ଆଜି ବିଶ୍ୱ ପଖାଳ ଦିବସ: ଆସ ଜୀବନ ଧନ ମୋ ପଖାଳ କଂସା…

ଭୁବନେଶ୍ୱର,୨୦।୩ (ବ୍ୟୁରୋ): ଓଡ଼ିଆ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଓଡ଼ିଆ ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ ଅବା ସହର ଯେଉଁଠାରେ ବି ଓଡ଼ିଆ ଲୋକ ରୁହନ୍ତୁ ନା କାହିଁକି ପଖାଳ ପ୍ରତି ଥିବା ଲାଳସା କିନ୍ତୁ କମି ନ ଥାଏ। ତେଣୁ ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ ଆହୁରି ବଢ଼ାଇବା ପାଇଁ ମାର୍ଚ୍ଚ ୨୦କୁ ‘ପଖାଳ ଦିବସ’ ରୂପେ ପାଳନ କରାଯାଉଛି। ଏହି ଦିନରେ ଓଡ଼ିଆ ସଂସ୍କୃତିରେ ପଖାଳର ମହତ୍ତ୍ୱକୁ ନେଇ ସ୍ବର୍ଗତ ବାଳକୃଷ୍ଣ ଦାସଙ୍କ ‘ଆସ ଜୀବନ ଧନ ମୋ ପଖାଳ କଂସା’ ଗୀତ ମନେ ପଡ଼ିଯାଉଛି।
ଗାଁ ଝୁମ୍ପୁଡି ଘର ହାଣ୍ଡିଶାଳର ଶୋଭା ବଢାଉଥିବା ପଖାଳ ମୋହରେ କେବଳ ମଣିଷ ପଡିନାହାନ୍ତି, ବରଂ ସ୍ବୟଂ ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ମୋହରେ ମୋହିତ। ସେଥିପାଇଁ ତ ବର୍ଷ ତମାମ ଦାରୁ ଦିଅଁଙ୍କ ପାଖରେ ପଖାଳ ଭୋଗ ହେଉଛି। ଜଗନ୍ନାଥଙ୍କର ଛପନ ଭୋଗ ମଧ୍ୟରେ ପଖାଳର ସ୍ଥାନ ସ୍ବତନ୍ତ୍ର ରହିଛି।
ବର୍ତ୍ତମାନର ଫାଷ୍ଟଫୁଡ୍‌ ଯୁଗରେ ବି ଏହାର ଆଦର କମିନି। ସହରର ଚାକଚକ୍ୟ ସହ ଦେଶୀ, ବିଦେଶୀ ଖାଦ୍ୟ ଭିତରେ ବି ରାଜଧାନୀବାସୀ ପଖାଳ ଖୋଜୁଛନ୍ତି। ସବୁଦିନ ନ ହେଲେ ବି ନିୟମିତ ବ୍ୟବଧାନରେ ଏହାର ମଜା ନେଉଛନ୍ତି। ବିଶେଷକରି ଏବେ ପ୍ରବଳ ଖରା ହେଉଥିବାରୁ ଲୋକଙ୍କର ପଖାଳ ପ୍ରଥମ ପସନ୍ଦ ପାଲଟିଛି। ଫଳରେ ସହରର ଛୋଟଠାରୁ ବଡ଼ ବଡ଼ ତାରକା ହୋଟେଲରେ ରାଜ୍‌ କରୁଛି ପଖାଳ। ବଡ଼ବଡ଼ିଆଙ୍କର ମଧ୍ୟ ଅଧିକ ଡିମାଣ୍ଡ ରହୁଛି। ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଦହି ପଖାଳ, ସଜ ପଖାଳ, ଛୁଙ୍କ ପଖାଳ, ବାସି ବା ଖଟା ପଖାଳ ଏବଂ ପରିବା ପଖାଳ ପରି ଅନେକ କିସମର ପଖାଳ ଉପଲବ୍ଧ ହେଉଛି। ସୋରିଷ, ଶୁଖିଲା ଲଙ୍କା, ଭୃସଙ୍ଗପତ୍ର ସହ ଦହି ଛୁଙ୍କ ଦିଆ ଦହି ପଖାଳର କ୍ରେଜ୍‌ ଅଧିକ ରହିଥିବା ଦେଖାଯାଉଛି। ଦହିପଖାଳ ସଙ୍ଗକୁ ଶାଗ ଭଜା, ଛତୁ ଭଜା, ବାଇଗଣ ଭରତା, ବଡିଚୂରା ଓ ଭଜା ଖାଇବାର ମଜାକୁ ବଢ଼ାଇ ଦେଉଛି। ସେହିପରି ଆମିଷ ଖାଉଥିବା ଲୋକଙ୍କ ପାଇଁ ଚୂନା ଓ ବଡ ମାଛ ଭଜା ରହିଥିବା ମ୍ୟାରିୟନ ହୋଟେଲ ପକ୍ଷରୁ କୁହାଯାଇଛି। ପ୍ରତିବର୍ଷ ପଖାଳ ଦିବସକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲରେ ଅନେକ ବ୍ୟବସ୍ଥା କରାଯାଇଥାଏ। ମାତ୍ର ଚଳିତବର୍ଷ କରୋନା କାରଣରୁ କେତେକ ହୋଟେଲରେ ପଖାଳ ବ୍ୟବସ୍ଥା କରାଯାଇଥିବାବେଳେ ଅଧିକାଂଶ ହୋଟେଲରେ ସ୍ବତନ୍ତ୍ର ଆୟୋଜନ ନ ଥିବା ଜଣାପଡିଛି। ସେହିଭଳି ରାଜଧାନୀରେ ପଖାଳର ହବ୍‌ କୁହାଯାଉଥିବା ଏକାମ୍ର ହାଟରେ ମଧ୍ୟ ଏବର୍ଷ ସେପରି ଆୟୋଜନ ନ ଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ସାଧାରଣ ଲୋକଙ୍କ ପକେଟ୍‌କୁ ସୁହାଇଲା ଭଳି ଦାମ୍‌ ସହ ପୂରା ପରିବାର ଏକାସାଙ୍ଗରେ ପଖାଳର ମଜା ଉଠାଇବାକୁ ଏଠାକୁ ଆସନ୍ତି। ଏଠାରେ ଥିବା କାକା, ପେଟପୂଜା ଭଳି ହୋଟେଲରେ ପ୍ରତିବର୍ଷ ପଖାଳ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ। ମାତ୍ର ନବୀକରଣ ନାମରେ ଦୀର୍ଘଦିନ ହେବ ଏକାମ୍ର ହାଟ ବନ୍ଦ ରହିଥିବାରୁ ଲୋକଙ୍କୁ ନିରାଶ ହେବାକୁ ପଡିଛି।

ତୋରାଣି ମୁନ୍ଦାଏ ପିଇଦେଲେ ଓଃ କି ଶାନ୍ତି
ଯେତେ ଯାହା ଖାଇଲେ ବି ମୁଠାଏ ପଖାଳ ଖାଇ ତୋରାଣିରୁ ମୁନ୍ଦାଏ ପିଇଦେଲେ ଯେତିକି ଆନନ୍ଦ ମିଳେ ତାହା ଆଉ କେଉଁ ଖାଦ୍ୟରେ ମିଳେ ନାହିଁ। ବିଶେଷ କରି ଖରାଦିନେ ପାଖାଳ ଖାଇଦେଲେ ପରେ ଓଃ କି ଶାନ୍ତି। ପଖାଳ ଆମ ଓଡ଼ିଆ ପ୍ରାଣର ଆତ୍ମା କହିଲେ ଭୁଲ୍‌ ହେବ ନାହିଁ। ଏହା ଆମ ଓଡ଼ିଆ ଘରର ପରିଚୟ।
-ରାଜେନ୍ଦ୍ର ସାହୁ, କର୍ମଜୀବୀ

ପଖାଳ ସାଙ୍ଗକୁ ବଡ଼ିଚୂରା, ଚୂନା ମାଛ ପସନ୍ଦ
ବାହାଘର ପରେ ମୋତେ ଓଡ଼ିଶା ଛାଡି କଲିକତା ଯିବାକୁ ପଡିଲା। ହେଲେ ମୁଁ ପଖାଳକୁ କେବେ ବି ଛାଡିପାରି ନାହିଁ। ପଖାଳ ମୋର ଓ ମୋ ସ୍ବାମୀଙ୍କର ପ୍ରିୟ ଖାଦ୍ୟ। ତା’ ସାଙ୍ଗକୁ ବଡିଚୁରା ଆଉ ଚୂନା ମାଛ ଭଜା ମୋର ଭାରି ପସନ୍ଦ। ସବୁଦିନ ନ ହେଲେ ବି ଛୁଟିଦିନରେ ମୁଁ ଘରେ ପଖାଳ କରିଥାଏ।
-ରଶ୍ମିରେଖା ଦାସ, ଗୃହିଣୀ

ଓଡ଼ିଆ ଘରର ନିତିଦିନିଆ ଖାଦ୍ୟ
ଏହାତ ଓଡ଼ିଆ ଘରର ନିତିଦିନିଆ ଖାଦ୍ୟ। କେତେ ଲୋକ ଅଛନ୍ତି, ଯେଉଁମାନେ ଆଧୁନିକତା ନାମରେ ପଖାଳକୁ ଖାଇବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ଯେତେ ଆଧୁନିକ ହେଲେ ବି ଆମେ ଆମ ଅସ୍ମିତାକୁ ଭୁଲିଯିବା ଉଚିତ ନୁହେଁ। ପଖାଳ ଖାଇବା ପାଇଁ ଦିବସଟି ପାଳନ କରିବା ନିଶ୍ଚିତ ଭଲ କଥା। ମୁଁ ମଧ୍ୟ ପଖାଳ ଖାଇ ପାଳିବି, ଅନ୍ୟମାନେ ମଧ୍ୟ ପଖାଳ ମଜା ନେବା ଉଚିତ।
-ନଟବର ବେହେରା, କର୍ମଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?