ଆଜି ବିଶ୍ୱକର୍ମା ପୂଜା: ରାଶି ଅନୁଯାୟୀ ଏପରି କରନ୍ତୁ ଉପାୟ, ବ୍ୟବସାୟରେ ହେବ ଉନ୍ନତି…

ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଋଷିଙ୍କୁ ପୂଜା କରାଯାଇଥାଏ। ଏହାଦ୍ୱାରା ବ୍ୟାପାରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ମାନ୍ୟତା ରହିଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ ଶୁକ୍ରବାରରେ ପଡ଼ୁଛି ଏହି ପୂଜା। ଆସନ୍ତୁ ରାଶି ଅନୁଯାୟୀ ବିଶ୍ୱକର୍ମାଙ୍କୁ କିଭଳି ପୂଜା କରିବା ସେ ବିଷୟରେ ଜାଣିବା।

ମେଷ ରାଶି: ଏହି ରାଶିର ବ୍ୟକ୍ତିମାନେ ବିଶ୍ୱକର୍ମା ପୂଜା ଦିନ ଆଠ ବର୍ଷରୁ କମ୍‌ ଶିଶୁଙ୍କୁ ଗୁଡ଼ ଚଣା ବାଣ୍ଟନ୍ତୁ। ଏହାଦ୍ୱାରା ବ୍ୟାପାରରେ ଲାଭ ହେବା ଆରମ୍ଭ ହେବ।

ବୃଷ ରାଶି: ଏହି ରାଶିର ବ୍ୟକ୍ତି ଶ୍ୟାମା ତୁଳସୀ(କଳା ତୁଳସୀ) ଗଛର ଜଟକୁ ଛିଣ୍ଡାଇ ହଳଦିଆ ରଙ୍ଗର ସୁତାରେ ବାନ୍ଧି ବେକରେ ଧାରଣ କରନ୍ତୁ। ଏହାଦ୍ୱାରା ଈଶ୍ୱରଙ୍କ କୃପା ଲାଭ ହେବା ସହ କାରବାରରେ ଲାଭ ହେବ।

ମିଥୁନ ରାଶି: ଏହି ରାଶିର ବ୍ୟକ୍ତିବିଶେଷ ପୂଜା ଦିନ ଅପରାହ୍ନରେ କୁଷ୍ଠ ରୋଗୀମାନଙ୍କୁ କଳା ରଙ୍ଗର ପିଇବା ଜିନିଷ ଦାନ କରନ୍ତୁ। ଏହାଦ୍ୱାରା କାରୋବାରରେ ଆସୁଥିବା ସବୁ ଅସୁବିଧା ଶେଷ ହୋଇଯିବ।

କର୍କଟ ରାଶି: ଏହି ରାଶିର ବ୍ୟକ୍ତି ପୂଜା ଦିନ ଅପରାହ୍ନ ୧୨ଟା ସମୟରେ ନିଜ ମୁଣ୍ଡ ଉପରେ ଲୁଣ ଭର୍ତ୍ତି ଥାଳିକୁ ୭ଥର ବୁଲାଇ ଗରିବ ଲୋକଙ୍କୁ ଦାନ କରନ୍ତୁ।

ସିଂହ ରାଶି: ଏହି ରାଶିର ବ୍ୟକ୍ତି ପୂଜାଦିନ ସକାଳେ ମେଶିନ ପୂଜା କରିବା ପରେ ନଡ଼ିଆ ବାଣ୍ଟନ୍ତୁ। ଏପରିକି ସମସ୍ତ କର୍ମଚାରୀଙ୍କୁ ମଧ୍ୟ ନଡ଼ିଆ ପ୍ରସାଦ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତିମାନେ ଏହି ପୂଜା ଦିନ ଲଡ୍ଡୁ ଦାନ କରନ୍ତୁ। ଏହା କୌଣସି ଅବିବାହିତା ଝିଅକୁ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

ତୁଳା ରାଶି: ଏହି ରାଶିର ବ୍ୟକ୍ତି ପୂଜା ଦିନ ଘରର କୌଣସି ବୟସାଧିକ ବ୍ୟକ୍ତିଙ୍କୁ ତମ୍ବାର ମୁଦି ଦାନ କରନ୍ତୁ। ଏହା ନ କରିପାରିଲେ ସାତ ପ୍ରକାର ଶସ୍ୟକୁ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

ବିଛା ରାଶି: ଏହି ରାଶିର ବ୍ୟକ୍ତି ଗାଈଙ୍କୁ ଅଢ଼େଇ କିଗ୍ରା ଓଜନର ସବୁଜ ଘାସ ଖାଇବାକୁ ଦିଅନ୍ତୁ। ମନ୍ଦିରରେ ନ ରଖି ନିଜ ହାତରେ ଖାଇବାକୁ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

ଧନୁ ରାଶି: ଏହି ରାଶିର ବ୍ୟକ୍ତି ପୂଜା ଦିନ ଗରିବଙ୍କୁ ଖାଦ୍ୟଶସ୍ୟ ଦାନ କରନ୍ତୁ। ହେଲେ କାହାକୁ ଜଣାନ୍ତୁ ନାହିଁ। ବ୍ୟାପାରରେ ଉନ୍ନତି ହେବ।

ମକର ରାଶି: ଏହି ରାଶିର ବ୍ୟକ୍ତି ନିଜର ସାନ ଭାଇଭଉଣୀ ଖଟାମିଠା ଚକୋଲେଟ୍‌ ଖାଇବାକୁ ଦିଅନ୍ତୁ। ଗରିବ ଲୋକଙ୍କୁ ସବୁଜ ରଙ୍ଗର ଶସ୍ୟ ଦାନ କରନ୍ତୁ। ବ୍ୟାପାରରେ ଉନ୍ନତି ହେବ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ପୂଜାଦିନ ବ୍ରାହ୍ମଣଙ୍କୁ ଖାଇବାକୁ ଦିଅନ୍ତୁ। ଯଦି ସମ୍ଭବ ଫଳ, ମିଠା ଆଦି ଦାନ କରିପାରିବେ। ଈଶ୍ୱରଙ୍କ କୃପା ଲାଭ ହେବ।

ମୀନ ରାଶି: ମୀନ ରାଶିର ବ୍ୟକ୍ତି ପୂଜା ଦିନ ଅପରାହ୍ନରେ କୁଷ୍ଠ ରୋଗୀଙ୍କୁ ଦାନ କରନ୍ତୁ। ମନେ ରଖନ୍ତୁ ଯେପରି କେହି ଆପଣଙ୍କୁ ଏପରି କରିବାରୁ ବାରଣ ନ କରନ୍ତୁ। ନଚେତ ଆଶାତୀତ ଫଳ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?