ସାମଗ୍ରିକ ବିକାଶ ମୋ ଲକ୍ଷ୍ୟ:ଲତିକା

ବ୍ରହ୍ମପୁର,୧୬ା୫(ଅଶୋକ କୁମାର ସାହୁ):ରାଜ୍ୟରେ ଆସନ୍ତା ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହାକୁ ଆଉ ୪ଦିନ ବାକି ଥିବାବେଳେ ଆସିକା ସଂସଦୀୟ କ୍ଷେତ୍ର ଅଧୀନ ୭ ବିଧାନସଭା ଆସନରେ ସ୍ଥିତି ସରଗରମ ରହିଛି। ସେଥିମଧ୍ୟରୁ କବିସୂର୍ଯ୍ୟନଗର ବିଧାନସଭା ଆସନର ଗୁରୁତ୍ୱ ଅଧିକ। ଉକ୍ତ ଆସନ ପାଇଁ ୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡି ପୁରୁଣା ଚେହେରା ଲତିକା ପ୍ରଧାନଙ୍କୁ ବାଛିଥିବାବେଳେ ଭାଜପା ଓ କଂଗ୍ରେସ ନୂଆ ମୁହଁ ଦେଇଛନ୍ତି। ଧରିତ୍ରୀ ପକ୍ଷରୁ ବିଜେଡି ବିଧାୟିକା ପ୍ରାର୍ଥୀ ଲତିକାଙ୍କ ସହ ସ୍ବଳ୍ପ ଆଳାପ।

ଆପଣଙ୍କ ନିର୍ବାଚନୀ ପ୍ରସଙ୍ଗ କ’ଣ ରହିଛି?
ଉ: ଅନେକ ପ୍ରସଙ୍ଗ ରହିଛି। ଉକ୍ତ ପ୍ରସଙ୍ଗକୁ ନେଇ ଗତ ୫ ବର୍ଷରେ ଅନେକ ବିକାଶ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଆଗରେ ରହିଛି। ତଥାପି ଏ କ୍ଷେତ୍ରକୁ ଆହୁରି ଉନ୍ନତ କରିବା ଉକ୍ତ ପ୍ରସଙ୍ଗରେ ସ୍ଥାନ ପାଇଛି। ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଲକ୍ଷ୍ୟ ରହିଛି। ବିଶେଷକରି କୃଷି ପାଇଁ ଜଳସେଚନ ବ୍ୟବସ୍ଥା ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଯାହା ସମସ୍ୟା ରହିଛି ତାହାକୁ ଦୂର କରାଯିବ। ସାମଗ୍ରିକ ବିକାଶ ଉପରେ
ଗୁରୁତ୍ୱ ଦିଆଯିବ।

ଭୋଟରଙ୍କୁ ନିଜ ସପକ୍ଷରେ କ’ଣ କହିବାକୁ ଚାହୁଁଛନ୍ତି?
ଉ: ମୁଁ କ’ଣ କରିଛି ଏବଂ ଜିତିଲେ ଆଉ କ’ଣ କରିବି ସେ ସମ୍ପର୍କରେ ଭୋଟର ଭଲଭାବେ ଅବଗତ ଅଛନ୍ତି। ତେଣୁ ସହର ସହିତ ଗାଁ ଗହଳିରେ ଅଯାଚିତ ସମର୍ଥନ ମିଳୁଛି। ମୁଁ ବିଧାୟିକା ଥିବା ସମୟରେ କ’ଣ କରିଛି ତାହାକୁ ପଛରେ ପକାଇ ଲୋକଙ୍କ ସମସ୍ୟାକୁ ଦୂର କରିବା ସହ ସମସ୍ତଙ୍କୁ ବିକାଶରେ ସାମିଲ କରିବା ଲକ୍ଷ୍ୟ ରଖିଛି । ବିକାଶ କେବଳ ଜଣଙ୍କ ଦ୍ୱାରା ହୁଏନି। ଲୋକଙ୍କ ସହଯୋଗରେ ହୁଏ। ତେଣୁ ସମସ୍ତେ ଏକ ହୋଇ ଅଞ୍ଚଳରେ ବିକାଶର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଉଛି। ମୁଁ ଯାହା ବିକାଶ କରିଛି ତାହା ହିଁ ମୋ ସପକ୍ଷରେ ଯିବ।

ମତଦାତାଙ୍କୁ କ’ଣ ପ୍ରତିଶ୍ରୁତି ଦେବେ?
ଉ: ଗତ ନିର୍ବାଚନରେ ଯାହା ପ୍ରତିଶ୍ରୁତି ଥିଲା ତାହା ପୂରଣ ହୋଇଛି। ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଖସଡା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ କାମ ହେଉଛି। ମିଶନ ଶକ୍ତିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଆଦି କ୍ଷେତ୍ରରେ ପର୍ଯ୍ୟାପ୍ତ ବିକାଶ କରାଯାଇଛି। ଅନେକ କାର୍ଯ୍ୟର ରୂପାନ୍ତରଣ କରାଯାଇଛି। କବିସୂର୍ଯ୍ୟନଗରରେ ଏକ ଉନ୍ନତ ମେଡିକାଲ କରାଯାଇଛି। କୋଦଳାରେ ଆଉ ଏକ ମେଡିକାଲ କରାଯିବ। ମାନବ ସମ୍ବଳକୁ କିଭଳି ବିନିଯୋଗ କରି ଅଞ୍ଚଳର ବିକାଶ କରିବା ଓ ମହିଳା, ପୁରୁଷ, ଯୁବପିଢ଼ି ସମସ୍ତେ କିଭଳି ସଶକ୍ତ ହୋଇପାରିବେ ସେଥିପାଇଁ କାମ କରିବା ହେଉଛି ମୋର ପ୍ରତିଶ୍ରୁତି।

ଭୋଟର ଆପଣଙ୍କୁ କାହିଁକି ସମର୍ଥନ କରିବେ ବୋଲି ଭାବୁଛନ୍ତି?
ଉ: ଦେଖନ୍ତୁ! ଭୋଟର ମୋତେ ପୂର୍ବରୁ ଜାଣିଛନ୍ତି। ମୋର ବିକାଶମୂଳକ କାର୍ଯ୍ୟକୁ ଭୋଟର ଦେଖିଛନ୍ତି, ଭଲ ଭାବେ ବୁଝିଛନ୍ତି ମଧ୍ୟ। ଗତ ୫ ବର୍ଷରେ ଲୋକଙ୍କ ସୁଖଦୁଃଖର ସାଥୀ ହୋଇଛି। ଲୋକେ ମୋତେ ଗତଥର ଯେଭଳି ବିଶ୍ୱାସ ରଖି ଦାୟିତ୍ୱ ଦେଇଥିଲେ ତାହାକୁ ଶତପ୍ରତିଶତ ପୂରଣ କରିପାରିଛି ବୋଲି ମୁଁ ଭାବେ। ବର୍ତ୍ତମାନ ମଧ୍ୟ ଲୋକଙ୍କୁ ପଚାରି ସେମାନଙ୍କ ସମସ୍ୟା ଦୂର କରିବାରେ ଅଣ୍ଟା ଭିଡିଛି। ତେଣୁ ଲୋକେ ନିଶ୍ଚିତ ଭାବେ ସମର୍ଥନ କରୁଛନ୍ତି ଓ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ।

ଆପଣଙ୍କ ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି?
ଉ: ଅନେକ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେମାନେ ମୋତେ ପ୍ରତିଦ୍ୱନ୍ଦ୍ୱୀ କରିଥାଇପାରନ୍ତି। ମୁଁ କାହାକୁ ବିରୋଧ କରୁନାହିଁ। ମୋର ମଧ୍ୟ ସେଭଳି ପ୍ରତିଦ୍ୱନ୍ଦ୍ୱୀ ଥିଲା ଭଳି ମୁଁ ମନେ କରୁନି। ଲୋକଙ୍କ ସମର୍ଥନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ବିକାଶ କରିଛି ବୋଲି ସହଯୋଗ ମିଳିଛି। ସାମଗ୍ରିକ ବିକାଶ କରିବା ଲକ୍ଷ୍ୟ ରହିଛି। ତେଣୁ ମୋ ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ମୁଁ ଭାବୁନି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?