ଓଡ଼ିଆ ଭାଷା ପୁସ୍ତକରେ ପିଲା ପଢ଼ୁଛନ୍ତି ଇଂଲିଶ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପିଲାଙ୍କୁ ଗୁଣବତ୍ତାର ଶିକ୍ଷା ପ୍ରଦାନ କରିବା ଲାଗି ସବୁ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ ଅନେକଥର ତ୍ରୁଟି ପରିଲକ୍ଷିତ ହେଉଛି। କେଉଁଠି ନା କେଉଁଠି ନିଜ କାର୍ଯ୍ୟଦକ୍ଷତାକୁ ନେଇ ଲୋକହସା ହେଉଛି। ଏବେ ତୃତୀୟ ଶ୍ରେଣୀର ଓଡ଼ିଆ ଭାଷା ପଠନ ପୁସ୍ତିକାରେ ଏକାଧିକ ତ୍ରୁଟି ଥିବା ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରୀଛାତ୍ର ପଠନ ଅଭ୍ୟାସ କରିବା ପାଇଁ ସେହି ପୁସ୍ତକରେ ବହୁ ଛବି ପ୍ରଦର୍ଶିତ କରାଯାଇଛି। ଏଥିସହିତ ତା’ର ନାମ ମଧ୍ୟ ଲେଖାଯାଇଛି। ସେହି ଛବି ପଠନରେ ଗୁରୁତର ତ୍ରୁଟି ରହିଛି। ଚକୋଲେଟ୍‌, ହର୍ଲିକ୍ସ, ଫ୍ରୁଟି, କୁର୍‌କୁରେ ଭଳି ଶବ୍ଦକୁ ବ୍ୟବହାର କରାଯାଇଛି। ପ୍ରଥମତଃ ଇଂଲିଶ ଶବ୍ଦ ବ୍ୟବହାର କରାଯାଇଥିବା ବେଳେ ଦ୍ୱିତୀୟରେ ଛବିରେ କମ୍ପାନୀ ବ୍ରାଣ୍ଡ୍‌ ଥିବା ଦେଖିବାକୁ ମିଳିଛି।
ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମ୍ପାନୀଗୁଡ଼ିକର ବିଜ୍ଞାପନ ପ୍ରସାର କରୁଛି ବୋଲି ଅଭିଯୋଗ ହେଉଛି। ପାଠ୍ୟ ପୁସ୍ତକରେ ବଡ଼ ବଡ଼ କମ୍ପାନୀଙ୍କ ଉତ୍ପାଦ ସବୁ ଛୋଟ ଛୋଟ କୋମଳମତି ଶିଶୁମାନଙ୍କୁ ପଢ଼ିବାକୁ ଦିଆଯାଉଛି। ପିଲାଙ୍କ ବହିରେ ଉତ୍ପାଦଗୁଡ଼ିକର ଫଟୋ ଦିଆଯାଇଛି, ଯେଉଁଥିରେ ନିର୍ମାଣକାରୀ କମ୍ପାନୀ ସହଜରେ ଜଣାପଡ଼ିଯାଉଛନ୍ତି। ଯେପରିକି ‘ଟାଟା’ ଲୁଣ, କୁର୍‌କୁରେ, ହର୍ଲିକ୍ସ, ଡାଏରୀମିଲ୍କ ଇତ୍ୟାଦି। କୁର୍‌କୁରେ ଏକ ଜଙ୍କ୍‌ ଫୁଡ୍‌ ହୋଇଥିବା ଶିଶୁ ରୋଗ ବିଶେଷଜ୍ଞମାନେ କହୁଛନ୍ତି। ଅନୁରୂପ ଭାବେ ଫ୍ରୁଟି ଭଳି ମୃଦୁ ପାନୀୟ ମଧ୍ୟ ପିଲାମାନଙ୍କ ଦାନ୍ତ ଖରାପ କରିଥାଏ ବୋଲି ଡାକ୍ତରମାନେ ମତ ଦେଉଛନ୍ତି। କିନ୍ତୁ ଗଣଶିକ୍ଷା ବିଭାଗ କମ୍ପାନୀ ନାମ ଥିବା ଏହି ଉତ୍ପାଦ ଛାପିବା ନେଇ ଅଭିଭାବକମାନେ ନାପସନ୍ଦ କରିଛନ୍ତି। ଭୁବନେଶ୍ୱର ଚକେଇସିଆଣିର ଶଶୀରେଖା ପଣ୍ଡା କହିଛନ୍ତି, ଛୋଟ ପିଲାଙ୍କ ଓଡ଼ିଆ ବହିର ଛବି ପଠନରେ ଇଂଲିଶ ଶବ୍ଦ ବ୍ୟବହାର କରାଯାଇ ଆମ ମାତୃଭାଷାକୁ ଉପହସିତ କରାଯାଉଛି।
ନେଇ ଆକାଶବାଣୀ କଟକର ପୂର୍ବତନ ବାର୍ତ୍ତା ସମ୍ପାଦକ ପ୍ରଣତି ମହାନ୍ତି ଉଦ୍‌ବେଗ ପ୍ରକାଶ କରିବା ସହିତ ସେ କହିଛନ୍ତି ଯେ, ଆଜିର ପିଲାମାନେ ସାଧାରଣତଃ ଓଡ଼ିଆ ଭାଷାକୁ ଭୁଲିଯାଉଛନ୍ତି। ତା’ପରେ ଭାଷା ବହିରେ ଏଭଳି ଇଂଲିଶ ଶଦ୍ଦରେ ଲେଖାଯିବା ଆଦୌ ଯଥାର୍ଥ ନୁହେଁ। ପିଲାଙ୍କୁ ଭାଷାଭିତ୍ତିକ ଶିକ୍ଷା ଦେବା ପାଇଁ ଆମ ଓଡ଼ିଆରେ ବହୁ ଖାଦ୍ୟ ରହିଛି। ସେସବୁକୁ ଦେଖାଯାଇ ପାରିଥାନ୍ତା। ସେହିଭଳି କୌଣସି ସାମଗ୍ରୀର କମ୍ପାନୀ ବ୍ରାଣ୍ଡ୍‌କୁ ମଧ୍ୟ ପାଠ୍ୟପୁସ୍ତକରେ ରଖାଯିବା ଉଚିତ ନୁହେଁ। ଏଭଳି ତ୍ରୁଟି ପାଇଁ କିଏ ଦାୟୀ ରହିବେ ବୋଲି ପ୍ରଣତି ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri