ସରିଲା ମା’ଙ୍କ ବିଲ୍ବାଧିବାସ, ଆଜି ସପ୍ତମୀ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ପୂଜା। ସୁନ୍ଦର ତୋରଣ ସାଙ୍ଗକୁ ରଙ୍ଗାରଙ୍ଗ ଆଲୋକମାଳାରେ ମଣ୍ଡପ ଝଲସୁଥିବାବେଳେ ମା’ ଦୁର୍ଗାଙ୍କ ଧରାବତରଣ ପୂରା ପରିବେଶକୁ ଭକ୍ତିମୟ କରିଦେଇଛି। ପରମ୍ପରା ଅନୁଯାୟୀ ଶନିବାର ପୀଠେ ସପ୍ତମୀ ପୂଜା ସମ୍ପନ୍ନ ହୋଇଥିବାବେଳେ ମଣ୍ଡପରେ ଷଷ୍ଠୀପୂଜା ବିଳମ୍ବିତ ରାତିଯାଏ ଚାଲିଥିଲା। ମା’ଙ୍କର ବିଲ୍ବାଧିବାସ ସରିଥିବାବେଳେ ଆଜି ରବିବାର ସପ୍ତମୀରେ ଘଟପୂଜା, ଗଙ୍ଗା ପୂଜନ, ଘଟ ସ୍ଥାପନ, ନବ ପତ୍ରିକା ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠା ବିଶେଷ କରି ମା’ଙ୍କୁ ଚକ୍ଷୁଦାନ କରାଯିବ।
ଭୁବନେଶ୍ୱରରେ ୧୦୦ରୁ ଊର୍ଦ୍ଧ୍ୱ ମଣ୍ଡପରେ ବିରାଜିଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। କେଉଁଠି ବଡ଼ ବଡ଼ ପ୍ୟାଲେସରେ ମା’ଙ୍କ ପୂଜା ଆରମ୍ଭ ହୋଇଛି ତ ପୁଣି ଆଉ କେଉଁଠି କେଉଁଠି ବିଭିନ୍ନ ମନ୍ଦିର, ମ୍ୟୁଜିୟମ୍‌, ରାଷ୍ଟ୍ରପତି ଭବନ, କମିଶନରେଟ ପୋଲିସ ମୁଖ୍ୟାଳୟ ଆକୃତିର ତୋରଣ ଶୋଭାପାଉଛି। ଅନେକ ତୋରଣରେ ସାମାଜିକ ବାର୍ତ୍ତା ଦେଖିବାକୁ ମିଳୁଛି। ରସୁଲଗଡ଼, ଶହୀଦନଗର, ବମିଖାଲ, ଓଲ୍ଡ ଷ୍ଟେଶନ ବଜାର, ରାଜମହଲ, କଳ୍ପନା, ବରମୁଣ୍ଡା, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ପଟିଆ, ପଳାଶୁଣୀ ଆଦି ପ୍ରମୁଖ ମଣ୍ଡପ ବିଶେଷ ଆକର୍ଷଣ ସାଜିଛି। କୋଭିଡ୍‌ ପାଇଁ ୨ବର୍ଷ ମା’ଙ୍କ ପୂଜା କଟକଣାରେ ପାଳିତ ହୋଇଥିବାବେଳେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ମା’ ପୂଜା ପାଇବେ। ତେଣୁ ପୂଜା ଆୟୋଜକ ଧୁମ୍‌ଧାମ୍‌ରେ ପୂଜା ପାଳନ ପାଇଁ ଆରମ୍ଭରୁ ପ୍ରତିଯୋଗିତାମୂଳକ ଭାବେ ପ୍ରସ୍ତୁତି କରିଥିଲେ। ବିଭିନ୍ନ ସ୍ଥାନରେ ମେଲୋଡି, ମିନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନର ବ୍ୟବସ୍ଥା ହୋଇଥିବାବେଳେ ରାବଣପୋଡ଼ି ଓ ଭସାଣି ଉତ୍ସବ ମଧ୍ୟ ଆକର୍ଷଣୀୟ ହେବ। ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ଦୁଇବର୍ଷ ପରେ ସୁଯୋଗ ମିଳୁଥିବାରୁ ଚଳିତ ବର୍ଷ ମଣ୍ଡପରେ ପ୍ରବଳ ଭିଡ଼ ହେବ। ତେବେ ଷଷ୍ଠୀରୁ ହିଁ ଭକ୍ତଙ୍କ ଗହଳି ଆରମ୍ଭ ହୋଇଥିବାବେଳେ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ପ୍ରବଳ ଗହଳି ହେବ ବୋଲି ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ପହଞ୍ଚିଥିଲେ। ମଧୁବାବୁଙ୍କ...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri