Posted inଫୁରସତ

ଆଜି ଗୁରୁଦିବସ: କେବଳ ଏହି କାରଣ ପାଇଁ ଗୁରୁଦିବସ ପାଳନ କରିବାକୁ ଛାତ୍ରଙ୍କୁ ନିବେଦନ କରିଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ

ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ  ‘ଗୁରୁଦିବସ’ ପାଳନ କରାଯାଇଥାଏ। ଏହି ଦିନଟି ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ବାସ୍ତବରେ ସେ ଏହି ଦିନକୁ ‘ଗୁରୁଦିବସ’ ଭାବରେ ପାଳନ କରିବାକୁ ଛାତ୍ରମାନଙ୍କ ନିକଟରେ ଇଚ୍ଛା ପ୍ରକାଶ କରିଥିଲେ। ଭାରତବର୍ଷରେ ଯେଉଁ କେତେଜଣ ମହାନ ଦାର୍ଶନିକ, ରାଷ୍ଟ୍ରନାୟକ, ଚିନ୍ତାନାୟକ, ମାନବପ୍ରେମୀ ସେମାନଙ୍କର ଉତ୍ସର୍ଗୀକୃତ ସେବା, ତ୍ୟାଗ, ପ୍ରେମର ପ୍ରତିଦାନରେ ଭାରତବର୍ଷକୁ ସମଗ୍ର ବିଶ୍ୱରେ ଶକ୍ତିଶାଳୀ ରାଷ୍ଟ୍ର ହେବାର ସ୍ବପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରୁ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ  ଜଣେ ।

ସର୍ବପଲ୍ଲୀ ରାଧାକ୍ରିଷ୍ଣନ ତାମିଲନାଡୁରେ  ୫ ସେପ୍ଟେମ୍ବର ୧୮୮୮ରେ ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ସେ ଭାରତର ରାଷ୍ଟ୍ରପତି ହୋଇଥିଲେ,ସେତେବେଳେ ତାଙ୍କର କିଛି ଛାତ୍ର ଏବଂ ବନ୍ଧୁ ତାଙ୍କୁ ଭେଟିବାକୁ ଆସିଥିଲେ। ତାଙ୍କୁ ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ପରେ ସେ କହିଥିଲେ ଯେ,ମୋ ଜନ୍ମଦିନକୁ ପୃଥକ୍‌ ଭାବରେ ପାଳନ କରିବା ପରିବର୍ତ୍ତେ ଯଦି ଏହା ‘ଗୁରୁଦିବସ’ ଭାବରେ ପାଳନ କରାଯାଏ ତେବେ ଏହା ମୋ ପାଇଁ ଗର୍ବର କଥା ହେବ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଇଆସୁଛି।

ଏହିଦିନ ପ୍ରତ୍ୟେକ ସ୍କୁଲ,କଲେଜରେ ଛାତ୍ରୀଛାତ୍ର ସେମାନଙ୍କର ଗୁରୁମାନଙ୍କୁ ପୂଜା କରିଥାନ୍ତି। ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜିଥାନ୍ତି ଆଲୋକବର୍ତ୍ତିତା। କେବେ କଠୋର ଅନୁଶାସନ ତ କେବେ ଉତ୍ସାହପ୍ରଦ ପ୍ରେରଣା ମାଧ୍ୟମରେ ଏମାନେ ଦେଶ, ସମାଜ ଓ ମଣିଷ ଗଠନରେ ନେଇଥାନ୍ତି ଉତ୍ତର ଦାୟିତ୍ୱ। ପାଠ ହେଉ କି ନୃତ୍ୟସଙ୍ଗୀତ, କ୍ରୀଡ଼ା ହେଉ କି ଅଭିନୟ, ପ୍ରତିଟି କ୍ଷେତ୍ରରେ ଗୁରୁଙ୍କ ମାର୍ଗଦର୍ଶନ ଯୁବସମାଜକୁ ବାଟ କଢ଼ାଇଥାଏ। ଏହି ମହାନ ଗୁରୁଙ୍କ ଉଦ୍ଦେଶ୍ୟରେ ଆଜି ସମଗ୍ର ଦେଶ ଗୁରୁଦିବସ ପାଳନ କରୁଛି। ସେହି ଜନନାୟକଙ୍କ ଚରଣରେ ଆଜିର ଦିନରେ କୋଟି କୋଟି ପ୍ରଣାମ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri