ଆସୁଛି ମୌସୁମୀ,ଚଳଚଞ୍ଚଳ ଚାଷୀକୁଳ

ମହାକାଳପଡ଼ା,୨୬ା୫ (ଡି.ଏନ୍‌.ଏ.): ଚାଷୀମାନେ ମୌସୁମୀ ଆଗମନକୁ ଚାତକ ଭଳି ଅପେକ୍ଷା କରିଥାଆନ୍ତି ା ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଞ୍ଚିବ। ଏହି ସୂଚନା ପାଇବା ପରେ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଚାଷୀମାନେ ତରତର ହୋଇ ସାଇତି ରଖିଥିବା ଓଲିଆରୁ ବିହନ ଗାଳି କ୍ଷେତ ପ୍ରସ୍ତୁତ କରି ବିହନ ବୁଣା ବୁଣି କରୁଥିବା ଦେଖିବାକୁ ମିଳୁଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ କିଆବାରିଆ, ଗୁପ୍ତ ଗିରି, ବାର୍ହାଖିଆ, କେନ୍ତିଆ ଗୋଜ, ହବାଳି ପାହି, ମହୁଲିଆ, ଶଙ୍ଖ ଗୋଜ, ବାଛୁରିଆ, ମଧୁବନ ଆଦି ଅଞ୍ଚଳର ଚାଷୀମାନେ ଟଳି ଘେରା ପ୍ରସ୍ତୁତ କରି ଖରଡ଼ି ବିହନ ବୁଣାବୁଣି ଆରମ୍ଭ କରିଛନ୍ତି । ଚାଷୀଙ୍କ କହିବା କଥା ଏହି ସମୟରେ କ୍ଷେତରେ ବୁଆ ବୁଣିବାକୁ ପଡ଼ିଥାଏ । ଖରାଦିନେ କ୍ଷେତ ଶୁଖିଲା ଥିବାରୁ ଖରାଟିଆ ବୁଆ ବୁଣାବୁଣି ସାରି ଦେଉଛୁ ା ଆମେ ଦେଶୀ ଧାନ ପାଣି କୋଇଲି, ରାସ ପନ୍ଦର, ଭୁଣ୍ଡି, ପାଣି ଅଁଳା, ରାଜ ମଲ୍ଲି, ବେଳନ୍ଦି, ହମିରା, କଟକ ଚାନ୍ଦି, ପାଟେଣି, ନୀଳାବତୀ, ବାସୁମତୀ ଆଦି ପୁରୁଣା ପଦ୍ଧତିରେ ଚାଷ କରି ଆସିଛୁ। ଦେଶୀ ଧାନ ଅମଳ ସ୍ବଳ୍ପ ହୋଇଥିଲେ ମଧ୍ୟ ଶରୀର ପାଇଁ ଖୁବ୍‌ ଉପଯୋଗୀ। ଶଙ୍କର ଜାତୀୟ ଧାନ ଫସଲ ତୁଳନାରେ ଏହି ଧାନ ଭିଟାମିନ ଯୁକ୍ତ ଓ ସୁସ୍ବାଦୁ ବୋଲି ସୁନାକର ସାମଲ, ସୁବାସ ରାଉତ, ମଢ଼ିଆ ସାମଲ, ମଇନ ସ୍ବାଇଁ, ଜଗବନ୍ଧୁ ସ୍ବାଇଁ , ଅଲେଖ ରାଉତ ପ୍ରମୁଖ ଚାଷୀ କହିଛନ୍ତି। ସରକାର ଚାଷୀମାନଙ୍କ ପାଇଁ ଉନ୍ନତ କିସମ ଓ ଅଧିକ ଅମଳକ୍ଷମ ଶଙ୍କର ଜାତୀୟ ଧାନ ବିହନ ଯୋଗାଇ ଦେଉଥିବା ବେଳେ କାହିଁକି ଚାଷୀମାନେ ପୁରୁଣା ପଦ୍ଧତିରେ କମ୍‌ ଅମଳକ୍ଷମ ଧାନ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ସେ ସଂକ୍ରାନ୍ତରେ ବିଭାଗ ମୁହଁ ଖୋଲୁନାହିଁ ା ଚାଷୀମାନଙ୍କ ପାଇଁ ସରକାର ରିହାତି ଦରରେ କୀଟନାଶକ, ବିହନ, ସାର, କୃଷି ଯନ୍ତ୍ରପାତି ପ୍ରଦାନ କରୁଛନ୍ତି। ତଥାପି ଅଧିକ ଅମଳକ୍ଷମ ଶଙ୍କର ଜାତୀୟ ଧାନ ଚାଷ ପ୍ରତି ଚାଷୀମାନେ ମୁହଁ ମୋଡ଼ୁଛନ୍ତି। ଏଥିପାଇଁ କୃଷି ବିଭାଗ ଚାଷୀମାନଙ୍କୁ ସଚେତନତା କରିବାରେ ପଛରେ ପଡିଛି। ଏପରି କି ଉପଯୁକ୍ତ ତାଲିମ ଚାଷୀମାନେ ପାଇ ନାହାନ୍ତି ା ଫଳରେ ସେମାନେ ଅଧିକ ଅମଳକ୍ଷମ ବିହନ ଚାଷ କରୁ ନାହାନ୍ତି ା ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରିଣୀ ପ୍ରଣତି ମହାନ୍ତି କହିଛନ୍ତି, ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଆବଶ୍ୟକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri