କାଟିଙ୍ଗିଆ ପଞ୍ଚାୟତରେ ଜଳକଷ୍ଟ

ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ)ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଦୁର୍ଗମ ପଞ୍ଚାୟତ କାଟିଙ୍ଗିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ଜଳକଷ୍ଟ ଲୋକଙ୍କୁ ହନ୍ତସନ୍ତ କରୁଛି। ଗୋଟିଏ ପଟେ ଗ୍ରୀଷ୍ମପ୍ରବାହ ହୋଇଥିବାରୁ କାଟିଙ୍ଗିଆ ବଜାର ସମେତ ଉକ୍ତ ପଞ୍ଚାୟତର ରାଇକଣା, ଆଡ଼ିବାଙ୍ଗା, ଗୁରୁମୁଣ୍ଡି, ଡୁବୁଡି ଆଦି ଅଞ୍ଚଳରେ ଜଳକଷ୍ଟ ଦେଖାଯାଉଛି। ଏଠାରେ ଜଳକଷ୍ଟ ସାଙ୍ଗକୁ ସାଧାରଣରେ ବ୍ୟାଙ୍କ ସେବା ସମେତ ସ୍ବାସ୍ଥ୍ୟସେବା ଓ ଯୋଗାଯୋଗ ପାଇଁ ମୋବାଇଲ ସେବା ଲାଗି ଅଞ୍ଚଳବାସୀ ଦାବି କରି ନୟାନ୍ତ ହେଲେଣି, ହେଲେ ପ୍ରଶାସନ ପକ୍ଷରୁ ଚରମ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। କାଟିଙ୍ଗିଆଠାରେ ୭ଟି ନଳକୂପ ରହିଥିବା ବେଳେ ସେଥିରୁ ପ୍ରାୟ ୪ଟି ଅଚଳ ହୋଇପଡ଼ିଛି ବୋଲି ଗ୍ରାମର ରଞ୍ଜିତ କୁମାର ପାତ୍ର, ସଞ୍ଜୀବ ସେନାପତି କହିଛନ୍ତି। ଯେଉଁସବୁ ନଳକୂପରୁ ପାଣି ଆସୁଛି, ସେହି ପାଣି କିଛି ସମୟ ମଧ୍ୟରେ ଲାଲ ପଡ଼ିଯାଉଥିବାରୁ ତାହା ପିଇବା ଉପଯୋଗୀ ହେଉନଥିବା କହିଛନ୍ତି। ବସୁଧା ଯୋଜନାରେ ପ୍ରକଳ୍ପ କରାଯାଇଛି, କିନ୍ତୁ ନିୟମିତ ପିଇବା ପାଣି ଆସୁନଥିବା ଗ୍ରାମବାସୀ କହିଛନ୍ତି। ସେହିପରି ଉକ୍ତ ବ୍ଲକର କାଟିଙ୍ଗିଆ ଅଞ୍ଚଳ ଏକ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବା ବେଳେ ଅଞ୍ଚଳରେ ମକାଚାଷ ସମେତ ହଳଦୀ, ପନିପରିବା, ଖଲିପତ୍ର ସିଲେଇ ଆଦି କରାଯାଇ ବିକ୍ରି କରାଯାଉଛି। ତେବେ ଚାଷୀଙ୍କ ନିଜ ଅମଳ ସାମଗ୍ରୀ ଉଚିତ ଦରରେ ବିକ୍ରିପାଇଁ ଅନ୍ୟ ବଜାରରୁ ଖବର ସଂଗ୍ରହ ପାଇଁ ହେଉ କି ଜରୁରିକାଳୀନ ସେବା ପାଇଁ ମୋବାଇଲ ନେଟ୍‌ୱର୍କ ନିହାତି ଆବଶ୍ୟକ ରହିଥିବାରୁ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ କ୍ଷୀରୋଦ ରାଉତଙ୍କୁ ପଚାରିବାରୁ କାଟିଙ୍ଗିଆରେ ଠିକ୍‌ ଭାବେ ଜଳ ଯୋଗାଣ କରାଯାଉଛି, ଲୋ ଭୋଲ୍‌ଟେଜ ପାଇଁ କେବେ କେବେ ସମସ୍ୟା ଦେଖାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡାଦେଉଳି ଅଞ୍ଚଳରେ ଶୋକର ଛାୟା, ୪ ଥର ସରପଞ୍ଚ ହୋଇଥିଲେ କମ୍ରେଡ ଲିଙ୍ଗରାଜ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡାଦେଉଳି ପଂଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ସିପିଏମ ନେତା କମ୍ରେଡ ଲିଙ୍ଗରାଜ ପଲେଇଙ୍କ ଦେହାନ୍ତ ହୋଇଛି ।…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ସ୍ୱପ୍ନର ବାଂଲାଦେଶ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri