ଆସୁଛି ମୌସୁମୀ,ଚଳଚଞ୍ଚଳ ଚାଷୀକୁଳ

ମହାକାଳପଡ଼ା,୨୬ା୫ (ଡି.ଏନ୍‌.ଏ.): ଚାଷୀମାନେ ମୌସୁମୀ ଆଗମନକୁ ଚାତକ ଭଳି ଅପେକ୍ଷା କରିଥାଆନ୍ତି ା ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଞ୍ଚିବ। ଏହି ସୂଚନା ପାଇବା ପରେ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଚାଷୀମାନେ ତରତର ହୋଇ ସାଇତି ରଖିଥିବା ଓଲିଆରୁ ବିହନ ଗାଳି କ୍ଷେତ ପ୍ରସ୍ତୁତ କରି ବିହନ ବୁଣା ବୁଣି କରୁଥିବା ଦେଖିବାକୁ ମିଳୁଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ କିଆବାରିଆ, ଗୁପ୍ତ ଗିରି, ବାର୍ହାଖିଆ, କେନ୍ତିଆ ଗୋଜ, ହବାଳି ପାହି, ମହୁଲିଆ, ଶଙ୍ଖ ଗୋଜ, ବାଛୁରିଆ, ମଧୁବନ ଆଦି ଅଞ୍ଚଳର ଚାଷୀମାନେ ଟଳି ଘେରା ପ୍ରସ୍ତୁତ କରି ଖରଡ଼ି ବିହନ ବୁଣାବୁଣି ଆରମ୍ଭ କରିଛନ୍ତି । ଚାଷୀଙ୍କ କହିବା କଥା ଏହି ସମୟରେ କ୍ଷେତରେ ବୁଆ ବୁଣିବାକୁ ପଡ଼ିଥାଏ । ଖରାଦିନେ କ୍ଷେତ ଶୁଖିଲା ଥିବାରୁ ଖରାଟିଆ ବୁଆ ବୁଣାବୁଣି ସାରି ଦେଉଛୁ ା ଆମେ ଦେଶୀ ଧାନ ପାଣି କୋଇଲି, ରାସ ପନ୍ଦର, ଭୁଣ୍ଡି, ପାଣି ଅଁଳା, ରାଜ ମଲ୍ଲି, ବେଳନ୍ଦି, ହମିରା, କଟକ ଚାନ୍ଦି, ପାଟେଣି, ନୀଳାବତୀ, ବାସୁମତୀ ଆଦି ପୁରୁଣା ପଦ୍ଧତିରେ ଚାଷ କରି ଆସିଛୁ। ଦେଶୀ ଧାନ ଅମଳ ସ୍ବଳ୍ପ ହୋଇଥିଲେ ମଧ୍ୟ ଶରୀର ପାଇଁ ଖୁବ୍‌ ଉପଯୋଗୀ। ଶଙ୍କର ଜାତୀୟ ଧାନ ଫସଲ ତୁଳନାରେ ଏହି ଧାନ ଭିଟାମିନ ଯୁକ୍ତ ଓ ସୁସ୍ବାଦୁ ବୋଲି ସୁନାକର ସାମଲ, ସୁବାସ ରାଉତ, ମଢ଼ିଆ ସାମଲ, ମଇନ ସ୍ବାଇଁ, ଜଗବନ୍ଧୁ ସ୍ବାଇଁ , ଅଲେଖ ରାଉତ ପ୍ରମୁଖ ଚାଷୀ କହିଛନ୍ତି। ସରକାର ଚାଷୀମାନଙ୍କ ପାଇଁ ଉନ୍ନତ କିସମ ଓ ଅଧିକ ଅମଳକ୍ଷମ ଶଙ୍କର ଜାତୀୟ ଧାନ ବିହନ ଯୋଗାଇ ଦେଉଥିବା ବେଳେ କାହିଁକି ଚାଷୀମାନେ ପୁରୁଣା ପଦ୍ଧତିରେ କମ୍‌ ଅମଳକ୍ଷମ ଧାନ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ସେ ସଂକ୍ରାନ୍ତରେ ବିଭାଗ ମୁହଁ ଖୋଲୁନାହିଁ ା ଚାଷୀମାନଙ୍କ ପାଇଁ ସରକାର ରିହାତି ଦରରେ କୀଟନାଶକ, ବିହନ, ସାର, କୃଷି ଯନ୍ତ୍ରପାତି ପ୍ରଦାନ କରୁଛନ୍ତି। ତଥାପି ଅଧିକ ଅମଳକ୍ଷମ ଶଙ୍କର ଜାତୀୟ ଧାନ ଚାଷ ପ୍ରତି ଚାଷୀମାନେ ମୁହଁ ମୋଡ଼ୁଛନ୍ତି। ଏଥିପାଇଁ କୃଷି ବିଭାଗ ଚାଷୀମାନଙ୍କୁ ସଚେତନତା କରିବାରେ ପଛରେ ପଡିଛି। ଏପରି କି ଉପଯୁକ୍ତ ତାଲିମ ଚାଷୀମାନେ ପାଇ ନାହାନ୍ତି ା ଫଳରେ ସେମାନେ ଅଧିକ ଅମଳକ୍ଷମ ବିହନ ଚାଷ କରୁ ନାହାନ୍ତି ା ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରିଣୀ ପ୍ରଣତି ମହାନ୍ତି କହିଛନ୍ତି, ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଆବଶ୍ୟକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri