ଆଜି ବଜେଟ: ସରକାରଙ୍କୁ ସମ୍ବଳ ଚିନ୍ତା

ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଚିଠା ବଜେଟ ପ୍ରସ୍ତୁତ କରିଛନ୍ତି। ସୋମବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆସନ୍ତା ଆର୍ଥିକବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଇ-ବିଧାନସଭା ବ୍ୟବସ୍ଥା ହେବା ପରେ ପ୍ରଥମ ଥର ଲାଗି କାଗଜବିହୀନ(ପେପରଲେସ୍‌) ବଜେଟ ଉପସ୍ଥାପନ ହେବାକୁ ଯାଉଛି।
କୋଭିଡ୍‌ ମହାମାରୀ ଯୋଗୁ ରାଜ୍ୟର ରାଜସ୍ବ ଆଦାୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏହା ସତ୍ତ୍ୱେ ରାଜ୍ୟ ସରକାର ଆସନ୍ତା ବଜେଟର ଆକାରକୁ ଗତ ବଜେଟ ତୁଳନାରେ ପ୍ରାୟ ୧୩ ପ୍ରତିଶତ ବୃଦ୍ଧି କରିଛନ୍ତି। କୋଭିଡ୍‌ ଯୋଗୁ ରାଜ୍ୟ ଅର୍ଥନୀତି ଦେବାଳିଆ ଅବସ୍ଥାରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ମୁଣ୍ଡପିଛା ଆୟ ତଳମୁହାଁ ହୋଇଛି। ଅଧିକାଂଶ ଲୋକ ଜୀବନଜୀବିକା ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ରାଜକୋଷର ସିଂହଭାଗ ଆସୁଥିବା କୃଷି, ଶିଳ୍ପ, ପର୍ଯ୍ୟଟନ ଭଳି କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହୋଇଛି। ହୋଟେଲ ଶିଳ୍ପଠାରୁ ଆରମ୍ଭ କରି ପରିବହନ, ସେବା କ୍ଷେତ୍ର ତଳିତଳାନ୍ତ ହୋଇଛି। ଅଧିକ ନିଯୁକ୍ତି ଯୋଗାଉଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ(ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗ କୋଭିଡ୍‌ ଯୋଗୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। କରୋନା କାଳରେ ରାଜ୍ୟରେ ୩୨୦୭ଟି ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ବନ୍ଦ ହୋଇଛି। ସେଥିରୁ ବାଲେଶ୍ୱର ଜିଲାରେ ସର୍ବାଧିକ ୫୬୭ଟି ୟୁନିଟ୍‌ ବନ୍ଦ ହୋଇଥିବା ବେଳେ ଗଞ୍ଜାମ ୪୮୪, ସମ୍ବଲପୁର ୩୨୧, ବଲାଙ୍ଗୀର ୨୮୮, ଭୁବନେଶ୍ୱର ୨୮୪, ସୁନ୍ଦରଗଡ଼ ୨୭୨, କଳାହାଣ୍ଡି ୧୮୭, ବୌଦ୍ଧ ୧୮୫, ରାୟଗଡା ୧୭୧, ଝାରସୁଗୁଡା ୧୭୦ ଏବଂ ଭଦ୍ରକରେ ୧୫୭ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ବନ୍ଦ ରହିଛି। ଯେଉଁ କେତେକ ବଞ୍ଚି ରହିଛି ସେଗୁଡିକ ଆର୍ଥିକ ସହାୟତାକୁ ଚାହିଁ ରହିଛନ୍ତି। ଯଦିଓ ରାଜ୍ୟ ସରକାର ପ୍ରଭାବିତ ଏମ୍‌ଏସ୍‌ଏମ୍‌ଇଗୁଡିକୁ ୨୮୯ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି ପୁନର୍ଜୀବିତ କରିବାକୁ ଉଦ୍ୟମ କରିଛନ୍ତି ତାହା ମଧ୍ୟ ପର୍ଯ୍ୟାପ୍ତ ନୁହେଁ। ବ୍ୟାଙ୍କଗୁଡିକ ଋଣ ସହାୟତା ଦେଉ ନ ଥିବାରୁ ରାଜ୍ୟ ସରକାର ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଋଣ ସହାୟତା ଯୋଗାଉ ନ ଥିବା ବ୍ୟାଙ୍କଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିକଟରେ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବଜେଟରେ ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ, ପାନୀୟ ଜଳ, ସାମାଜିକ ସୁରକ୍ଷା, ଶିକ୍ଷା ଆଦିକୁ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ବଜେଟରେ ନୂତନ ଯୋଜନାର ସେତେଟା ଝଲକ ଦେଖିବାକୁ ମିଳିବ ନାହିଁ। ଚାଲୁ ରହିଥିବା ପ୍ରକଳ୍ପଗୁଡିକୁ ଶେଷ କରିବା ସହ ଅତ୍ୟାବଶ୍ୟକ କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ବଜେଟରେ ବ୍ୟୟବରାଦ କରାଯାଇଥିବା ଜଣାପଡିଛି। ବଜେଟରେ ସ୍ବାସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଯୋଜନା କରାଯାଇଛି। ଲୋକମାନଙ୍କ ଜୀବନ ବଞ୍ଚାଇବା ରାଜ୍ୟ ସରକାରଙ୍କ ପ୍ରାଥମିକତା ହେବ । ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବାକୁ ବଜେଟରେ ମୋଟା ଅଙ୍କର ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି । ମେଡିକାଲ କଲେଜ ସହ ଜିଲା ଓ ସବ୍‌ଡିଭିଜନ ସ୍ତରରେ ଥିବା ହସ୍ପିଟାଲଗୁଡିକର ଭିତ୍ତିଭୂମିକୁ ସୁଦୃଢ କରିବାକୁ ପ୍ରୟାସ କରାଯାଇଛି।
ତେବେ ଉକ୍ତ ଖର୍ଚ୍ଚ ତୁଲାଇବାକୁ ସରକାରଙ୍କୁ ସମ୍ବଳ ଚିନ୍ତା ଘାରିଛି। ନୂତନ ଟିକସ ଲଗାଇବାର ଯୋଜନା ନ ଥିବାରୁ କେବଳ ଜିଏସ୍‌ଟି ଓ ଖଣି ରାଜସ୍ବ ଉପରେ ସରକାର ଭରସା କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଇସ୍ପାତର ମାନ୍ଦାବସ୍ଥା ଥିବା ଯୋଗୁ ଖଣି ରାଜସ୍ବ ମଧ୍ୟ ପୂର୍ବାବସ୍ଥାକୁ
ଫେରିବା ସମ୍ଭାବନା କ୍ଷୀଣ। ଇତିମଧ୍ୟରେ ରାଜ୍ୟର ଋଣ ଭାର ପ୍ରାୟ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ କୋଭିଡ୍‌ ଭଳି ବିଷମ ପରିସ୍ଥିତିରୁ ମୁୂକାଳିବା ଲାଗି ଋଣ ହିଁ ଏକମାତ୍ର ଭରସା। ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୪,୮୩୦ କୋଟି ଟଙ୍କା ଋଣ କରିଛନ୍ତି। ସେଥିରୁ ଖୋଲା ବଜାରରୁ ୩ ହଜାର କୋଟି ଟଙ୍କା ଉଠାଇଥିବା ବେଳେ ଓଡିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ(ଓମବିଏଡିଏସି)ରୁ ୧,୮୩୦ କୋଟି ଋଣ ଉଠାଇଛନ୍ତି। ଚଳିତ ବର୍ଷ ଏହି ପରିମାଣ ଆହୁରି ବଢିବା ସମ୍ଭାବନା ରହିଛି। ଚଳିତ ବର୍ଷ ଯଦିଓ ବଜେଟ ଆକାର ସେତେଟା ବୃଦ୍ଧି କରାଯାଇ ନାହିଁ, ତେବେ ୧୩ ପ୍ରତିଶତ ବୃଦ୍ଧି ପାଇଁ ସମ୍ବଳ ଯୋଗାଡ କରିବା ସରକାରଙ୍କ ପକ୍ଷେ କାଠିକର ପାଠହେବ ବୋଲି ଅର୍ଥନୀତିଜ୍ଞ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?