ଓଡ଼ିଆ ଭାଷା ପୁସ୍ତକରେ ପିଲା ପଢ଼ୁଛନ୍ତି ଇଂଲିଶ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପିଲାଙ୍କୁ ଗୁଣବତ୍ତାର ଶିକ୍ଷା ପ୍ରଦାନ କରିବା ଲାଗି ସବୁ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ ଅନେକଥର ତ୍ରୁଟି ପରିଲକ୍ଷିତ ହେଉଛି। କେଉଁଠି ନା କେଉଁଠି ନିଜ କାର୍ଯ୍ୟଦକ୍ଷତାକୁ ନେଇ ଲୋକହସା ହେଉଛି। ଏବେ ତୃତୀୟ ଶ୍ରେଣୀର ଓଡ଼ିଆ ଭାଷା ପଠନ ପୁସ୍ତିକାରେ ଏକାଧିକ ତ୍ରୁଟି ଥିବା ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରୀଛାତ୍ର ପଠନ ଅଭ୍ୟାସ କରିବା ପାଇଁ ସେହି ପୁସ୍ତକରେ ବହୁ ଛବି ପ୍ରଦର୍ଶିତ କରାଯାଇଛି। ଏଥିସହିତ ତା’ର ନାମ ମଧ୍ୟ ଲେଖାଯାଇଛି। ସେହି ଛବି ପଠନରେ ଗୁରୁତର ତ୍ରୁଟି ରହିଛି। ଚକୋଲେଟ୍‌, ହର୍ଲିକ୍ସ, ଫ୍ରୁଟି, କୁର୍‌କୁରେ ଭଳି ଶବ୍ଦକୁ ବ୍ୟବହାର କରାଯାଇଛି। ପ୍ରଥମତଃ ଇଂଲିଶ ଶବ୍ଦ ବ୍ୟବହାର କରାଯାଇଥିବା ବେଳେ ଦ୍ୱିତୀୟରେ ଛବିରେ କମ୍ପାନୀ ବ୍ରାଣ୍ଡ୍‌ ଥିବା ଦେଖିବାକୁ ମିଳିଛି।
ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମ୍ପାନୀଗୁଡ଼ିକର ବିଜ୍ଞାପନ ପ୍ରସାର କରୁଛି ବୋଲି ଅଭିଯୋଗ ହେଉଛି। ପାଠ୍ୟ ପୁସ୍ତକରେ ବଡ଼ ବଡ଼ କମ୍ପାନୀଙ୍କ ଉତ୍ପାଦ ସବୁ ଛୋଟ ଛୋଟ କୋମଳମତି ଶିଶୁମାନଙ୍କୁ ପଢ଼ିବାକୁ ଦିଆଯାଉଛି। ପିଲାଙ୍କ ବହିରେ ଉତ୍ପାଦଗୁଡ଼ିକର ଫଟୋ ଦିଆଯାଇଛି, ଯେଉଁଥିରେ ନିର୍ମାଣକାରୀ କମ୍ପାନୀ ସହଜରେ ଜଣାପଡ଼ିଯାଉଛନ୍ତି। ଯେପରିକି ‘ଟାଟା’ ଲୁଣ, କୁର୍‌କୁରେ, ହର୍ଲିକ୍ସ, ଡାଏରୀମିଲ୍କ ଇତ୍ୟାଦି। କୁର୍‌କୁରେ ଏକ ଜଙ୍କ୍‌ ଫୁଡ୍‌ ହୋଇଥିବା ଶିଶୁ ରୋଗ ବିଶେଷଜ୍ଞମାନେ କହୁଛନ୍ତି। ଅନୁରୂପ ଭାବେ ଫ୍ରୁଟି ଭଳି ମୃଦୁ ପାନୀୟ ମଧ୍ୟ ପିଲାମାନଙ୍କ ଦାନ୍ତ ଖରାପ କରିଥାଏ ବୋଲି ଡାକ୍ତରମାନେ ମତ ଦେଉଛନ୍ତି। କିନ୍ତୁ ଗଣଶିକ୍ଷା ବିଭାଗ କମ୍ପାନୀ ନାମ ଥିବା ଏହି ଉତ୍ପାଦ ଛାପିବା ନେଇ ଅଭିଭାବକମାନେ ନାପସନ୍ଦ କରିଛନ୍ତି। ଭୁବନେଶ୍ୱର ଚକେଇସିଆଣିର ଶଶୀରେଖା ପଣ୍ଡା କହିଛନ୍ତି, ଛୋଟ ପିଲାଙ୍କ ଓଡ଼ିଆ ବହିର ଛବି ପଠନରେ ଇଂଲିଶ ଶବ୍ଦ ବ୍ୟବହାର କରାଯାଇ ଆମ ମାତୃଭାଷାକୁ ଉପହସିତ କରାଯାଉଛି।
ନେଇ ଆକାଶବାଣୀ କଟକର ପୂର୍ବତନ ବାର୍ତ୍ତା ସମ୍ପାଦକ ପ୍ରଣତି ମହାନ୍ତି ଉଦ୍‌ବେଗ ପ୍ରକାଶ କରିବା ସହିତ ସେ କହିଛନ୍ତି ଯେ, ଆଜିର ପିଲାମାନେ ସାଧାରଣତଃ ଓଡ଼ିଆ ଭାଷାକୁ ଭୁଲିଯାଉଛନ୍ତି। ତା’ପରେ ଭାଷା ବହିରେ ଏଭଳି ଇଂଲିଶ ଶଦ୍ଦରେ ଲେଖାଯିବା ଆଦୌ ଯଥାର୍ଥ ନୁହେଁ। ପିଲାଙ୍କୁ ଭାଷାଭିତ୍ତିକ ଶିକ୍ଷା ଦେବା ପାଇଁ ଆମ ଓଡ଼ିଆରେ ବହୁ ଖାଦ୍ୟ ରହିଛି। ସେସବୁକୁ ଦେଖାଯାଇ ପାରିଥାନ୍ତା। ସେହିଭଳି କୌଣସି ସାମଗ୍ରୀର କମ୍ପାନୀ ବ୍ରାଣ୍ଡ୍‌କୁ ମଧ୍ୟ ପାଠ୍ୟପୁସ୍ତକରେ ରଖାଯିବା ଉଚିତ ନୁହେଁ। ଏଭଳି ତ୍ରୁଟି ପାଇଁ କିଏ ଦାୟୀ ରହିବେ ବୋଲି ପ୍ରଣତି ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?