ଆଜି ସୂର୍ଯ୍ୟକିରଣ ଏୟାର ଶୋ

ଭୁବନେଶ୍ୱର(ବ୍ୟୁରୋ)/ବାରଙ୍ଗ,୧୫।୯ (ଡି.ଏନ୍‌.ଏ.): ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭୁବନେଶ୍ୱର ଜରିପାଟଣାସ୍ଥିତ ବାଲିଯାତ୍ରା ପଡ଼ିଆର କୁଆଖାଇ ନଦୀପଠାରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ଶୋ’ ଶୁକ୍ରବାର ଅନୁଷ୍ଠିତ ହେବ। ଏ ନେଇ ଗୁରୁବାର କୁଆଖାଇ ନଦୀପଠାରେ ବାୟୁସେନାର ୯ଟି ଲଢୁଆ ବିମାନ ଏୟାର ଶୋ’ ପାଇଁ ରିହର୍ସାଲ କରିଥିଲେ। ଏଥିସହ ଶୃଙ୍ଖଳିତ ଏୟାର ଶୋ’ ପାଇଁ କମିଶନରେଟ ପୋଲିସ, ଭାରତୀୟ ବାୟୁସେନା ପକ୍ଷରୁ ବାଲିଯାତ୍ରା ପଡ଼ିଆ ସମେତ ଆଖପାଖ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଭାରତୀୟ ବାୟୁସେନାର ଲଢୁଆ ବିମାନର ଶକ୍ତି ସହ ଏଥିପ୍ରତି ଲୋକଙ୍କ ଥିବା ଦୃଢ଼ ବିଶ୍ୱାସ ଏବଂ ଉତ୍ସାହକୁ ଦ୍ୱିଗୁଣିତ କରିବା ପାଇଁ ଏହି ଶୋ’ କରାଯାଉଛି। ତେବେ ଏଥିପାଇଁ ବାୟୁସେନା ପକ୍ଷରୁ ୧୧ଟି ଲଢ଼ୁଆ ହକ୍‌ ବିମାନକୁ କର୍ନାଟକର ବିଦାରରୁ ଅଣାଯାଇଛି। ଏପରିକି ବାୟୁସେନାର ଏକ ସ୍ବତନ୍ତ୍ର ଟିମ୍‌ ଆବଶ୍ୟକ ସାମଗ୍ରୀ ଆଣି ବିମାନ ଏଏନ୍‌-୩୨ରେ ଭୁବନେଶ୍ବରରେ ବୁଧବାର ପହଞ୍ଚତ୍ଥିଲେ।
ଭୁବନେଶ୍ୱରରେ ଏହି ଶୋ’ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଥିବାରୁ ଏହାକୁ ନେଇ ଲୋକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ବୁଧବାର ଦୁଇଟି ହକ୍‌ ବିମାନ ବାଲିଯାତ୍ରା ପଡ଼ିଆ ଉପରେ ବୁଲି ମ୍ୟାପିଂ ଓ ଚେକିଂ କରି ଫେରିଥିଲେ। ଗୁରୁବାର ବାୟୁସେନା ପକ୍ଷରୁ ଫୁଲ ଡ୍ରେସ୍‌ ରିହର୍ସାଲ ହୋଇଥିଲା। ଏହି ରିହର୍ସାଲ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ବାୟୁସେନାର ୯ଟି ହକ୍‌ ବିମାନ ସାମିଲ ହୋଇ ବିଭିନ୍ନ ଚିତ୍ତାକର୍ଷକ କୌଶଳ ପ୍ରଦର୍ଶନ କରିଥିଲେ। ଏଥିସହ ସୈନିକ ସ୍କୁଲର ଏଏନ୍‌ସିସି କ୍ୟାଡେଟ୍‌, ବିଭିନ୍ନ ସ୍କୁଲର ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ଛାତ୍ରୀଛାତ୍ରମାନେ ମଧ୍ୟ ପୋଲିସକୁ ସହାୟତା କରିଥିଲେ। ବିଶେଷକରି ଆରୋହେଡ୍‌ ଫର୍ମେଶନ, ଡାଇମଣ୍ଡ ଫର୍ମେଶନ, ସୂର୍ଯ୍ୟକିରଣ ଫର୍ମେଶନ ଆଦି କୌଶଳ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ତେବେ ଏହି ଶୋ’କୁ ଗ୍ରୁପ କ୍ୟାପଟେନ ଜି.ଏସ୍‌.ଝେଲନ ଲିଡ୍‌ କରୁଥିବା ସୂଚନା ମିଳିଛି। ଏହି ଏୟାର ଶୋ’ରେ ବାୟୁସେନାର ବୀର ଯବାନମାନେ ଭୂମିଠାରୁ ପାଖାପାଖି ୫ଶହ ଫୁଟ ଊର୍ଦ୍ଧ୍ୱରେ ଏବଂ ଘଣ୍ଟା ପ୍ରତି ପ୍ରାୟ ୧୬୦୦ କିମି ବେଗରେ କୌଶଳ ପ୍ରଦର୍ଶନ କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଏହି ଏରୋବାଟିକ ଶୋ’ ଆରମ୍ଭ ହେବ। ତେବେ ଶୁକ୍ରବାର ମୋଟରେ ୧୧ଟି ବିମାନ ଆସିବାକୁ ଥିବାବେଳେ ସେଥିମଧ୍ୟରୁ ୯ଟି ପ୍ରଦର୍ଶନ କରିବେ ଏବଂ ଅନ୍ୟ ୨ଟି ବିମାନକୁ ଷ୍ଟାଣ୍ଡବାଏରେ ରଖାଯିବ। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ୨୫ ମିନିଟ୍‌ ଧରି ଏହି ଶୋ ଚାଲିବ। ଏହି ଶୋ’କୁ ଦେଖିବା ପାଇଁ ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ଭିଭିଆଇପି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେବାକୁ ଥିବାବେଳେ ୧୨ଶହରୁ ଊର୍ଦ୍ଧ୍ୱ ଲୋକ ବସି ଦେଖିବାର ବ୍ୟବସ୍ଥା ହୋଇଛି। ଏଥିସହ ୫୦ ହଜାରରୁ ଊଦ୍ଧର୍‌ବ ଲୋକଙ୍କ ସମାଗମ ନେଇ ପ୍ରଶାସନ ପକ୍ଷରୁ କୁଆଖାଇର ଉଭୟ ପାର୍ଶ୍ୱରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ନେଇ ଡିସିପି ପ୍ରତୀକ ସିଂ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି, ସୂର୍ଯ୍ୟକିରଣ ଶୋ’ ଦେଖିବାକୁ ଆସିବାକୁ ଥିବା ସମସ୍ତଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାସ୍ତାରୁ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ କରି ପାର୍କିଂ, କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଓଡ୍ରାଫ୍‌ ଟିମ ଓ ସ୍ପେଶାଲ ଟିମ୍‌ ରଖାଯାଇଛି। ସୁରକ୍ଷା ପାଇଁ ୪୫ ସେକ୍ସନ୍‌ ଫୋର୍ସ, ୩ଜଣ ଅତିରିକ୍ତ ଡିସିପି, ୯ ଏସିପି, ୨୧ ଇନ୍‌ସ୍ପେକ୍ଟର/ସୁବେଦାର, ୫୦ ଏସ୍‌ଆଇ/ଏଏସ୍‌ଆଇ, ୧୦୦ ହୋମଗାର୍ଡ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି। ଏପରିକି ନଦୀର ଉଭୟ ପାର୍ଶ୍ୱରେ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି ବୋଲି ଡିସିପି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri