ଆଜି ମକର ସଂକ୍ରାନ୍ତି: ଫିକା କଲା କରୋନା କଟକଣା

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । କରୋନା କଟକଣା ପାଇଁ ଏଥର ଫିକା ପଡ଼ିଛି ମକର ଉତ୍ସବ।

କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ବପର୍ବାଣି ପାଳନ ଉପରେ କଟକଣା ଜାରି କରାଯାଇଛି। ଏଥିରେ ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲାରେ ମକର ଉତ୍ସବ ପାଳନ ଉପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବି କଟକଣା ଜାରି କରାଯାଇଛି।

ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଦେବାଳୟରେ ସାଧାରଣ ଦର୍ଶନ ବାରଣ କରାଯିବା ସହିତ ୧୪୪ ଧାରା ଜାରି କରାଯାଇଛି ।ଅଟ୍ରିରେ ମକର ମେଳା ଏବଂ ଉଷ୍ମ ପ୍ରସ୍ରବଣରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଫଳରେ ଚଳିତ ବର୍ଷ ଅଟ୍ରିରେ ମକର ମେଳା ଫିକା ପଡିଛି। ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁମାନେ ଉଷ୍ମ ପ୍ରସ୍ରବଣରେ ବୁଡ଼ ପକାଇବା ସହ ଏକାଦଶରୁଦ୍ର ହଟ୍ଟେକେଶ୍ୱରଙ୍କ ଦର୍ଶନ ଲାଭ କରିଥାନ୍ତି। ଚଳିତବର୍ଷ ହଟ୍ଟକେଶ୍ୱରଙ୍କ ଦର୍ଶନ ଉପରେ କଟକଣା ରହିଛି। କେବଳ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ମକର ସଂକ୍ରାନ୍ତି ପୂଜାର୍ଚ୍ଚନା, ରୀତିନୀତି ପାଳନ କରିବାକୁ ଉପଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲୋକମାନଙ୍କୁ ଘରେ ରହି ପୂଜାର୍ଚ୍ଚନା କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତି

ପୁରୀ ଅଫିସ,୨୦ା୨: ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଅର୍ଥାତ୍‌ ଦ୍ୱିତୀୟ ଦିନରେ ବିଶ୍ୱ ବେଷ୍ଣବ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ଶ୍ରୀମଦ...

ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍‌ ବୁକ୍‌, ଶିକ୍ଷକ କ’ଣ ପଢାଉଛନ୍ତି ଏଥିରେ ରହିବ ଉଲ୍ଲେଖ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍‌ ବୁକ୍‌ ଦିଆଯିବ। ଯେଉଁଥିରେ କି ପିଲାଙ୍କୁ ହୋମ୍‌ ଓ୍ବାର୍କ କ’ଣ ଦିଆଯାଉଛି ଏବଂ ଶିକ୍ଷକମାନେ କ’ଣ ପଢ଼ାଉଛନ୍ତି ତାହା...

ସ୍ଥାୟୀ ପଟ୍ଟା ଦାବିରେ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ସ୍ଥାୟୀ ପଟ୍ଟା ଦାବିରେ ବାଲେଶ୍ୱର ଜିଲା ବସ୍ତିବାସିନ୍ଦା ସଂଘ ପକ୍ଷରୁ ପୌରାଞ୍ଚଳ ଓ ସହର ସଂଲଗ୍ନ ପଞ୍ଚାୟତର ଶତାଧିକ ବସ୍ତିବାସିନ୍ଦା ସୋମବାର ଏକ...

ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌: ନେଇଗଲେ ୫ ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଅଳଙ୍କାର

ପରଜଙ୍ଗ,୩।୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ଠାରୁ ପ୍ରାୟ ୧କିଲୋମିଟର ଦୂରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ୍‌ ହୋଇଛି। ୪...

ଓଡ଼ିଆ ଭାଷାକୁ ସମୃଦ୍ଧ କରିବାରେ ସାହିତ୍ୟ ଏକାଡେମୀ ଦିଗ୍‌ଦର୍ଶକ

ଭୁବନେଶ୍ୱର,୨।୪(ବ୍ୟୁରୋ): ଓଡ଼ିଆ ଭାଷାକୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ବର୍ତ୍ତମାନ ତା’ର ପ୍ରୟାସକୁ ତୀବ୍ରତର କରିଛି। ଏହାକୁ ସମୃଦ୍ଧ କରିବାରେ ରାଜ୍ୟ...

ଦୋକାନୀଙ୍କୁ ଗୋଡ଼ାଇ ପିଟିଲେ, ଘୋଷାରି ନେଲେ

ଭୁବନେଶ୍ୱର, ୩।୧୨ (ବ୍ୟୁରୋ) : ଜନଗହଳିପୂର୍ଣ୍ଣ ଭୁବନେଶ୍ୱର ଷ୍ଟେଶନ ପରିସରରେ ଶୁକ୍ରବାର ଜଣେ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଅନ୍ୟ କେତେଜଣ ଦୋକାନୀ ତାଙ୍କୁ ନିସ୍ତୁକ...

ପାର୍କିଂ,ଦୁର୍ଘଟଣାଗ୍ରସ୍ତ ଗାଡ଼ି ନେଉଛି ଜୀବନ

ଭୁବନେଶ୍ୱର,୭ା୪(ବ୍ୟୁରୋ): ଜାତୀୟ ରାଜପଥ ଉପରେ ଖରାପ ହୋଇ ପଡ଼ିରହିଥିବା ଏବଂ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗାଡିଗୁଡିକ ଦୀର୍ଘଦିନ ଧରି ପଡ଼ିରହୁଛି। ଏଥିଯୋଗୁ ଅନେକ ସମୟରେ ସଡ଼କ...

ଗ୍ରହ ମିଳନ: ଆଜି ଶୁକ୍ର, ବୃହସ୍ପତି ନିକଟତର ଦେଖାଯିବ

ଭୁବନେଶ୍ୱର,୧।୩(ବ୍ୟୁରୋ): ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ବୃହସ୍ପତି ବୁଧବାର ସନ୍ଧ୍ୟାରେ ଖୁବ୍‌ ନିକଟତର ଦେଖାଯିବ। ଫେବୃୟାରୀ ଶେଷ ସପ୍ତାହରେ ସବୁଦିନ ସନ୍ଧ୍ୟାରେ ପ୍ରାୟ ଏକଘଣ୍ଟା...

Advertisement
Archives

Model This Week