Posted inଫୁରସତ

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ ପରବର୍ତ୍ତୀ ସମୟରେ ତାହା ଗୁରୁତର ଆକାର ଧାରଣ କରିବା ସହ ଅକାଳ ମୃତ୍ୟୁକୁ ଡାକିଆଣିଥାଏ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବା ଲାଗି ପ୍ରତିବର୍ଷ ମେ’ ୧୬ରେ ଆମ ଦେଶରେ ପାଳିତ ହୋଇଥାଏ ‘ଜାତୀୟ ଡେଙ୍ଗୁ ଦିବସ’। ଭାରତରେ ଅନେକ ଲୋକ ସ୍ବାସ୍ଥ୍ୟ ସମସ୍ୟା ପ୍ରତି ସଚେତନ ରହିଥିଲେ ମଧ୍ୟ କେତେଜଣ ଏହାକୁ ଗମ୍ଭୀରତା ସହ ନିଅନ୍ତି ନାହିଁ। ଡେଙ୍ଗୁକୁ ଯଦି ଅବହେଳା କରାଯାଏ ତେବେ ତାହା କି ଆକାର ଧାରଣକରେ ସେନେଇ ଅନେକ ନଜିର ରହିଛି। ତେଣୁ ଏହାର ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଆମେ ଠିକ୍‌ଭାବେ ଅବଗତ ହେବା ନିହାତି ଦରକାର। ତେଣୁ ଜାତୀୟ ଡେଙ୍ଗୁ ଦିବସ ଅବସରରେ ଏହାର ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଚଳିତ ବର୍ଷ ଉକ୍ତ ଦିବସର ଥିମ୍‌ ରହିଛି-”ସମାଜ ସହ ଜଡ଼ିତ ରହିବା; ଡେଙ୍ଗୁକୁ ନିୟନ୍ତ୍ରଣ କରିବା।“ ଜଣେ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହେଲେ ଜ୍ୱରର ମାତ୍ରା ପ୍ରବଳ ରହେ। ବେଳେବେଳେ ଏହା ୧୦୪ ଡିଗ୍ରୀ ଫାରେନ୍‌ହାଇଟ୍‌ ପର୍ଯ୍ୟନ୍ତ ପହଞ୍ଚତ୍ୟାଏ। ଏହାର ପ୍ରମୁଖ ଲକ୍ଷଣ ହେଲା-ପ୍ରବଳ ମୁଣ୍ଡ ବିନ୍ଧିବା, ମାଂସପେଶୀ ଏବଂ ଅସ୍ଥିର ଯୋଡ଼ାସ୍ଥଳରେ ଯନ୍ତ୍ରଣା ଅନୁଭବ କରିବା, ବାନ୍ତି ଲାଗିବା ଏବଂ ବାନ୍ତି ହେବା। ଏସବୁ ଲକ୍ଷଣ ଦେଖିବା ମାତ୍ରେ ବିଳମ୍ବ ନ କରି ଆକ୍ରାନ୍ତ ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ହସ୍‌ପିଟାଲକୁ ନେଇଯିବା ଦରକାର। ଚିକିତ୍ସାରେ ଯଦି ବିଳମ୍ବ ହୁଏ ତେବେ ତାହା ଜୀବନନାଶକ ସାଜିପାରେ। ଏବେ ମଧ୍ୟ ଅନେକ ଦେଶରେ ଡେଙ୍ଗୁ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ରୂପେ ଦେଖାଯାଇଥାଏ। ତେଣୁ ଏ ବିଷୟରେ ସଚେତନ ରହିବା ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?