ସହଯୋଗୀଙ୍କୁ ବେଲ୍‌ରେ ନେବାକୁ ଆସି ଧରାପଡ଼ିଲେ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ଗ୍ରାହକଙ୍କୁ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ନେଉଥିବା ମାମଲାରେ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି। ତଦନ୍ତ ସମୟରେ ସମ୍ପୃକ୍ତ କମ୍ପାନୀ ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ’ର ଗୁମର ଫିଟୁଥିବାବେଳେ ସହଯୋଗୀ କମ୍ପାନୀର ମାଲିକମାନେ ଧୀରେ ଧୀରେ ଧରାପଡ଼ୁଛନ୍ତି। ପୂର୍ବରୁ ସହଯୋଗୀ କମ୍ପାନୀ ‘ଆଇଡବ୍ଲ୍ୟୁଟି ଇଣ୍ଡିଆ’ର ମାଲିକ ଜାଭେଦ୍‌ ମହମ୍ମଦ ସୈଫଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରିଥିଲା ଇଓଡବ୍ଲ୍ୟୁ। ତାଙ୍କୁ ବେଲରେ ନେବାକୁ ଭୁବନେଶ୍ୱର ଆସିଥିବା ଅନ୍ୟଜଣେ ସହଯୋଗୀଙ୍କୁ ଶନିବାର ଇଓଡବ୍ଲ୍ୟୁ ଗିରଫ କରିଛି। ସେ ହେଲେ ହରିଆଣାର ଗୁଡୁଗାଓଁ ସେକ୍ଟର-୪୮ ଅଞ୍ଚଳର ତରୁଣ ଦୁଡ଼େଜା। ଗିରଫ ପରେ ତାଙ୍କୁ ରବିବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତରୁଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତରୁଣ ୬ଟି ଜାଲ୍‌ କମ୍ପାନୀର ପ୍ରୋପ୍ରାଇଟର୍‌ ଓ ନିର୍ଦ୍ଦେଶକ ଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି। ସେଗୁଡ଼ିକ ହେଲା ଡିଜିଟାଲ ବଟୁଆ, ଆଇପଇସା ଇନ୍‌ଲାଇନ ସର୍ଭିସେସ୍‌ ପ୍ରାଇଭେଟ ଲିଃ, ସୁଇଚ୍‌ ଇନ୍‌ଫୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ, ମିଲାନିଅମ୍‌ ଏଣ୍ଟର୍‌ପ୍ରାଇଜ୍‌ ଓ ବାକ୍‌ଚାଟ୍‌ ଅନ୍‌ଲାଇନ। ସେ ବିଭିନ୍ନ ଲୋକଙ୍କ ନାମରେ ଖୋଲିଥିବା ୪୧ ପୋଷ୍ଟପେଡ୍‌ ସିମ୍‌କୁ ଜବତ କରାଯାଇଛି।
ପୂର୍ବରୁ ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ’ର ୪ଟି ଆକାଉଣ୍ଟରୁ ୬ କୋଟି ୫୭ ଲକ୍ଷ ୩୪ ହଜାର ୮୨୯ ଟଙ୍କା ଇଓଡବ୍ଲ୍ୟୁ ଫ୍ରିଜ୍‌ କରିଛି। ଏହି ସଂସ୍ଥା ବହୁ ବାଟ ଦେଇ ବିଭିନ୍ନ ଗ୍ରାହକଙ୍କଠାରୁ ଜୋଜୋ ଓ କୋକୋ ଲୋନ୍‌ ଆପ୍‌ ଦ୍ୱାରା ଟଙ୍କା ନେଉଥିଲା। ଜାଭେଦ୍‌ ଓ ତରୁଣ ସାଧାରଣ ଲୋକଙ୍କୁ ଜାଲରେ ଫସାଇ ତାଙ୍କ ନାମରେ ସିମ୍‌ ଖୋଲାଇବା ସହ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଦାୟିତ୍ୱରେ ଥିଲେ। ଏଥିପାଇଁ ୨ରୁ ୩ ଲକ୍ଷ ଟଙ୍କା ସିମ୍‌ ମାଲିକଙ୍କୁ ଦିଆଯାଉଥିଲା। ଉକ୍ତ ସିମ୍‌ ସବୁକୁ ଅଭିଯୁକ୍ତଦ୍ୱୟ ନିଜ ମୋବାଇଲରେ ଚଲାଇବା ସହ ତାଙ୍କ କମ୍ପାନୀରେ ଭିନ୍ନ ଭିନ୍ନ ଆକାଉଣ୍ଟ ଖୋଲୁଥିଲେ। ‘ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ ଲିମିଟେଡ୍‌’ ତରୁଣ ଓ ଜାଭେଦ୍‌ଙ୍କ ଆକାଉଣ୍ଟ ଦ୍ୱାରା ଟଙ୍କା ନେଇଥାଏ। ଗ୍ରାହକଙ୍କଠାରୁ ମାଷ୍ଟରମାଇଣ୍ଡ ଯାଏ ଏହିପରି ୩ରୁ ୪ଟି ମାଧ୍ୟମ ଦେଇ ଠକେଇ ଟଙ୍କା କାରବାର ହୋଇଥାଏ। ଏପରି ଆଉ କିଛି ସହଯୋଗୀ କମ୍ପାନୀ ଥିବା ଇଓଡବ୍ଲ୍ୟୁ ସନ୍ଦେହ କରୁଛି। ଏହି ମାମଲାରେ ୨ଜଣ ସହଯୋଗୀ ଧରାପଡ଼ିଥିବାବେଳେ ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ଦେଶ ବାହାରେ ଅନୁସନ୍ଧାନ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?