ମହାଶିବରାତ୍ରି ଆଜି: ୨ ବର୍ଷ ପରେ ହେବ ଯାତ୍ରା

ନୟାଗଡ଼ ଅଫିସ,୧।୩ – ରାତି ପାହିଲେ ମହାଶିବରାତ୍ରି। କରୋନା ଯୋଗୁ ୨ ବର୍ଷ ହେଲା ଜାଗର ଯାତ୍ରା ବନ୍ଦ ହୋଇଯାଇଥିଲା। ଏଣୁ ଚଳିତବର୍ଷ ଜାଗର ଯାତ୍ରା ଅବସରରେ ନୟାଗଡ଼ ଜିଲାର ଶରଣକୁଳସ୍ଥିତ ଲଡୁବାବାଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି। ଶରଣକୁଳର ଲଡ଼ୁବାବାଙ୍କ ପୂଜା ପଦ୍ଧତି ଶାକ୍ତ ଓ ବୈଷ୍ଣବ ଧର୍ମର ସମିଶ୍ରିତ। ଏଠାର ଲଡୁବାବାଙ୍କ ଉପତ୍ତ୍ତି ବହୁ କାହାଣୀ, କିମ୍ବଦନ୍ତୀ ଓ ଲୋକକଥା ଉପରେ ପର୍ଯ୍ୟବେଶିତ। କେଉଁ ଆଦିମ କାଳରୁ ଛତ୍ରାକାର ଲିଙ୍ଗ ମାଟି ତଳୁ ଉଦ୍ଭବ ହୋଇଥିଲା। ପ୍ରାୟ ୨୫୦୦ ବର୍ଷ ତଳେ ତାହା ଲୋକଲୋଚନକୁ ଆସିଥିଲା ବୋଲି କୁହାଯାଏ। ଲଙ୍ଗୁଳି କନ୍ଧ ସମ୍ପ୍ରଦାୟର ସେବକମାନେ ପୂର୍ବରୁ ପୂଜା କରୁଥିଲେ ବୋଲି ମଧ୍ୟ କିମ୍ବଦନ୍ତୀରୁ ଜଣାପଡେ। ପୌରାଣିକ ମତବାଦକୁ ବହନ କରୁଥିବା ଭଣ୍ଡାର ପାହାଡ ପାଦଦେଶରେ ଭିନ୍ନ ଶୈଳୀରେ ଲଡୁବାବାଙ୍କ ମନ୍ଦିର ନିର୍ମିତ ହୋଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୈବପୀଠ ରହିଥିଲେ ହେଁ ଏହି ପୀଠର ରହିଛି ସ୍ବାତନ୍ତ୍ର୍ୟ। ଏଠାକାର ଲଡ଼ୁବାବା ଅଧା ବିଷ୍ଣୁ ଓ ଅଧା ଶିବ ନାମରେ କଥିତ। ତେବେ ହରିହର ସମ୍ବଳିତ ଲଡୁବାବାଙ୍କ ଗୋଟିଏ ପାର୍ଶ୍ୱରେ ଚକ୍ରଚିହ୍ନ ରହିଥିବାବେଳେ ଅନ୍ୟପାଶର୍‌ବରେ ଅର୍ଦ୍ଧଚନ୍ଦ୍ର ରହିଛି। ଗୋଟିଏ ପଟେ ତୁଳସୀ ଲାଗି ହେଉଥିବାବେଳେ ଅନ୍ୟପଟେ ବେଲପତ୍ର। ଏହି ପୀଠ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଅହେତୁକ ଭକ୍ତିଭାବ ଜାଗ୍ରତ କରିଥାଏ। ଏତତବ୍ୟତୀତ ପଞ୍ଚ ଅବକାଶରେ ବିଭିନ୍ନ ସାମଗ୍ରୀ ଲଡୁବାବାଙ୍କର ଛତ୍ରାକାର ଭୂଲିଙ୍ଗରେ ମର୍ଦ୍ଦନ ହେଉଥିଲେ ମଧ୍ୟ ଅଦ୍ୟାବଧି ପରିବର୍ତ୍ତନ ନ ହୋଇ ସେହିପରି କର୍କଶ ରହିଛି। ଏହି ଲିଙ୍ଗଙ୍କ ଶ୍ରୀଅଙ୍ଗରେ ସମଦିବସ ସୂର୍ଯ୍ୟରଶ୍ମୀ ପଡିଲେ ଇନ୍ଦ୍ରଧନୁର ସପ୍ତରଙ୍ଗ ପ୍ରକଟିତ ହୁଏ। ମନ୍ଦିର ନିର୍ମାଣକାର ଏହି ମନ୍ଦିର ଏଭଳି ଭାବେ ନିର୍ମାଣ କରିଛନ୍ତି ଯେ, ବର୍ଷର ଦୁଇ ସମଦିବସରେ ଉଦୟକାଳୀନ ସୂର୍ଯ୍ୟରଶ୍ମୀ ଅଳ୍ପ ସମୟ ପାଇଁ ଲିଙ୍ଗଙ୍କ ଶ୍ରୀଅଙ୍ଗରେ ପ୍ରତିଫଳିତ ହୋଇ ସପ୍ତରଙ୍ଗ ପ୍ରକଟିତ ହୁଏ। ତତ୍କାଳୀନ ଦୃଶ୍ୟ ଦୁଃସାଧ୍ୟ ରୋଗର ନିରକରଣର ଉପଯୁକ୍ତ ସମୟ। ଅନ୍ୟ ଏକ ବିଶେଷତ୍ୱ ହେଲା ଲିଙ୍ଗରୁ ନିଷ୍କାସିତ ବାସି ଚନ୍ଦନ ଯାହାକୁ କରାଳ ଚନ୍ଦନ କୁହାଯାଏ। ତାହା ବିଭିନ୍ନ ରୋଗ ପାଇଁ ଏକ ଅତି ଉପାଦେୟ ଔଷଧ ବୋଲି କୁହାଯାଇଥାଏ। ଏପରି ସ୍ଥିତିରେ ମହାଶିବରାତ୍ରି ଉପଲକ୍ଷେ ଲଡୁବାବାଙ୍କ ଧାମ ଚଳଚଞ୍ଚଳ ହୋଇଉଠିଛି। ମହା ଶିବରାତ୍ରିରେ ଶ୍ରଦ୍ଧାଳୁମାନେ ପୀଠର ଲିଙ୍ଗ ଦର୍ଶନ ଓ ରାତ୍ରୀ ଉଜାଗର ରହି ଦୀପ ପ୍ରଜ୍ୱଳନ କରିଥାନ୍ତି। ଜାଗରରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ଏଠାରେ ହୋଇଥାଏ।
ଧାଡ଼ିରେ ହେବ ଲଡୁବାବାଙ୍କ ଦର୍ଶନ
ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଭକ୍ତମାନେ ଯେପରି ଶାନ୍ତି ଶୃଙ୍ଖଳାର ସହ ଲଡୁବାବାଙ୍କ ଦର୍ଶନ କରିବେ ସେଥିପାଇଁ ବ୍ୟବସ୍ଥା ହୋଇଛି। ଜାଗର ଯାତ୍ରାକୁ ଶୃଙ୍ଖଳିତ ଭାବେ କରିବାକୁ ୪ ଇନ୍ସପେକ୍ଟର, ୪ ସବ୍‌ ଇନ୍ସପେକ୍ଟର, ୧୭ ଏସ୍‌ଆଇ, କନେଷ୍ଟବଳ୨୬, ହୋମଗାର୍ଡ ୨୦, ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷେ ମହାଶିବରାତ୍ରୀର ଭୋର ୩ ଟାରୁ ମନ୍ଦିର ଖୋଲାଯାଇ ଠାକୁରଙ୍କ ପହଡ଼ ଖୋଲିବ। ୩ରୁ ୪ଟା ପର୍ଯ୍ୟନ୍ତ ଠାକୁରଙ୍କର ଅବକାଶ ନୀତି ହେବ। ଭୋର ୪ଟାରୁ ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ। ସାଢ଼େ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ପହଡ଼ ପଡ଼ି ପୂଜାନୀତି କରାଯିବ। ପୂର୍ବାହ୍ନ ୧୦ ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିବେ। ସନ୍ଧ୍ୟା ସାଢ଼େ ୬ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ପୂଜାନୀତି କରାଯିବ। ପରେ ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ପୁଣି ସର୍ବସାଧାରଣ ଦର୍ଶନ କରିବେ। ରାତି ସାଢ଼େ ୧୦ଟାରେ ଲଡୁବାବା ଦକ୍ଷିଣାମୁଖା ହୋଇ ବେଢ଼ା ପରିକ୍ରମା କରିବେ। ରାତି ୧୧ଟାରେ ମହାଦୀପ ଉଠିବ। ଭକ୍ତମାନେ ମନ୍ଦିର ସିଂହଦ୍ୱାର ଦେଇ ବେଢ଼ା ଭିତରକୁ ପ୍ରବେଶ କରି ମହନ ଓ ଘଣ୍ଟ ଦ୍ୱାର ଦେଇ ଲଡୁବାବାଙ୍କୁ ଦର୍ଶନ କରିବେ। ପରେ ଦକ୍ଷିଣ ଦ୍ୱାରଦେଇ ବେଢ଼ାରୁ ବାହାରି ସେଠାରୁ ହାତୀ ଦ୍ୱାର ଦେଇ ମନ୍ଦିର ବାହାରକୁ ପ୍ରସ୍ଥାନ କରିବେ। ଭକ୍ତମାନେ ଲଡୁବାବାଙ୍କ ଦର୍ଶନ କରିବା ପରେ ସଙ୍ଗେ ସଙ୍ଗେ ବାହାରକୁ ଯିବେ। ମନ୍ଦିର ଭିତରେ ଭକ୍ତଙ୍କ ଗହଳି କରିବାକୁ ବାରଣ କରାଯାଇଛି। ଅନ୍ୟପକ୍ଷେ ମନ୍ଦିର ଭିତରେ ବାରିକେଟ ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାର୍ଯ୍ୟରେ ଅନିୟମିତତା ଅଭିଯୋଗ

