ସରିଲା ମା’ଙ୍କ ବିଲ୍ବାଧିବାସ, ଆଜି ସପ୍ତମୀ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ପୂଜା। ସୁନ୍ଦର ତୋରଣ ସାଙ୍ଗକୁ ରଙ୍ଗାରଙ୍ଗ ଆଲୋକମାଳାରେ ମଣ୍ଡପ ଝଲସୁଥିବାବେଳେ ମା’ ଦୁର୍ଗାଙ୍କ ଧରାବତରଣ ପୂରା ପରିବେଶକୁ ଭକ୍ତିମୟ କରିଦେଇଛି। ପରମ୍ପରା ଅନୁଯାୟୀ ଶନିବାର ପୀଠେ ସପ୍ତମୀ ପୂଜା ସମ୍ପନ୍ନ ହୋଇଥିବାବେଳେ ମଣ୍ଡପରେ ଷଷ୍ଠୀପୂଜା ବିଳମ୍ବିତ ରାତିଯାଏ ଚାଲିଥିଲା। ମା’ଙ୍କର ବିଲ୍ବାଧିବାସ ସରିଥିବାବେଳେ ଆଜି ରବିବାର ସପ୍ତମୀରେ ଘଟପୂଜା, ଗଙ୍ଗା ପୂଜନ, ଘଟ ସ୍ଥାପନ, ନବ ପତ୍ରିକା ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠା ବିଶେଷ କରି ମା’ଙ୍କୁ ଚକ୍ଷୁଦାନ କରାଯିବ।
ଭୁବନେଶ୍ୱରରେ ୧୦୦ରୁ ଊର୍ଦ୍ଧ୍ୱ ମଣ୍ଡପରେ ବିରାଜିଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। କେଉଁଠି ବଡ଼ ବଡ଼ ପ୍ୟାଲେସରେ ମା’ଙ୍କ ପୂଜା ଆରମ୍ଭ ହୋଇଛି ତ ପୁଣି ଆଉ କେଉଁଠି କେଉଁଠି ବିଭିନ୍ନ ମନ୍ଦିର, ମ୍ୟୁଜିୟମ୍‌, ରାଷ୍ଟ୍ରପତି ଭବନ, କମିଶନରେଟ ପୋଲିସ ମୁଖ୍ୟାଳୟ ଆକୃତିର ତୋରଣ ଶୋଭାପାଉଛି। ଅନେକ ତୋରଣରେ ସାମାଜିକ ବାର୍ତ୍ତା ଦେଖିବାକୁ ମିଳୁଛି। ରସୁଲଗଡ଼, ଶହୀଦନଗର, ବମିଖାଲ, ଓଲ୍ଡ ଷ୍ଟେଶନ ବଜାର, ରାଜମହଲ, କଳ୍ପନା, ବରମୁଣ୍ଡା, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ପଟିଆ, ପଳାଶୁଣୀ ଆଦି ପ୍ରମୁଖ ମଣ୍ଡପ ବିଶେଷ ଆକର୍ଷଣ ସାଜିଛି। କୋଭିଡ୍‌ ପାଇଁ ୨ବର୍ଷ ମା’ଙ୍କ ପୂଜା କଟକଣାରେ ପାଳିତ ହୋଇଥିବାବେଳେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ମା’ ପୂଜା ପାଇବେ। ତେଣୁ ପୂଜା ଆୟୋଜକ ଧୁମ୍‌ଧାମ୍‌ରେ ପୂଜା ପାଳନ ପାଇଁ ଆରମ୍ଭରୁ ପ୍ରତିଯୋଗିତାମୂଳକ ଭାବେ ପ୍ରସ୍ତୁତି କରିଥିଲେ। ବିଭିନ୍ନ ସ୍ଥାନରେ ମେଲୋଡି, ମିନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନର ବ୍ୟବସ୍ଥା ହୋଇଥିବାବେଳେ ରାବଣପୋଡ଼ି ଓ ଭସାଣି ଉତ୍ସବ ମଧ୍ୟ ଆକର୍ଷଣୀୟ ହେବ। ମା’ଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ଦୁଇବର୍ଷ ପରେ ସୁଯୋଗ ମିଳୁଥିବାରୁ ଚଳିତ ବର୍ଷ ମଣ୍ଡପରେ ପ୍ରବଳ ଭିଡ଼ ହେବ। ତେବେ ଷଷ୍ଠୀରୁ ହିଁ ଭକ୍ତଙ୍କ ଗହଳି ଆରମ୍ଭ ହୋଇଥିବାବେଳେ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ପ୍ରବଳ ଗହଳି ହେବ ବୋଲି ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?