ଏହି ସ୍ଥାନକୁ ଗଲେ ହୁଏ ସନ୍ତାନପ୍ରାପ୍ତି : ମକର ସଂକ୍ରାନ୍ତିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼, ମାନସିକ କୁଣ୍ଡରେ…

ଖୋର୍ଦ୍ଧା,୧୪।୧(ପ୍ରଭାତ ପାଣିଗ୍ରାହୀ): ଆଜି ପବିତ୍ର ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବ। ଏହି ମକର ସଂକ୍ରାନ୍ତି ସମଗ୍ର ଦେଶରେ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇଥାଏ। ତେବେ ଖୋର୍ଦ୍ଧା ଜିଲା ଅଟ୍ରିଠାରେ ହେଉଥିବା ମକର ମେଳା ନିଆରା ଓ ଏହା ସ୍ବତନ୍ତ୍ର ଆକର୍ଷଣ କରିଛି। ବିଶ୍ୱାସ, ପରମ୍ପରା ଆଗରେ ହାର ମାନିଛି ବିଜ୍ଞାନ। କଥାରେ ଅଛି ବିଶ୍ୱାସେ ମିଳନ୍ତି ହରି, ତର୍କେ ବହୁ ଦୂର । ସେଇ ବିଶ୍ୱାସ ଓ ଭରଷାକୁ ମନରେ ରଖି ନାରୀମାନେ ନିଜ କୋଳରେ ଛୁଆଟିଏ ପାଇଁ ଶ୍ରୀଶ୍ରୀ ଏକାଦଶ ରୁଦ୍ର ହଟକେଶ୍ୱରଙ୍କ ଅପାର ମହିମା ଓ ଆର୍ଶୀବାଦରୁ ସଂକଳ୍ପ ପୂର୍ବକ ଉଷ୍ମ ପ୍ରସବଣରେ ଗୁଆ ଖୋଜି ପାଇ ବକ୍ଷଣ କରିଲେ ଏକ ବର୍ଷ ମଧ୍ୟରେ ସନ୍ତାନ ପ୍ରାପ୍ତି ହୋଇଥାଏ । ବିଶ୍ୱାସ ରହିଛି ଏହି କୁଣ୍ଡରୁ ଗୁଆ ଖାଇବାର ଏକ ବର୍ଷ ମଧ୍ୟରେ ସନ୍ତାନ ପ୍ରାପ୍ତି ହୁଏ ।

ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରି ଉଷ୍ଣ ପ୍ରସବଣରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ। ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଉଛନ୍ତି। ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ। ମକର ସଂକ୍ରାନ୍ତି ଦିନ ଅର୍ଦ୍ଧରାତ୍ରିରୁ ବନ୍ଧ୍ୟା ନାରୀମାନେ ମହାଦେବ ହଟକେଶ୍ୱରଙ୍କଠାରେ ମାନସିକ କରି କୁଣ୍ଡରୁ ଗୁଆଖୋଜି ସେବନ କଲେ ବନ୍ଧ୍ୟାଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ବ୍ରାହ୍ମଣମାନଙ୍କ ମନ୍ତ୍ରପାଠ ସହିତ ମାନସିକ ଧାରିଣୀ ମହିଳା ପ୍ରଚଣ୍ଡ ଶୀତରେ ‘କୁଆ କୁଣ୍ଡ’ ନାମରେ ନାମିତ ଏହି ମାନସିକ କୁଣ୍ଡର ପାଣି ଭିତରେ ପଶି ଗୁଆ ଖୋଜିଛନ୍ତି। ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମ ରୋଗ ଭଲ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ । ଏଥି ସହିତ ଆଜି ଠାରୁ ଆରମ୍ଭ ହୋଇଛି ଅଟ୍ରି ମକର ମେଳା। ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ଧାଡି ବାନ୍ଧି ଅଟ୍ରି ଉଷ୍ମ ପ୍ରସବଣ ଓ ଶ୍ରୀ ହଟକେଶ୍ୱର ମନ୍ଦିରେ ଯାଇ ପୂଜାର୍ଚ୍ଚନା କରିଛନ୍ତି। ପ୍ରବଳ ଜନ ସମାଗମକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଜିଲା ପାଶସନ ପକ୍ଷରୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହୋଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri