ମହାଶିବରାତ୍ରି ଆଜି: ୨ ବର୍ଷ ପରେ ହେବ ଯାତ୍ରା

ନୟାଗଡ଼ ଅଫିସ,୧।୩ – ରାତି ପାହିଲେ ମହାଶିବରାତ୍ରି। କରୋନା ଯୋଗୁ ୨ ବର୍ଷ ହେଲା ଜାଗର ଯାତ୍ରା ବନ୍ଦ ହୋଇଯାଇଥିଲା। ଏଣୁ ଚଳିତବର୍ଷ ଜାଗର ଯାତ୍ରା ଅବସରରେ ନୟାଗଡ଼ ଜିଲାର ଶରଣକୁଳସ୍ଥିତ ଲଡୁବାବାଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି। ଶରଣକୁଳର ଲଡ଼ୁବାବାଙ୍କ ପୂଜା ପଦ୍ଧତି ଶାକ୍ତ ଓ ବୈଷ୍ଣବ ଧର୍ମର ସମିଶ୍ରିତ। ଏଠାର ଲଡୁବାବାଙ୍କ ଉପତ୍ତ୍ତି ବହୁ କାହାଣୀ, କିମ୍ବଦନ୍ତୀ ଓ ଲୋକକଥା ଉପରେ ପର୍ଯ୍ୟବେଶିତ। କେଉଁ ଆଦିମ କାଳରୁ ଛତ୍ରାକାର ଲିଙ୍ଗ ମାଟି ତଳୁ ଉଦ୍ଭବ ହୋଇଥିଲା। ପ୍ରାୟ ୨୫୦୦ ବର୍ଷ ତଳେ ତାହା ଲୋକଲୋଚନକୁ ଆସିଥିଲା ବୋଲି କୁହାଯାଏ। ଲଙ୍ଗୁଳି କନ୍ଧ ସମ୍ପ୍ରଦାୟର ସେବକମାନେ ପୂର୍ବରୁ ପୂଜା କରୁଥିଲେ ବୋଲି ମଧ୍ୟ କିମ୍ବଦନ୍ତୀରୁ ଜଣାପଡେ। ପୌରାଣିକ ମତବାଦକୁ ବହନ କରୁଥିବା ଭଣ୍ଡାର ପାହାଡ ପାଦଦେଶରେ ଭିନ୍ନ ଶୈଳୀରେ ଲଡୁବାବାଙ୍କ ମନ୍ଦିର ନିର୍ମିତ ହୋଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୈବପୀଠ ରହିଥିଲେ ହେଁ ଏହି ପୀଠର ରହିଛି ସ୍ବାତନ୍ତ୍ର୍ୟ। ଏଠାକାର ଲଡ଼ୁବାବା ଅଧା ବିଷ୍ଣୁ ଓ ଅଧା ଶିବ ନାମରେ କଥିତ। ତେବେ ହରିହର ସମ୍ବଳିତ ଲଡୁବାବାଙ୍କ ଗୋଟିଏ ପାର୍ଶ୍ୱରେ ଚକ୍ରଚିହ୍ନ ରହିଥିବାବେଳେ ଅନ୍ୟପାଶର୍‌ବରେ ଅର୍ଦ୍ଧଚନ୍ଦ୍ର ରହିଛି। ଗୋଟିଏ ପଟେ ତୁଳସୀ ଲାଗି ହେଉଥିବାବେଳେ ଅନ୍ୟପଟେ ବେଲପତ୍ର। ଏହି ପୀଠ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଅହେତୁକ ଭକ୍ତିଭାବ ଜାଗ୍ରତ କରିଥାଏ। ଏତତବ୍ୟତୀତ ପଞ୍ଚ ଅବକାଶରେ ବିଭିନ୍ନ ସାମଗ୍ରୀ ଲଡୁବାବାଙ୍କର ଛତ୍ରାକାର ଭୂଲିଙ୍ଗରେ ମର୍ଦ୍ଦନ ହେଉଥିଲେ ମଧ୍ୟ ଅଦ୍ୟାବଧି ପରିବର୍ତ୍ତନ ନ ହୋଇ ସେହିପରି କର୍କଶ ରହିଛି। ଏହି ଲିଙ୍ଗଙ୍କ ଶ୍ରୀଅଙ୍ଗରେ ସମଦିବସ ସୂର୍ଯ୍ୟରଶ୍ମୀ ପଡିଲେ ଇନ୍ଦ୍ରଧନୁର ସପ୍ତରଙ୍ଗ ପ୍ରକଟିତ ହୁଏ। ମନ୍ଦିର ନିର୍ମାଣକାର ଏହି ମନ୍ଦିର ଏଭଳି ଭାବେ ନିର୍ମାଣ କରିଛନ୍ତି ଯେ, ବର୍ଷର ଦୁଇ ସମଦିବସରେ ଉଦୟକାଳୀନ ସୂର୍ଯ୍ୟରଶ୍ମୀ ଅଳ୍ପ ସମୟ ପାଇଁ ଲିଙ୍ଗଙ୍କ ଶ୍ରୀଅଙ୍ଗରେ ପ୍ରତିଫଳିତ ହୋଇ ସପ୍ତରଙ୍ଗ ପ୍ରକଟିତ ହୁଏ। ତତ୍କାଳୀନ ଦୃଶ୍ୟ ଦୁଃସାଧ୍ୟ ରୋଗର ନିରକରଣର ଉପଯୁକ୍ତ ସମୟ। ଅନ୍ୟ ଏକ ବିଶେଷତ୍ୱ ହେଲା ଲିଙ୍ଗରୁ ନିଷ୍କାସିତ ବାସି ଚନ୍ଦନ ଯାହାକୁ କରାଳ ଚନ୍ଦନ କୁହାଯାଏ। ତାହା ବିଭିନ୍ନ ରୋଗ ପାଇଁ ଏକ ଅତି ଉପାଦେୟ ଔଷଧ ବୋଲି କୁହାଯାଇଥାଏ। ଏପରି ସ୍ଥିତିରେ ମହାଶିବରାତ୍ରି ଉପଲକ୍ଷେ ଲଡୁବାବାଙ୍କ ଧାମ ଚଳଚଞ୍ଚଳ ହୋଇଉଠିଛି। ମହା ଶିବରାତ୍ରିରେ ଶ୍ରଦ୍ଧାଳୁମାନେ ପୀଠର ଲିଙ୍ଗ ଦର୍ଶନ ଓ ରାତ୍ରୀ ଉଜାଗର ରହି ଦୀପ ପ୍ରଜ୍ୱଳନ କରିଥାନ୍ତି। ଜାଗରରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ଏଠାରେ ହୋଇଥାଏ।
ଧାଡ଼ିରେ ହେବ ଲଡୁବାବାଙ୍କ ଦର୍ଶନ
ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଭକ୍ତମାନେ ଯେପରି ଶାନ୍ତି ଶୃଙ୍ଖଳାର ସହ ଲଡୁବାବାଙ୍କ ଦର୍ଶନ କରିବେ ସେଥିପାଇଁ ବ୍ୟବସ୍ଥା ହୋଇଛି। ଜାଗର ଯାତ୍ରାକୁ ଶୃଙ୍ଖଳିତ ଭାବେ କରିବାକୁ ୪ ଇନ୍ସପେକ୍ଟର, ୪ ସବ୍‌ ଇନ୍ସପେକ୍ଟର, ୧୭ ଏସ୍‌ଆଇ, କନେଷ୍ଟବଳ୨୬, ହୋମଗାର୍ଡ ୨୦, ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷେ ମହାଶିବରାତ୍ରୀର ଭୋର ୩ ଟାରୁ ମନ୍ଦିର ଖୋଲାଯାଇ ଠାକୁରଙ୍କ ପହଡ଼ ଖୋଲିବ। ୩ରୁ ୪ଟା ପର୍ଯ୍ୟନ୍ତ ଠାକୁରଙ୍କର ଅବକାଶ ନୀତି ହେବ। ଭୋର ୪ଟାରୁ ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ। ସାଢ଼େ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ପହଡ଼ ପଡ଼ି ପୂଜାନୀତି କରାଯିବ। ପୂର୍ବାହ୍ନ ୧୦ ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିବେ। ସନ୍ଧ୍ୟା ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ପୂଜାନୀତି କରାଯିବ। ପରେ ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ପୁଣି ସର୍ବସାଧାରଣ ଦର୍ଶନ କରିବେ। ରାତି ସାଢ଼େ ୧୦ଟାରେ ଲଡୁବାବା ଦକ୍ଷିଣାମୁଖା ହୋଇ ବେଢ଼ା ପରିକ୍ରମା କରିବେ। ରାତି ୧୧ଟାରେ ମହାଦୀପ ଉଠିବ। ଭକ୍ତମାନେ ମନ୍ଦିର ସିଂହଦ୍ୱାର ଦେଇ ବେଢ଼ା ଭିତରକୁ ପ୍ରବେଶ କରି ମହନ ଓ ଘଣ୍ଟ ଦ୍ୱାର ଦେଇ ଲଡୁବାବାଙ୍କୁ ଦର୍ଶନ କରିବେ। ପରେ ଦକ୍ଷିଣ ଦ୍ୱାରଦେଇ ବେଢ଼ାରୁ ବାହାରି ସେଠାରୁ ହାତୀ ଦ୍ୱାର ଦେଇ ମନ୍ଦିର ବାହାରକୁ ପ୍ରସ୍ଥାନ କରିବେ। ଭକ୍ତମାନେ ଲଡୁବାବାଙ୍କ ଦର୍ଶନ କରିବା ପରେ ସଙ୍ଗେ ସଙ୍ଗେ ବାହାରକୁ ଯିବେ। ମନ୍ଦିର ଭିତରେ ଭକ୍ତଙ୍କ ଗହଳି କରିବାକୁ ବାରଣ କରାଯାଇଛି। ଅନ୍ୟପକ୍ଷେ ମନ୍ଦିର ଭିତରେ ବାରିକେଟ ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?