ନେବା ନା ନ ନେବା

ଜାନୁୟାରୀ ୧୬ରେ ଦେଶର ଅଗ୍ରାଧିକାର ବର୍ଗର ୩ କୋଟି ଲୋକଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ୧୧ ଜାନୁୟାରୀରେ ଏହାର ପ୍ରକ୍ରିୟା କିଭଳି ସୁଗମ ହୋଇପାରିବ ତାହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଟିକାକରଣ ଖର୍ଚ୍ଚ କେନ୍ଦ୍ର ବହନ କରିବ। ଏହି ପର୍ଯ୍ୟାୟରେ ୧ କୋଟି ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଭାଗରେ ଥିବା ୨ କୋଟି ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଏଥିରୁ ବୁଝିବାକୁ ହେବ ଯେ, ପ୍ରଥମ ପର୍ଯ୍ୟାୟ ପରେ ରାଜ୍ୟ ସରକାରଗୁଡ଼ିକ ଖର୍ଚ୍ଚ ବହନ କରିବେ। ଏହି ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବା ପରେ କେନ୍ଦ୍ର ସରକାର ଅନ୍ୟ କ’ଣ ପଦକ୍ଷେପ ନେବେ ତାହା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି। ସେଥିରୁ ବୁଝି ହେବ ଯେ, ଏହି ପର୍ଯ୍ୟାୟ ପରେ କେନ୍ଦ୍ର ସରକାର ଏ ଦିଗରେ କୌଣସି ଅର୍ଥ ଖର୍ଚ୍ଚ କରିବେ ନାହିଁ। ସମ୍ପୂର୍ଣ୍ଣ ମାନଚିତ୍ର ପ୍ରସ୍ତୁତ କରାଯାଇ ନ ଥିବା ହେତୁ ଅନୁମାନ କରାଯାଇପାରେ ଯେ, ରାଜ୍ୟ ସରକାରଗୁଡ଼ିକ ଉପରେ ପରବର୍ତ୍ତୀ ଟିକାକରଣ ଖର୍ଚ୍ଚ ଲଦି ଦିଆଯିବ। ଆଜିର ସ୍ଥିତିରେ ଜିଏସ୍‌ଟି ସଂଗ୍ରହ ରାଶିରୁ ଉପଯୁକ୍ତ ଭାଗ ପାଇବାରେ ବଞ୍ଚିତ ରାଜ୍ୟ ସରକାର କୋଭିଡ୍‌ ମହାମାରୀ ଯୋଗୁ ନଇଁପଡ଼ିଥିବା ବେଳେ କିଭଳି ଏହି ଖର୍ଚ୍ଚ ବହନ କରିପାରିବେ ତାହା ବଡ଼ ପ୍ରସଙ୍ଗ ହୋଇପାରେ।
ଭାରତର ଅସଂଖ୍ୟ ଲୋକଙ୍କୁ ଟିକା ଦେବା ଏକ କଷ୍ଟକର ବ୍ୟାପାର। କେନ୍ଦ୍ର ଦ୍ୱାରା ଏହି ବିଶାଳ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ମଧ୍ୟ ତାହାକୁ ରାଜ୍ୟଗୁଡ଼ିକ କାର୍ଯ୍ୟକାରୀ କରିବେ। ଟିକାଗୁଡ଼ିକ ରଖିବା ଲାଗି ଠିକ୍‌ ଭାବେ କୋଲ୍ଡ ଚେନ୍‌ ଉପଯୋଗ ହେଉଛି କି ନାହିଁ, ବ୍ୟବହୃତ ଶିଶିଗୁଡ଼ିକୁ ନଷ୍ଟ କରିବା ଦିଗରେ କେଉଁଭଳି ଉପାୟ ଅବଲମ୍ବନ କରାଯାଉଛି ଆଦି ଦିଗକୁ ଗୁରୁତ୍ୱ ଦିଆଯିବା କଥା। ଭାରତର ଗ୍ରାମାଞ୍ଚଳରେ ବହୁ ଅନଭିଜ୍ଞ କର୍ମୀ ବିଭିନ୍ନ ସମୟରେ ଅନେକ ଟିକା ଦେଇଛନ୍ତି, ଯେଉଁଥିରେ ଅସ୍ବାଭାବିକ ସ୍ଥିତି ଉପୁଜିଥିବାର ଦେଖାଯାଇଛି। ପୂର୍ବରୁ ଦିଆଯାଇଥିବା ଟିକା ନିର୍ଦ୍ଦିଷ୍ଟ ବର୍ଗ ଲାଗି ଉଦ୍ଦିଷ୍ଟ ଥିଲା, ଯେପରି ପୋଲିଓ କେବଳ ଛୁଆଙ୍କୁ ଦିଆଯାଇଥାଏ। କୋଭିଡ୍‌-୧୯ କ୍ଷେତ୍ରରେ ସମୁଦାୟ ଜନସଂଖ୍ୟାକୁ ଟିକା ଦିଆଯିବାର ଚିନ୍ତା କରାଯାଇଥିବାରୁ ସେହିଭଳି ବ୍ୟବସ୍ଥା ବିକଶିତ କରାଯିବା ଦରକାର। ଭାରତରେ କୌଣସି କାର୍ଯ୍ୟ ବ୍ୟବସ୍ଥିତ ଢଙ୍ଗରେ ଏବଂ ବିଚାରବିମର୍ଶ କରାଯାଇ ହେଉ ନ ଥିବାରୁ ତାହାର ଖରାପ ପ୍ରଭାବ ପରିଲକ୍ଷିତ ହୋଇଥାଏ। ଅତୀତରେ ବିମୁଦ୍ରୀକରଣ ଓ ଜିଏସ୍‌ଟି ପ୍ରଚଳନ ବେଳେ ଅଚାନକ ନିଷ୍ପତ୍ତି ଦେଶର ଅର୍ଥନୀତିକୁ କେଉଁଭଳି ସ୍ତରରେ ପହଞ୍ଚାଇ ଦେଇଥିଲା, ତାହାର କୁପ୍ରଭାବ ଦେଶବାସୀ ଭୋଗି ଚାଲିଛନ୍ତି।
୨୦୨୦ ଜାନୁୟାରୀ ୧୧ରେ କରୋନା ଭୂତାଣୁ ଯୋଗୁ ଚାଇନାରେ ପ୍ରଥମ ମୃତ୍ୟୁ ଦେଖାଦେଇଥିଲା। ବର୍ଷକ ମଧ୍ୟରେ ଟିକା ପ୍ରସ୍ତୁତ ହୋଇଯିବା ଓ ତାହାକୁ ଲୋକଙ୍କ ଉପରେ ପ୍ରୟୋଗ କରାଯିବା ସକାଶେ ତାରିଖ ଘୋଷଣା କେବଳ ଭାରତ ନୁହେଁ, ବିଶ୍ୱବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। କାରଣ ଟିକା କେତେଦୂର ଫଳପ୍ରଦ ହେବ ସେଥିନେଇ ପର୍ଯ୍ୟାପ୍ତ ପ୍ରମାଣ ମିଳିପାରି ନାହିଁ। ବରଂ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ୍‌ ନେଇଥିବା ଭୋପାଳର ଜଣେ ସ୍ବେଚ୍ଛାସେବୀ ୪୨ ବର୍ଷୀୟ ଦୀପକ ମାର୍‌ଓ୍ବିଙ୍କ ପ୍ରାଣହାନି ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ା ସେ ଡିସେମ୍ବର ୧୨ରେ ଟିକା ନେଇଥିଲେ ଓ ତାଙ୍କର ଡିସେମ୍ବର ୨୧ରେ ମୃତ୍ୟୁ ଘଟିଛି। ଏହି ଖବର ପ୍ରସାରିତ ହେବା ପରେ ଲୋକଙ୍କ ମନରେ ଶଙ୍କା ପଶିଛି। ଅନେକ ସୂତ୍ରରୁ ଶୁଣିବାକୁ ମିଳିଲାଣି ଯେ, ଲୋକେ ଟିକା ନେଇ ସାରନ୍ତୁ, କିଛି ଦିନ ଗଡ଼ିଯାଉ ସ୍ଥିତି ଦେଖି ନେବା କି ନ ନେବା ବିଚାର କରିବା। ଏଥିରୁ ବୁଝିବାକୁ ହେବ ଯେ, ଟିକା ଉପରେ ଜନସାଧାରଣ ଭରସା କରିପାରୁ ନାହାନ୍ତି। ଏଥିସହିତ ଯେଉଁ ପ୍ରସଙ୍ଗ ଏବେ ଆଲୋଚନା ପରିସରକୁ ଆସିଛି ତାହା ହେଲା ଅନ୍ୟ ଦେଶ ତୁଳନାରେ ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା କମ୍‌ ରହିଛି। ଏହାର କାରଣ ଏଠାରେ ଲୋକଙ୍କ ମଧ୍ୟରେ ନାଚୁରାଲ ଇମ୍ୟୁନିଟି ପାଓ୍ବାର ବା ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ଅଧିକ ବୋଲି କୁହାଯାଉଛି। ତେବେ ଭାରତରେ କରୋନାଜନିତ ମୃତ୍ୟୁର ସଂଖ୍ୟାକୁ ସବୁ ରାଜ୍ୟରେ ହ୍ରାସ କରି ପ୍ରଚାରିତ କରାଯାଉଛି। ବାସ୍ତବରେ ଯଦି ସଂଖ୍ୟା କମ୍‌ ହୋଇଥାଏ, ତାହା ହେଲେ ସବୁ ଲୋକଙ୍କୁ ଟିକା ଦେବାର ଆବଶ୍ୟକତା ନାହିଁ। ଅପରପକ୍ଷରେ ଯଦି ମନ୍ଦ ଉଦ୍ଦେଶ୍ୟ ରଖାଯାଇ ମୃତ୍ୟୁ ସଂଖ୍ୟାକୁ ସରକାରୀ ସ୍ତରରେ ହ୍ରାସ କରାଯାଇଛି, ସମସ୍ତଙ୍କୁ ଟିକା ଦେବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିବ। ଏହି ବୃହତ୍‌ କାର୍ଯ୍ୟ କରାଇବା ଏବଂ ସେଥିପାଇଁ ଯେଉଁ ବିପୁଳ ଅର୍ଥ ଖର୍ଚ୍ଚ ହେବ, ତାହା ରାଜ୍ୟ ସରକାରଗୁଡ଼ିକ ଯୋଗାଡ଼ କରିବା ଏକ ବିରାଟବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?