ଆଜି ମନ୍ତ୍ରୀ ପରିଷଦ, କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଗତ ୨୫ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୩୦ ତାରିଖରେ ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଗୃହରେ ବଜେଟ ଆଗତ କରିବେ। ତେବେ ରାଜ୍ୟ ସରକାର ଏଥର କାମଚଳା ବଜେଟ ଆଣିବା ଲାଗି ପ୍ରସ୍ତୁତି କରିଛନ୍ତି। ଆସନ୍ତା ୩ମାସ ଲାଗି ପ୍ରଥମେ ସରକାର ବଜେଟ ଆଣିବାକୁ ଯାଉଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ୍‌ ବୈଠକ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ୧୧.୩୦ ମିନିଟ୍‌ ସମୟରେ ରାଜ୍ୟ ଲୋକସେବା ଭବନରେ କ୍ୟାବିନେଟ୍‌ ବସିବାକୁ ଥିବାବେଳେ ଯେଉଁ ମନ୍ତ୍ରୀମାନେ ନିର୍ବାଚନମଣ୍ଡଳୀରେ ଥିବେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଭିଡିଓ କନ୍‌ଫରେନ୍ସରେ ଯୋଗ ଦେଇପାରିବେ। ଏହାସହ ବଜେଟ ସମ୍ପର୍କିତ ପ୍ରସ୍ତାବକୁ ପ୍ରଥମେ କ୍ୟାବିନେଟ୍‌ରେ ଅନୁମୋଦନ ମିଳିବା ପରେ ତାହା ଗୃହରେ ଆଗତ କରାଯିବ। କାମଚଳା ବଜେଟରେ କେବଳ ଆସନ୍ତା ୩ ମାସ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଶାସନିକ ଖର୍ଚ୍ଚ ସହ ସରକାର କରିଥିବା ଋଣ ଶୁଝିବା ଲାଗି ଆବଶ୍ୟକ ଆର୍ଥକୁ ବଜେଟରେ ଅନୁମୋଦନ ମିଳିବ ବୋଲି ଜଣାପ଼ଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ରାଉରକେଲା ଗସ୍ତରେ ଯିବେ। ଏହି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲାରେ...

ଆଜି ୧୬ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ ବୁଧବାର ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ...

ଆଜିଠାରୁ ବଢ଼ିବ ପାହାଳ ମିଠା ଦର

ବାଲିଅନ୍ତା,୧୧।୧୦(ଡି.ଏନ୍‌.ଏ): ଓମଫେଡ କ୍ଷୀର ଲିଟର ପିଛା ୪ଟଙ୍କା ବୃଦ୍ଧି ପରେ ଛେନାଦର କିଲୋ ପିଛା ୧୫ଟଙ୍କା ବୃଦ୍ଧି ପାଇଛି। ଫଳରେ ପାହାଳ ମିଠା ଦର ନିର୍ଦ୍ଧାରଣ...

୧୯ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଦିଆଗଲା ତାଲିମ

ଭୁବନେଶ୍ୱର, ୧୨ା୩(ବ୍ୟୁରୋ): ପୌରସଂସ୍ଥା ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଏକ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।...

ରାଜ୍ୟ ସରକାରଙ୍କୁ ବିଜୟଙ୍କ କଟାକ୍ଷ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଏକ ଦିଗହରା ନିଷ୍ପତ୍ତି, ରଣକ୍ଷେତ୍ର ପାଲଟିଲାଣି ଶ୍ରୀକ୍ଷେତ୍ର

ଭୁବନେଶ୍ୱର, ୪।୯(ବ୍ୟୁରୋ): ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ କରାଯାଉଥିବା ଉଚ୍ଛେଦକୁ ନେଇ ବିଷଦ୍‌ଗାର କରିଛନ୍ତି ବରିଷ୍ଠ ଭାଜପା ନେତା ବିଜୟ...

ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ଅକ୍ଟୋବର ୨ରେ ବଡ଼ଦାଣ୍ଡରେ ଶୋଭାଯାତ୍ରା

ପୁରୀ ଅଫିସ, ୨୮।୯:  ପୁରୀ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଭିଯାନକୁ ଆସନ୍ତା ଅକ୍ଟୋବର ୨...

ରାଜ୍ୟ କ୍ୟାବିନେଟରେ ୧୬ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର,୬।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଶକ୍ତି, କୃଷି, ସାମାଜିକ ସୁରକ୍ଷା,...

ତୋଷାଳି ଛକରେ ଫାଙ୍କା ଗୁଳିଚାଳନା

ପୁରୀ ଅଫିସ,୨୩ା୧: ପୁରୀରେ ପୁଣି ଫୁଟିଛି ଗୁଳି। ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡର ହୋଟେଲ ତୋଷାଳି ଛକ ନିକଟରେ ବୁଧବାର...

Advertisement
Archives

Model This Week