ନେବା ନା ନ ନେବା

ଜାନୁୟାରୀ ୧୬ରେ ଦେଶର ଅଗ୍ରାଧିକାର ବର୍ଗର ୩ କୋଟି ଲୋକଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ୧୧ ଜାନୁୟାରୀରେ ଏହାର ପ୍ରକ୍ରିୟା କିଭଳି ସୁଗମ ହୋଇପାରିବ ତାହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଟିକାକରଣ ଖର୍ଚ୍ଚ କେନ୍ଦ୍ର ବହନ କରିବ। ଏହି ପର୍ଯ୍ୟାୟରେ ୧ କୋଟି ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଭାଗରେ ଥିବା ୨ କୋଟି ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଏଥିରୁ ବୁଝିବାକୁ ହେବ ଯେ, ପ୍ରଥମ ପର୍ଯ୍ୟାୟ ପରେ ରାଜ୍ୟ ସରକାରଗୁଡ଼ିକ ଖର୍ଚ୍ଚ ବହନ କରିବେ। ଏହି ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବା ପରେ କେନ୍ଦ୍ର ସରକାର ଅନ୍ୟ କ’ଣ ପଦକ୍ଷେପ ନେବେ ତାହା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି। ସେଥିରୁ ବୁଝି ହେବ ଯେ, ଏହି ପର୍ଯ୍ୟାୟ ପରେ କେନ୍ଦ୍ର ସରକାର ଏ ଦିଗରେ କୌଣସି ଅର୍ଥ ଖର୍ଚ୍ଚ କରିବେ ନାହିଁ। ସମ୍ପୂର୍ଣ୍ଣ ମାନଚିତ୍ର ପ୍ରସ୍ତୁତ କରାଯାଇ ନ ଥିବା ହେତୁ ଅନୁମାନ କରାଯାଇପାରେ ଯେ, ରାଜ୍ୟ ସରକାରଗୁଡ଼ିକ ଉପରେ ପରବର୍ତ୍ତୀ ଟିକାକରଣ ଖର୍ଚ୍ଚ ଲଦି ଦିଆଯିବ। ଆଜିର ସ୍ଥିତିରେ ଜିଏସ୍‌ଟି ସଂଗ୍ରହ ରାଶିରୁ ଉପଯୁକ୍ତ ଭାଗ ପାଇବାରେ ବଞ୍ଚିତ ରାଜ୍ୟ ସରକାର କୋଭିଡ୍‌ ମହାମାରୀ ଯୋଗୁ ନଇଁପଡ଼ିଥିବା ବେଳେ କିଭଳି ଏହି ଖର୍ଚ୍ଚ ବହନ କରିପାରିବେ ତାହା ବଡ଼ ପ୍ରସଙ୍ଗ ହୋଇପାରେ।
ଭାରତର ଅସଂଖ୍ୟ ଲୋକଙ୍କୁ ଟିକା ଦେବା ଏକ କଷ୍ଟକର ବ୍ୟାପାର। କେନ୍ଦ୍ର ଦ୍ୱାରା ଏହି ବିଶାଳ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ମଧ୍ୟ ତାହାକୁ ରାଜ୍ୟଗୁଡ଼ିକ କାର୍ଯ୍ୟକାରୀ କରିବେ। ଟିକାଗୁଡ଼ିକ ରଖିବା ଲାଗି ଠିକ୍‌ ଭାବେ କୋଲ୍ଡ ଚେନ୍‌ ଉପଯୋଗ ହେଉଛି କି ନାହିଁ, ବ୍ୟବହୃତ ଶିଶିଗୁଡ଼ିକୁ ନଷ୍ଟ କରିବା ଦିଗରେ କେଉଁଭଳି ଉପାୟ ଅବଲମ୍ବନ କରାଯାଉଛି ଆଦି ଦିଗକୁ ଗୁରୁତ୍ୱ ଦିଆଯିବା କଥା। ଭାରତର ଗ୍ରାମାଞ୍ଚଳରେ ବହୁ ଅନଭିଜ୍ଞ କର୍ମୀ ବିଭିନ୍ନ ସମୟରେ ଅନେକ ଟିକା ଦେଇଛନ୍ତି, ଯେଉଁଥିରେ ଅସ୍ବାଭାବିକ ସ୍ଥିତି ଉପୁଜିଥିବାର ଦେଖାଯାଇଛି। ପୂର୍ବରୁ ଦିଆଯାଇଥିବା ଟିକା ନିର୍ଦ୍ଦିଷ୍ଟ ବର୍ଗ ଲାଗି ଉଦ୍ଦିଷ୍ଟ ଥିଲା, ଯେପରି ପୋଲିଓ କେବଳ ଛୁଆଙ୍କୁ ଦିଆଯାଇଥାଏ। କୋଭିଡ୍‌-୧୯ କ୍ଷେତ୍ରରେ ସମୁଦାୟ ଜନସଂଖ୍ୟାକୁ ଟିକା ଦିଆଯିବାର ଚିନ୍ତା କରାଯାଇଥିବାରୁ ସେହିଭଳି ବ୍ୟବସ୍ଥା ବିକଶିତ କରାଯିବା ଦରକାର। ଭାରତରେ କୌଣସି କାର୍ଯ୍ୟ ବ୍ୟବସ୍ଥିତ ଢଙ୍ଗରେ ଏବଂ ବିଚାରବିମର୍ଶ କରାଯାଇ ହେଉ ନ ଥିବାରୁ ତାହାର ଖରାପ ପ୍ରଭାବ ପରିଲକ୍ଷିତ ହୋଇଥାଏ। ଅତୀତରେ ବିମୁଦ୍ରୀକରଣ ଓ ଜିଏସ୍‌ଟି ପ୍ରଚଳନ ବେଳେ ଅଚାନକ ନିଷ୍ପତ୍ତି ଦେଶର ଅର୍ଥନୀତିକୁ କେଉଁଭଳି ସ୍ତରରେ ପହଞ୍ଚାଇ ଦେଇଥିଲା, ତାହାର କୁପ୍ରଭାବ ଦେଶବାସୀ ଭୋଗି ଚାଲିଛନ୍ତି।
୨୦୨୦ ଜାନୁୟାରୀ ୧୧ରେ କରୋନା ଭୂତାଣୁ ଯୋଗୁ ଚାଇନାରେ ପ୍ରଥମ ମୃତ୍ୟୁ ଦେଖାଦେଇଥିଲା। ବର୍ଷକ ମଧ୍ୟରେ ଟିକା ପ୍ରସ୍ତୁତ ହୋଇଯିବା ଓ ତାହାକୁ ଲୋକଙ୍କ ଉପରେ ପ୍ରୟୋଗ କରାଯିବା ସକାଶେ ତାରିଖ ଘୋଷଣା କେବଳ ଭାରତ ନୁହେଁ, ବିଶ୍ୱବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। କାରଣ ଟିକା କେତେଦୂର ଫଳପ୍ରଦ ହେବ ସେଥିନେଇ ପର୍ଯ୍ୟାପ୍ତ ପ୍ରମାଣ ମିଳିପାରି ନାହିଁ। ବରଂ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ୍‌ ନେଇଥିବା ଭୋପାଳର ଜଣେ ସ୍ବେଚ୍ଛାସେବୀ ୪୨ ବର୍ଷୀୟ ଦୀପକ ମାର୍‌ଓ୍ବିଙ୍କ ପ୍ରାଣହାନି ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ା ସେ ଡିସେମ୍ବର ୧୨ରେ ଟିକା ନେଇଥିଲେ ଓ ତାଙ୍କର ଡିସେମ୍ବର ୨୧ରେ ମୃତ୍ୟୁ ଘଟିଛି। ଏହି ଖବର ପ୍ରସାରିତ ହେବା ପରେ ଲୋକଙ୍କ ମନରେ ଶଙ୍କା ପଶିଛି। ଅନେକ ସୂତ୍ରରୁ ଶୁଣିବାକୁ ମିଳିଲାଣି ଯେ, ଲୋକେ ଟିକା ନେଇ ସାରନ୍ତୁ, କିଛି ଦିନ ଗଡ଼ିଯାଉ ସ୍ଥିତି ଦେଖି ନେବା କି ନ ନେବା ବିଚାର କରିବା। ଏଥିରୁ ବୁଝିବାକୁ ହେବ ଯେ, ଟିକା ଉପରେ ଜନସାଧାରଣ ଭରସା କରିପାରୁ ନାହାନ୍ତି। ଏଥିସହିତ ଯେଉଁ ପ୍ରସଙ୍ଗ ଏବେ ଆଲୋଚନା ପରିସରକୁ ଆସିଛି ତାହା ହେଲା ଅନ୍ୟ ଦେଶ ତୁଳନାରେ ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା କମ୍‌ ରହିଛି। ଏହାର କାରଣ ଏଠାରେ ଲୋକଙ୍କ ମଧ୍ୟରେ ନାଚୁରାଲ ଇମ୍ୟୁନିଟି ପାଓ୍ବାର ବା ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଅଧିକ ବୋଲି କୁହାଯାଉଛି। ତେବେ ଭାରତରେ କରୋନାଜନିତ ମୃତ୍ୟୁର ସଂଖ୍ୟାକୁ ସବୁ ରାଜ୍ୟରେ ହ୍ରାସ କରି ପ୍ରଚାରିତ କରାଯାଉଛି। ବାସ୍ତବରେ ଯଦି ସଂଖ୍ୟା କମ୍‌ ହୋଇଥାଏ, ତାହା ହେଲେ ସବୁ ଲୋକଙ୍କୁ ଟିକା ଦେବାର ଆବଶ୍ୟକତା ନାହିଁ। ଅପରପକ୍ଷରେ ଯଦି ମନ୍ଦ ଉଦ୍ଦେଶ୍ୟ ରଖାଯାଇ ମୃତ୍ୟୁ ସଂଖ୍ୟାକୁ ସରକାରୀ ସ୍ତରରେ ହ୍ରାସ କରାଯାଇଛି, ସମସ୍ତଙ୍କୁ ଟିକା ଦେବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିବ। ଏହି ବୃହତ୍‌ କାର୍ଯ୍ୟ କରାଇବା ଏବଂ ସେଥିପାଇଁ ଯେଉଁ ବିପୁଳ ଅର୍ଥ ଖର୍ଚ୍ଚ ହେବ, ତାହା ରାଜ୍ୟ ସରକାରଗୁଡ଼ିକ ଯୋଗାଡ଼ କରିବା ଏକ ବିରାଟବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri