Posted inଫୁରସତ

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ ମିଳିଛି। ଦକ୍ଷିଣ ଆମେରିକାର ବଲିଭିଆର ଘଞ୍ଚ ଓ ଆର୍ଦ୍ର ମେଘାଚ୍ଛନ୍ନ ଜଙ୍ଗଲ (ୟୁଙ୍ଗାସ ଫରେଷ୍ଟ)ରେ ଗବେଷକମାନେ ଏହି ବିରଳ ବନ୍ୟ ବିରାଡ଼ିକୁ ଠାବକରିଛନ୍ତି। ବୈଜ୍ଞାନିକମାନେ ଏହାର ନାମ ‘ଲିଓପାର୍ଡସ ଟିଲକାୟୋ’ ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହା ‘ଟିଲକାୟୋ’ ନାମରେ ପରିଚିତ। ‘କରେଣ୍ଟ ବାୟୋଲୋଜି’ ପତ୍ରିକାରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଛି।
ଜେନେଟିକ୍‌ ଗବେଷଣାରୁ ଜଣାପଡ଼ିଛି ଯେ ଏହି ବିରାଡ଼ି ପ୍ରଜାତିର ଇତିହାସ ପ୍ରାୟ ୧୪ ଲକ୍ଷ ବର୍ଷ ପୁରୁଣା। ଏମାନେ ପ୍ରାୟ ୧.୪ ମିଲିୟନ ବର୍ଷ ପୂର୍ବେ ଅନ୍ୟ ‘ଟାଇଗର କ୍ୟାଟ୍ସ’ (ବାଘ ଭଳି ଦେଖାଯାଉଥିବା ବନ୍ୟ ବିରାଡ଼ି) ପ୍ରଜାତିଠାରୁ ଅଲଗା ହୋଇ ନିଜର ଏକ ସ୍ବତନ୍ତ୍ର ବଂଶାବଳୀ ସୃଷ୍ଟି କରିଥିଲେ।
ଏହି ବନ୍ୟ ବିରାଡ଼ି ଆକାରରେ ସାଧାରଣ ଘରୋଇ ବିରାଡ଼ିଠାରୁ ମଧ୍ୟ ସାନ। ଏହାର ଲମ୍ବ ମାତ୍ର ୪୬ ସେଣ୍ଟିମିଟର ଏବଂ ଓଜନ ପ୍ରାୟ ୧.୪ କିଲୋଗ୍ରାମ। ଏହାର ଲୋମ ହାଲୁକା ବାଦାମୀ ରଙ୍ଗର ଏବଂ ଶରୀର ସାରା ଅଦ୍ଭୁତ ଆକାରର କଳା ଚିହ୍ନ ରହିଛି। ପ୍ରାଥମିକ ପ୍ରମାଣରୁ ଜଣାପଡ଼ିଛି, ଏମାନେ ମୁଖ୍ୟତଃ ରାତିରେ ସକ୍ରିୟ ରହନ୍ତି ଏବଂ ଛୋଟ ମୂଷା ଜାତୀୟ ଜୀବଙ୍କୁ ଶିକାର କରନ୍ତି।
ନ୍ୟାଶନାଲ ଜିଓଗ୍ରାଫିକ୍‌ର ଏକ୍ସପ୍ଲୋରର ପାଓଲା ନୋଗାଲେସ-ଆସ୍କାରୁଞ୍ଜ ଏବଂ ଜୀବବିଜ୍ଞାନୀ ଜୋନାସ ଲେସକ୍ରୋଆର୍ଟଙ୍କ ସୂଚନା ଅନୁସାରେ, ଗବେଷକମାନେ ଦକ୍ଷିଣ ଆମେରିକାର ପ୍ରାୟ ୩୮ଟି ବିରାଡ଼ିର ଡିଏନ୍‌ଏ ଏବଂ ମ୍ୟୁଜିୟମ ନମୁନା ପରୀକ୍ଷା କରିବା ପରେ ଜଣାପଡ଼ିଥିଲା ଯେ ଯାହାକୁ ଗୋଟିଏ ଗ୍ରୁପ୍‌ କୁହାଯାଉଥିଲା, ପ୍ରକୃତରେ ସେଥିରେ ୫ଟି ଭିନ୍ନ ଭିନ୍ନ ପ୍ରଜାତି ରହିଛନ୍ତି। ଏହି ଗବେଷଣା ବେଳେ ପେରୁରୁ ମଧ୍ୟ ଆଉ ଏକ ନୂଆ ଉପ-ପ୍ରଜାତି ‘ଲିଓପାର୍ଡସ୍‌ ଟିଗ୍ରିନସ ଆଣ୍ଟିସୁୟୋ’ ଚିହ୍ନଟ ହୋଇଛି।
‘ଲିଓପାର୍ଡସ୍‌ ଟିଲକାୟୋ’ ଚିହ୍ନଟ ହେବା ଖୁସିର ଖବର ହୋଇଥିଲେ ସୁଦ୍ଧା ଏହା ଏକ ବଡ଼ ଚେତାବନୀ ମଧ୍ୟ ଆଣିଛି। ଜଙ୍ଗଲ କ୍ଷୟ, ଜଙ୍ଗଲ ନିଆଁ, ବେଆଇନ ଖଣି ଖନନ ଏବଂ କୃଷି କାର୍ଯ୍ୟ ଯୋଗୁ ଏହି ବିରଳ ବିରାଡ଼ିର ବାସସ୍ଥଳୀ ଏବେ ସଙ୍କଟରେ। ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆଇୟୁସିଏନ୍‌) ଏହାକୁ ‘ବିଲୁପ୍ତପ୍ରାୟ’ ଶ୍ରେଣୀରେ ସାମିଲ କରିବାକୁ ବିଚାର କରୁଛି। ମୁଖ୍ୟ ଗବେଷକ ଏଡୁଆର୍ଡୋ ଆଇଜିରିକ ଚେତାବନୀ ଦେଇ କହିଛନ୍ତି, ବିଶ୍ୱରେ ଏମିତି ଅନେକ ଅଜଣା ଜୀବ ଅଛନ୍ତି, ଯାହାଙ୍କୁ ଆମେ ଆବିଷ୍କାର କରିବା ପୂର୍ବରୁ ହିଁ ସେମାନେ ନିଜ ବାସସ୍ଥଳୀ ହରାଇ ପୃଥିବୀରୁ ସବୁଦିନ ପାଇଁ ବିଲୁପ୍ତ ହୋଇଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?