ଅସନ୍ତୁଷ୍ଟଙ୍କୁ ମନାଇବାକୁ ଗୋଟିଏ ଦିନ

ଭୁବନେଶ୍ୱର, ୧୨।୩ (ବ୍ୟୁରୋ): ମହାନଗର ନିର୍ବାଚନ ଜିତିବା ପାଇଁ ଦଳୀୟ ତଥା ସ୍ବାଧୀନ ପ୍ରାର୍ଥୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କେମିତି ପ୍ରଚାର କରିବେ, ଭୋଟରଙ୍କୁ ମନାଇବା ପାଇଁ କେଉଁ ପ୍ରସଙ୍ଗ ଉଠାଇବେ ସେନେଇ ରଣନୀତି ଚାଲିଛି। ମାତ୍ର ବିଜେଡି ଦଳରେ ଅବସ୍ଥା ଟିକେ ଭିନ୍ନ। ନିର୍ବାଚନ ପ୍ରଚାର ପରେ, ଆଗ କିଭଳି ବିଦ୍ରୋହୀଙ୍କୁ ମନାଇବେ ସେନେଇ ନେତା, ବିଧାୟକ ସମସ୍ତଙ୍କର ଚିନ୍ତା। ୧୪ ତାରିଖ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ଦିନ। ବିଦ୍ରୋହୀଙ୍କୁ ମନାଇବାକୁ ହାତରେ ମାତ୍ର ଆଉ ଗୋଟିଏ ଦିନ ସମୟ। ରବିବାର ସୁଦ୍ଧା ସେମାନଙ୍କୁ ମନାଇ ନ ପାରିଲେ ଦଳ ପାଇଁ ବିଦ୍ରୋହୀମାନେ ବଡ଼ କଣ୍ଟା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏପଟେ ବିରୋଧୀଙ୍କ ଆଗରେ ଦଳର ଏକତା ଏବଂ ସଂଖ୍ୟାଗରିଷ୍ଠତାକୁ ନେଇ ଫୁଟାଣି ମାରୁଥିବା ନେତାମାନେ ଏବେ ଅକଳରେ ପଡ଼ିଛନ୍ତି। ଟିକେଟ ପାଇବାକୁ ନେଇ ନାମାଙ୍କନ ଦାଖଲ ପରଠାରୁ ଦଳରେ ଥିବା ବିଦ୍ରୋହୀମାନେ ମୁଣ୍ଡ ଟେକିଛନ୍ତି। ଅନେକ ଆଶାୟୀ ଏପରିକି ଦଳର ପଦବୀରେ ଥିବା ଏବଂ ପୂର୍ବତନ କର୍ପୋରେଟରମାନେ ମଧ୍ୟ ସ୍ବାଧୀନ ପ୍ରାର୍ଥୀଭାବେ ମଇଦାନକୁ ଓହ୍ଲାଇଛନ୍ତି। ଦଳର ଅନେକ ଟାଣୁଆ ନେତାଙ୍କ ଏଭଳି ଖୋଲାଖୋଲି ବିଦ୍ରୋହ ଦଳ ପାଇଁ ବିପଦ ଆଣିପାରେ। ଦଳରେ ଥିବା କନ୍ଦଳ ଏବେ ପଦାକୁ ଆସିଲାଣି। ତେଣୁ ସେମାନଙ୍କୁ କିପରି ବୁଝାଇ ନିର୍ବାଚନରୁ ଓହରାଯିବ ସେଥିପାଇଁ ଚେଷ୍ଟା କରାଯାଉଛି। କାହାକୁ ବୁଝାଯାଉଛି ତ ଆଉ କାହା ଉପରେ ଚାପ ପକାଯାଉଛି। ଏପରିକି ଦଳରୁ ନିଲମ୍ବନ ଭଳି ଦୃଢ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ଚେତାବନୀ ଦିଆଯାଉଛି। ଦେଖିବାକୁ ଗଲେ ଦଳ ଏଥିରେ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛି। ଯାହାର ଫଳସ୍ବରୁପ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ପ୍ରଥମ ଦିନରେ ୮ଜଣ ପ୍ରାର୍ଥୀ ନିର୍ବାଚନରୁ ଓହରି ଯାଇଛନ୍ତି। ଶନିବାର ଓ ରବିବାର ଛୁଟି ଥିବାରୁ ଏହି ଦୁଇଦିନ କୌଣସି ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର କରିପାରିବେ ନାହିଁ। ତେଣୁ ସୋମବାର ହିଁ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ହେବ ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର: ପୋଲିସ ଗୁଳି ଖାଇ ଏବେ ଆଇସିୟୁରେ ଅପରାଧୀ ଜଗା

ବ୍ରହ୍ମପୁର,୨୫ା୫: ଗଞ୍ଜାମ ଜିଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁ ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇପଡିଥିଲା। ଯାହାକି ପୋଲିସ…

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ସର୍ଗିଓ ଗୋରଙ୍କୁ ଫୋନ ମାଧ୍ୟମରେ କ’ଣ ନିର୍ଦ୍ଦେଶ ଦେଇଥିଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୫: ଆମେରିକାର ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏବଂ ଆମେରିକାର ବୈଦେଶିକ ସଚିବ…

ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍‌, ଫସରଫାଟିଲା ଫଲ୍ସ ଏଣ୍ଟ୍ରି

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ…

ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri