
ଭୁବନେଶ୍ୱର,୨୬ା୭(ବ୍ୟୁରୋ): ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଆଜିର ଦିନରେ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ହୁଏ। ବିଶେଷ କରି ରାସ୍ତାଘାଟରେ ବୋଲ୍ବମ୍ ଭକ୍ତଙ୍କ ଲମ୍ବା ଲାଇନ ସାଙ୍ଗକୁ ହର ହର ମହାଦେବଙ୍କ ଧ୍ୱନୀ ଶୁଣିବାକୁ ମିଳେ। ମାତ୍ର ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା କଟକଣା ଯୋଗୁ ବୋଲ୍ବମ୍ ଯାତ୍ରା ବନ୍ଦ ରହିଛି। ତେଣୁ ରାଜଧାନୀର ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଗହଳିଚହଳି ନ ଥିବାରୁ ଖାଁ ଖାଁ ଦିଶୁଛି। କେବଳ ଯାହା ନୀତିକାନ୍ତିରେ ପୂଜା ଚାଲିଛି।