Posted inଫୁରସତ

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ ମିଳିଛି। ଦକ୍ଷିଣ ଆମେରିକାର ବଲିଭିଆର ଘଞ୍ଚ ଓ ଆର୍ଦ୍ର ମେଘାଚ୍ଛନ୍ନ ଜଙ୍ଗଲ (ୟୁଙ୍ଗାସ ଫରେଷ୍ଟ)ରେ ଗବେଷକମାନେ ଏହି ବିରଳ ବନ୍ୟ ବିରାଡ଼ିକୁ ଠାବକରିଛନ୍ତି। ବୈଜ୍ଞାନିକମାନେ ଏହାର ନାମ ‘ଲିଓପାର୍ଡସ ଟିଲକାୟୋ’ ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହା ‘ଟିଲକାୟୋ’ ନାମରେ ପରିଚିତ। ‘କରେଣ୍ଟ ବାୟୋଲୋଜି’ ପତ୍ରିକାରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି।
ଜେନେଟିକ୍‌ ଗବେଷଣାରୁ ଜଣାପଡ଼ିଛି ଯେ ଏହି ବିରାଡ଼ି ପ୍ରଜାତିର ଇତିହାସ ପ୍ରାୟ ୧୪ ଲକ୍ଷ ବର୍ଷ ପୁରୁଣା। ଏମାନେ ପ୍ରାୟ ୧.୪ ମିଲିୟନ ବର୍ଷ ପୂର୍ବେ ଅନ୍ୟ ‘ଟାଇଗର କ୍ୟାଟ୍ସ’ (ବାଘ ଭଳି ଦେଖାଯାଉଥିବା ବନ୍ୟ ବିରାଡ଼ି) ପ୍ରଜାତିଠାରୁ ଅଲଗା ହୋଇ ନିଜର ଏକ ସ୍ବତନ୍ତ୍ର ବଂଶାବଳୀ ସୃଷ୍ଟି କରିଥିଲେ।
ଏହି ବନ୍ୟ ବିରାଡ଼ି ଆକାରରେ ସାଧାରଣ ଘରୋଇ ବିରାଡ଼ିଠାରୁ ମଧ୍ୟ ସାନ। ଏହାର ଲମ୍ବ ମାତ୍ର ୪୬ ସେଣ୍ଟିମିଟର ଏବଂ ଓଜନ ପ୍ରାୟ ୧.୪ କିଲୋଗ୍ରାମ। ଏହାର ଲୋମ ହାଲୁକା ବାଦାମୀ ରଙ୍ଗର ଏବଂ ଶରୀର ସାରା ଅଦ୍ଭୁତ ଆକାରର କଳା ଚିହ୍ନ ରହିଛି। ପ୍ରାଥମିକ ପ୍ରମାଣରୁ ଜଣାପଡ଼ିଛି, ଏମାନେ ମୁଖ୍ୟତଃ ରାତିରେ ସକ୍ରିୟ ରହନ୍ତି ଏବଂ ଛୋଟ ମୂଷା ଜାତୀୟ ଜୀବଙ୍କୁ ଶିକାର କରନ୍ତି।
ନ୍ୟାଶନାଲ ଜିଓଗ୍ରାଫିକ୍‌ର ଏକ୍ସପ୍ଲୋରର ପାଓଲା ନୋଗାଲେସ-ଆସ୍କାରୁଞ୍ଜ ଏବଂ ଜୀବବିଜ୍ଞାନୀ ଜୋନାସ ଲେସକ୍ରୋଆର୍ଟଙ୍କ ସୂଚନା ଅନୁସାରେ, ଗବେଷକମାନେ ଦକ୍ଷିଣ ଆମେରିକାର ପ୍ରାୟ ୩୮ଟି ବିରାଡ଼ିର ଡିଏନ୍‌ଏ ଏବଂ ମ୍ୟୁଜିୟମ ନମୁନା ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଯେ ଯାହାକୁ ଗୋଟିଏ ଗ୍ରୁପ୍‌ କୁହାଯାଉଥିଲା, ପ୍ରକୃତରେ ସେଥିରେ ୫ଟି ଭିନ୍ନ ଭିନ୍ନ ପ୍ରଜାତି ରହିଛନ୍ତି। ଏହି ଗବେଷଣା ବେଳେ ପେରୁରୁ ମଧ୍ୟ ଆଉ ଏକ ନୂଆ ଉପ-ପ୍ରଜାତି ‘ଲିଓପାର୍ଡସ୍‌ ଟିଗ୍ରିନସ ଆଣ୍ଟିସୁୟୋ’ ଚିହ୍ନଟ ହୋଇଛି।
‘ଲିଓପାର୍ଡସ୍‌ ଟିଲକାୟୋ’ ଚିହ୍ନଟ ହେବା ଖୁସିର ଖବର ହୋଇଥିଲେ ସୁଦ୍ଧା ଏହା ଏକ ବଡ଼ ଚେତାବନୀ ମଧ୍ୟ ଆଣିଛି। ଜଙ୍ଗଲ କ୍ଷୟ, ଜଙ୍ଗଲ ନିଆଁ, ବେଆଇନ ଖଣି ଖନନ ଏବଂ କୃଷି କାର୍ଯ୍ୟ ଯୋଗୁ ଏହି ବିରଳ ବିରାଡ଼ିର ବାସସ୍ଥଳୀ ଏବେ ସଙ୍କଟରେ। ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌) ଏହାକୁ ‘ବିଲୁପ୍ତପ୍ରାୟ’ ଶ୍ରେଣୀରେ ସାମିଲ କରିବାକୁ ବିଚାର କରୁଛି। ମୁଖ୍ୟ ଗବେଷକ ଏଡୁଆର୍ଡୋ ଆଇଜିରିକ ଚେତାବନୀ ଦେଇ କହିଛନ୍ତି, ବିଶ୍ୱରେ ଏମିତି ଅନେକ ଅଜଣା ଜୀବ ଅଛନ୍ତି, ଯାହାଙ୍କୁ ଆମେ ଆବିଷ୍କାର କରିବା ପୂର୍ବରୁ ହିଁ ସେମାନେ ନିଜ ବାସସ୍ଥଳୀ ହରାଇ ପୃଥିବୀରୁ ସବୁଦିନ ପାଇଁ ବିଲୁପ୍ତ ହୋଇଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

ଡ. ପ୍ରସନ୍ନ ଆଚାର୍ଯ୍ୟ ଏନ୍‌ଏଲ୍‌ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର,୧୯ା୯: ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ…

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?