ଆଜି କ୍ୟାବିନେଟ୍‌: ୧୦ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର, ୨୪।୧୨:(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହେବ। ବିଭିନ୍ନ ବିଭାଗର ମୋଟ୍‌ ୧୦ରୁ ଅଧିକ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି। ମିଳିଥିବା ସୂଚନାନୁସାରେ ସନ୍ଧ୍ୟା ୫ଟା ୩୦ ମିନିଟ୍‌ ସମୟରେ ଭର୍ଚୁଆଲ ମୋଡ୍‌ରେ ଏହା ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା, ସ୍ବାସ୍ଥ୍ୟ, ମତ୍ସ୍ୟ ଓ ପଶୁ ସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଆଦି ବିଭିନ୍ନ ବିଭାଗର ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହେବ। ତେବେ ସମସ୍ତ ଅନୁଦାନପ୍ରାପ୍ତ କଲେଜରେ କର୍ମଚାରୀଙ୍କୁ ଦରମାଭୁକ୍ତ କରାଯିବା ସମ୍ଭାବନା ରହିଛି। କଲେଜ ଲେକଚରମାନଙ୍କ ୭ମ ବେତନ ହାରରେ ଦରମା ଲାଗୁ ହେବା ସମ୍ପର୍କିତ ପ୍ରସ୍ତାବକୁ ମୋହର ବାଜିପାରେ। ଏହାସହ ଭେଟେରିନାରି କ୍ୟାଡର ପୁନର୍ଗଠନକୁ ମଧ୍ୟ ମଞ୍ଜୁରୀ ମିଳିପାରେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଦୁଇଦିନ ତଳେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆବାସ ମରାମତି ପାଇଁ ୩ ହଜାର ଓ ୫ ହଜାର ଟଙ୍କା ଲେଖାଏ ସହାୟତା ହିତାଧିକାରୀଙ୍କୁ ପ୍ରଦାନ କରାଯିବା ସମ୍ପର୍କିତ ନିଷ୍ପତ୍ତି ହୋଇଥିଲା। ପୁଣି ଥରେ ସରକାର କ୍ୟାବିନେଟ୍‌ ବୈଠକ ଡାକିଥିବାରୁ ଆଉ କିଛି ବିଶେଷ ନିଷ୍ପତ୍ତି ନେବା ମଧ୍ୟ ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ଇନ୍‌ଷ୍ଟ୍ରକ୍ଟର ତିଆରି କଲେ ରୋବଟ୍‌

କଟକ ଅଫିସ,୨୯ା୪: କରୋନା ଭୂତାଣୁ ବିପକ୍ଷରେ ସାରା ବିଶ୍ୱ ଲଢେଇ କରୁଛି। ଜିତିବାର ଆଶା ସମସ୍ତଙ୍କ ମନରେ ରହିଛି। ଏହି ଭୂତାଣୁ ବିଶ୍ୱରେ ନିଜ କାୟା...

ଝାରସୁଗୁଡ଼ାରେ ହସ୍ପିଟାଲ ଥାଇବି କରୋନା ଆକ୍ରାନ୍ତଙ୍କୁ ପଠାଗଲା ରାଉରକେଲା, ବିଭିନ୍ନ ମହଲରୁ ସମାଲୋଚନାର ସ୍ବର

ଝାରସୁଗୁଡା ଅଫିସ,୩୦ା୪- ପଶ୍ଚିମବଙ୍ଗରୁ ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳକୁ ଆସିଥିବା ଜଣେ ଯୁବତୀ ବୁଧବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ...

କରୋନା ପାଇଁ ରାଜଧାନୀ ହାଟ ଉପରେ କଟକଣା: ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଖୋଲିବ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଭିଡ଼ରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ରାଜଧାନୀରେ ଚାଲୁଥିବା ସମସ୍ତ ହାଟ ପାଇଁ...

ରାଜ୍ୟରେ ଚିହ୍ନଟ ହେଲେ ନୂଆ ୮୨ ପଜିଟିଭ: ସର୍ବାଧିକ ମୟୂରଭଞ୍ଜରୁ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜ୍ୟରେ କରୋନାକୁ ବର୍ଷେ ପୁରିଛି। ଏବେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ବୁଧବାର ରାଜ୍ୟରୁ ୮୨ ନୂଆ କରୋନା...

ପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସୁବିଧା ପାଇଁ ୩ ସଂସ୍ଥା ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ବର, ୬।୫(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ଗ୍ରାମପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଯୋଗାଇଦେବା ପାଇଁ ଶୁକ୍ରବାର ଓପିଟିସିଏଲ୍‌, ଭାରତ ସଞ୍ଚାର ନିଗମ ଲିମିଟେଡ୍‌ ଏବଂ ଓଡ଼ିଶା କମ୍ପ୍ୟୁଟର...

ଜିଲା ପ୍ରଶାସନକୁ ପ୍ରଶଂସା କଲେ ନବୀନ

ଭଦ୍ରକ ଅଫିସ,୧୪।୪: କରୋନା ଭାଇରସ୍‌ ମୁକାବିଲା କ୍ଷେତ୍ରରେ ଭଦ୍ରକ ଜିଲାପ୍ରଶାସନର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଜିଲାପ୍ରଶାସନକୁ...

ଏମିତି ଲଢେଇ ଜାରି ରହୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୮(ବ୍ୟୁରୋ): ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଛି ଭାରତୀୟ ମହିଳା ହକି ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲେଇରେ...

ଏନ୍‌ଏବିଏଲ୍‌ ସହ ସହବନ୍ଧିତ ହେବ ସରକାରୀ ମେଡିକାଲ

କଟକ ଅଫିସ,୨୫ା୧: ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ତତ୍ପରତା ଜୋର ଧରିଛି। ବୁଧବାର ଭୋରରୁ ୫-ଟି ସଚିବ, ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ...

Advertisement
Archives

Model This Week