଯୋଗ ଦେଇ ଧାର୍ମିକ ତତ୍ତ୍ୱ ଉପରେ ଆଲୋଚନା କରିବେ। ୫ ତାରିଖରେ ପୂର୍ଣ୍ଣାହୁତି ସହ ଅଗ୍ନିଉତ୍ସବ ଆୟୋଜିତ ହେବ ବୋଲି ମା’ ବାରଭୁଜା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୯ଦିନରେ ପୀଠରେ ନାରାୟଣ ସେବା, ସାଧୁସେବା ଜାରି ରହିବ। ପ୍ରତି ସନ୍ଧ୍ୟାରେ ରାମାୟଣୀ ସାଧୁମାନେ ରାମାୟଣ କଥା ଶୁଣାଇବା ସହ ପ୍ରବଚନ, ଭଜନ କୀର୍ତ୍ତନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?