Posted inଜାତୀୟ

ଅଧିକାର ଫେରିପାଇବାକୁ ଚାଷୀଙ୍କ ଭଳି ତ୍ୟାଗ କରିବାକୁ ହେବ: ଫାରୁକ୍‌

ଶ୍ରୀନଗର, ୬।୧୨: କୃଷି ଆଇନ ବିରୋଧରେ ଚାଷୀମାନେ ଦୀର୍ଘଦିନ ଆନ୍ଦୋଳନ ଚଳାଇବା ପରେ ଏହାକୁ ରଦ୍ଦ କରିବା ଲାଗି ସରକାର ବାଧ୍ୟ ହୋଇଛନ୍ତି। ବର୍ଷେରୁ ଊର୍ଦ୍ଧ୍ୱ ସମୟ ଆନ୍ଦୋଳନରେ ୭୦୦ରୁ ଅଧିକ ଚାଷୀ ଜୀବନ ଦେଇଛନ୍ତି। ଶେଷରେ ନରେନ୍ଦ୍ର ମୋଦି ସରକାର ଆଇନ ଉଚ୍ଛେଦ ଲାଗି ପାର୍ଲାମେଣ୍ଟରେ ବିଲ୍‌ ଗୃହୀତ କରାଇଛନ୍ତି। ସେହିଭଳି ରାଜ୍ୟ ମାନ୍ୟତା ଏବଂ ଅନୁଚ୍ଛେଦ ୩୭୦ ଭଳି ଅଧିକାର ଫେରିପାଇବାକୁ ଜମ୍ମୁ-କଶ୍ମୀର ଜନସାଧାରଣଙ୍କୁ ଚାଷୀଙ୍କ ଭଳି ତ୍ୟାଗ ସ୍ବୀକାର କରିବାକୁ ପଡ଼ିପାରେ ବୋଲି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ରବିବାର କହିଛନ୍ତି। ଦଳର ପ୍ରତିଷ୍ଠାତା ଶେଖ୍‌ ମହମ୍ମଦ ଅବଦୁଲ୍ଲାଙ୍କ ୧୧୬ତମ ଜନ୍ମବାର୍ଷିକୀ ଅବସରରେ ଏନ୍‌ସି ଯୁବ ସଂଗଠନର ଏକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଅବଦୁଲ୍ଲା କହିଥିଲେ, ତାଙ୍କ ଦଳ ହିଂସାକୁ ସମର୍ଥନ କରେନାହିଁ। ଅଧିକାର ଫେରିପାଇବା ଲାଗି ଦଳ ତ୍ୟାଗ ସ୍ବୀକାର କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଉଚ୍ଛେଦ କରିବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ସହ ସ୍ବତନ୍ତ୍ର ଅଧିକାର ଫେରିପାଇବା ଲାଗି ବିଭିନ୍ନ ଦଳ ପକ୍ଷରୁ ଦାବି ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?