କାଳିଆପାଣି,୨୯ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକର ଖଣି ଅଞ୍ଚଳରେ ବିଭିନ୍ନ ଯୋଜନାରେ ନିର୍ମାଣାଧୀନ କଂକ୍ରିଟ ରାସ୍ତା ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏଭଳି...

ଭାଜପା-କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ

ତିହିଡ଼ି,୨୯।୩ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ...

୫ ମାସ ପରେ ବି ସରିଲାନି ଡିପିଆର୍‌

ଯାଜପୁର,୨୯ା୩ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ପ୍ରସ୍ତାବିତ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିଟେଲ...

‘ନୋଟାରେ ଦେବୁ ପଛେ ଅପରାଜିତାଙ୍କୁ ନୁହଁ’

ଖୋର୍ଦ୍ଧା,୨୯ା୩(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରରୁ ବେଗୁନିଆ ଏବେ ସବୁଠି ଭାଜପାର ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଉଛି। ଭାଜପା ପକ୍ଷରୁ ଲୋକ ସଭା ପ୍ରଥମ ପର୍ଯ୍ୟାୟ ତାଲିକାରେ...

ସନାତନ ଭାଜପାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

କେନ୍ଦୁଝର,୨୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):ପ୍ରଥମେ କଂଗ୍ରେସ, ପରେ କଂଗ୍ରେସ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଚମ୍ପୁଆ ବିଧାୟକ ହେଲେ। ଚଳିତ ନିର୍ବାଚନ ତାରିଖ ଘୋଷଣା...

ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି।...

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri